Indus Valley Times

ରାଜ୍ୟରେ ଆୟକର ବିଭାଗର ବଡ଼ଧରଣର ଚଢାଉ, ଏକାସାଙ୍ଗେ ୮ଟିସ୍ଥାନରେ ରେଡ୍‌

 Breaking News

ରାଜ୍ୟରେ ଆୟକର ବିଭାଗର ବଡ଼ଧରଣର ଚଢାଉ, ଏକାସାଙ୍ଗେ ୮ଟିସ୍ଥାନରେ ରେଡ୍‌

November 26
10:33 2024

ଭୁବନେଶ୍ୱର,୨୬/୧୧ : ମାଇନ୍ସ କମ୍ପାନୀରେ ବଡ଼ଧରଣର ଆୟକାର ( IT) ରେଡ୍ କରାଯାଇଛି।। ଏସ୍.ଏନ୍ ମହାନ୍ତି ଗ୍ରୁପର ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। କେନ୍ଦୁଝର ଜିଲ୍ଲା ଯୋଡ଼ା, ବଡ଼ବିଲ ଓ ଭୁବନେଶ୍ୱର ସମେତ ୮ଟି ସ୍ଥାନରେ ଏହି ରେଡ୍ କରାଯାଇଛି। ଟିକସ ଫାଙ୍କିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିବା ଜଣାଯାଇଛି।
ବଡ଼ବିଲରେ ଥିବା କମ୍ପାନୀ ଅଫିସ, ଭୁବନେଶ୍ୱରରେ ଥିବା ଘର ଓ କର୍ପୋରେଟ ଅଫିସରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ତେବେ ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିନି।
୬ଟି ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଆଜି ଭୋରରୁ ଏହି ଚଢ଼ାଉ କରାଯାଇଥିବା ଜଣାଯାଇଛି। ଚଢ଼ାଉ ବେଳେ ନଗଦ ଟଙ୍କା ଓ ଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଥିବା ସୂଚନା ରହିଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31