Indus Valley Times

ଋତୁସ୍ରାବ ପାଇଁ ମହିଳା କର୍ମଚାରୀଙ୍କୁ ମିଳିବ ଛୁଟି, ପ୍ରକାଶ ପାଇଲା ବିଜ୍ଞପ୍ତି

 Breaking News

ଋତୁସ୍ରାବ ପାଇଁ ମହିଳା କର୍ମଚାରୀଙ୍କୁ ମିଳିବ ଛୁଟି, ପ୍ରକାଶ ପାଇଲା ବିଜ୍ଞପ୍ତି

ଋତୁସ୍ରାବ ପାଇଁ ମହିଳା କର୍ମଚାରୀଙ୍କୁ ମିଳିବ ଛୁଟି, ପ୍ରକାଶ ପାଇଲା ବିଜ୍ଞପ୍ତି
November 11
18:03 2024

ଭୁବନେଶ୍ୱର,୧୧/୧୧: ଏବେ ମହିଳା ସରକାରୀ କର୍ମଚାରୀଙ୍କୁ ମିଳିବ ବାର୍ଷିକ ୧୨ ଦିନର ଅତିରିକ୍ତ ଛୁଟି। ଋତୁସ୍ରାବ ପାଇଁ ଅତିରିକ୍ତ ଛୁଟି ନେଇ ଅର୍ଥ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସମସ୍ତ ସରକାରୀ ମହିଳା କର୍ମଚାରୀ ୫୫ ବର୍ଷ ବୟସ ପୂରଣ ହେବା ପଯର୍ଯ୍ୟନ୍ତ ବାର୍ଷିକ ୧୨ ଦିନର ଏହି ଋତୁସ୍ରାବ ଜନିତ ଅତିରିକ୍ତ ଛୁଟି ନେଇପାରିବେ।
ପ୍ରତି ମାସର ଦିନଟିଏ ଋତୁସ୍ରାବ ଜନିତ ଛୁଟି ସେହି ମାସରେ ହିଁ ନେବାକୁ ପଡ଼ିବ। ଗୋଟିଏ ମାସର ଛୁଟି ପରବର୍ତ୍ତୀ ମାସକୁ ସ୍ଥାନାନ୍ତରିତ କରାଯାଇପାରିବ ନାହିଁ ବୋଲି ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଏହା ପୂର୍ବରୁ ଗତ ମାସରେ ମହିଳା ସରକାରୀ କର୍ମଚାରୀମାନଙ୍କ ପାଇଁ ବାର୍ଷିକ ଅତିରିକ୍ତ ସାମୟିକ ଛୁଟି ୧୨ ଦିନକୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ପ୍ରଚଳିତ ୧୦ ଦିନ ସାମୟିକ ଛୁଟି(କାଜୁଆଲ ଲିଭ) ଓ ୫ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି(ସ୍ପେଶାଲ ଲିଭ୍‌) ସହିତ ମହିଳାମାନେ ଏହି ୧୨ ଦିନ ଅତିରିକ୍ତ ଛୁଟି ପାଇପାରିବେ।
ଉଲ୍ଲେଖଯୋଗ୍ୟ, ରାଜ୍ୟର ପୂର୍ବ ବିଜେଡି ସରକାର ମହିଳାମାନଙ୍କୁ ସେମାନଙ୍କ ମାସିକ ଧର୍ମ ପାଇଁ ଅତିରିକ୍ତ ୧୦ଦିନ ସାମୟିକ ଛୁଟି ଦେବାକୁ ନିଷ୍ପତ୍ତି ନେଇଥିଲେ। ୨୦୨୪ ମାର୍ଚ୍ଚ ୧୨ ତାରିଖରେ ଅର୍ଥ ବିଭାଗ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଥିଲା। ଅର୍ଥାତ୍ ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀମାନେ ବର୍ଷକୁ ୨୫ ଦିନ ଛୁଟି ପାଇପାରୁଥିଲେ। ଏବେଠାରୁ ସେମାନେ ବାର୍ଷିକ ୨୭ ଦିନ ଛୁଟି ପାଇବେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31