Indus Valley Times

ଭୁବନେଶ୍ୱରରେ କଡା ସୁରକ୍ଷା ବ୍ୟବସ୍ଥା, ବିଏମସି ଅଧିନରେ ଅଧାରୁ ସବୁ ସ୍କୁଲ ଛୁଟି

 Breaking News

ଭୁବନେଶ୍ୱରରେ କଡା ସୁରକ୍ଷା ବ୍ୟବସ୍ଥା, ବିଏମସି ଅଧିନରେ ଅଧାରୁ ସବୁ ସ୍କୁଲ ଛୁଟି

ଭୁବନେଶ୍ୱରରେ କଡା ସୁରକ୍ଷା ବ୍ୟବସ୍ଥା, ବିଏମସି ଅଧିନରେ ଅଧାରୁ ସବୁ ସ୍କୁଲ ଛୁଟି
November 29
10:53 2024

ଭୁବନେଶ୍ୱର, ୨୯/୧୧ : ରାଜଧାନୀ ଭୁବନେଶ୍ୱରରେ ଆଜି ଅଧାରୁ ବିଦ୍ୟାଳୟ ଗୁଡ଼ିକ ବନ୍ଦ ହେବ । ଦିନ ଗୋଟାଏ ପରେ ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଥିବା ସସସ୍ତ ସ୍କୁଲ ଛୁଟି ହୋଇଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ଏହି ସମୟରେ ଟ୍ରାଫିକ୍ କଟକଣା ରହିବ, ତେଣୁ ଛାତ୍ରଛାତ୍ରୀମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଏହି ନିଷ୍ପତ୍ତି ହୋଇଛି ।
ଆଜିଠୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ସର୍ବଭାରତୀୟ ଡିଜିପି ସମ୍ମିଳନୀ । ତିନି ଦିନିଆ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାରୁ କାର୍ଯ୍ୟକ୍ରମରହିଛି ।
ଅପରାହ୍ନ ୪ଟା ୨୦ରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବେ ମୋଦୀ । ସାଢେ ୪ଟାରେ ବିମାନବନ୍ଦର ପାଖରେ ଏକ ସଭାରେ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି । ସେଠାରୁ ସିଧାସଳଖ ରାଜଭବନ ଯିବେ ପ୍ରଧାନମନ୍ତ୍ରୀ ।
ଏହି ସମ୍ମିଳନୀରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଡିଜିପିଙ୍କ ସମେତ ପ୍ରାୟ ୯୦ ଡିଜି ରାଙ୍କର ଅଧିକାରୀ ଯୋଗ ଦେବେ । ଆୟୋଜିତ ଏହି ସମ୍ମିଳନୀରେ ୩୦ଟି ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ।
ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରା ସହରରେ ୭୦ ପ୍ଲାଟୁନରୁ ଊର୍ଦ୍ଧ୍ଵ ଫୋର୍ସ ମୁତୟନ ହୋଇଛନ୍ତି । ଏହା ସହିତ ରାଜ୍ୟ ପୋଲିସ, ସଶସ୍ତ୍ର ବାହିନୀ ଓ କେନ୍ଦ୍ରୀୟ ସଶସ୍ତ୍ର ବଳ ମୁତୟନ ହେବେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31