Indus Valley Times

ପରାଜୟ ପାଇଁ ନବୀନଙ୍କୁ ଦାୟୀ କଲେ ବିଜେଡ଼ି ନେତା ସୁଶାନ୍ତ ବେହେରା

 Breaking News

ପରାଜୟ ପାଇଁ ନବୀନଙ୍କୁ ଦାୟୀ କଲେ ବିଜେଡ଼ି ନେତା ସୁଶାନ୍ତ ବେହେରା

November 08
18:43 2024

ଭୂବନେଶ୍ୱର,୮/୧୧: ବିଜେଡି ନେତା ତଥା ଛେଣ୍ଡିପଦାର ପୂର୍ବତନ ବିଧାୟକ ସୁଶାନ୍ତ ବେହେରା ନିଜ ଦଳ ବିରୋଧରେ ମୁହଁ ଖୋଲିଛନ୍ତି। ଗତ ନିର୍ବାଚନରେ ବିଜେଡି ହାରିବାର ବଡ଼ କାରଣ ମଧ୍ୟ ସେ କହିଛନ୍ତି। ଦଳର ପରାଜୟ ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ଦାୟୀ ବୋଲି ସେ ଖୋଲାଖୋଲି କହିଛନ୍ତି।
ସୁଶାନ୍ତ କହିଛନ୍ତି ଯେ, ଗତ ନିର୍ବାଚନରେ ଦଳର ସଭାପତି ନବୀନ ପଟ୍ଟନାୟକ ନିଜେ ସମସ୍ତ ସଭାସମିତିରେ ଯୋଗ ଦେବା ବଦଳରେ ତାଙ୍କ ପ୍ରତିନିଧି ଯୋଗ ଦେବା ଯୋଗୁ ଦଳର କିଛି କର୍ମୀ ଓ ବ୍ୟକ୍ତିତ୍ୱ ଅସନ୍ତୁଷ୍ଟ ହୋଇଥିଲେ। କେବଳ ଏତିକି ନୁହେଁ, ଦଳକୁ ସୁପ୍ରିମୋ ଟିକେ ଅଣଦେଖା କେରିଥିଲେ। ଏହା ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। ଏବେ କିନ୍ତୁ ଦଳ ସବୁକିଛି ଭୁଲି ଆଗକୁ ବଢୁଛି।
ସୁଶାନ୍ତ ଆହୁରି ମଧ୍ୟ କହିଛନ୍ତି,ବିଜେଡିରେ ଏବେ କୌଣସି ଅନ୍ତଃକନ୍ଦଳ ନାହିଁ। ବରିଷ୍ଠ ନେତାମାନଙ୍କୁ ସ୍ବତନ୍ତ୍ର ଭାବେ ଗୋଟିଏ କମିଟିରେ ରଖାଯାଇଛି ଓ ସେମାନେ ଦଳ କେମିତି ଆଗକୁ ଯିବ, ସେନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି। ବିଜେଡି ଏକଜୁଟ ହୋଇ ରହିଛି ଓ ଆଗକୁ ମଧ୍ୟ ରହିବ। ଦଳ ଭାଜପା ସରକାରକୁ ମିଥ୍ୟା ଲୋକଙ୍କ ସାମ୍ନାକୁ ଆଣିବ। ଆମ ଦଳ ଆଗାମୀ ନିର୍ବାଚନରେ ୧୨୦ରୁ ଅଧିକ ସିଟ ଜିତି ପୁଣି ସରକାର କରିବ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31