Indus Valley Times

ବୌଦ୍ଧ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ପନିପରିବା ଚାଷ ତାଲିମ ସହିତ କ୍ଷେତ୍ର ପରିଦର୍ଶନ କଲେ କୃଷି ବୈଜ୍ଞାନିକ

 Breaking News

ବୌଦ୍ଧ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ପନିପରିବା ଚାଷ ତାଲିମ ସହିତ କ୍ଷେତ୍ର ପରିଦର୍ଶନ କଲେ କୃଷି ବୈଜ୍ଞାନିକ

December 04
18:08 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ /ହରଭଙ୍ଗା ,୪/୧୨ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ପଂଚାୟତ କୁମାରୀ ଗ୍ରାମରେ ବୌଦ୍ଧ ପାଳଝାର ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ତରଫରୁ କୃଷିଜୀବୀ ମହିଳା ମାନଙ୍କୁ ନେଇ ପନିପରିବା ଚାଷ ଉପରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ସ୍ୱୟଂ ସହାୟିକା ଦଳର ମହିଳା ଚାଷୀ ମାନଙ୍କୁ ନେଇ ଏକ ଦିବସ୍ୟୀ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।
କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡା ତପନ କୁମାର ଦାସ,ଡା ମୟୂରୀ ସିଂ ସରଦାର ଓ ଡା ସମାପିକା ଦଳେଇ ଯୋଗ ଦେଇ ଉପସ୍ଥିତ କୃଷକ ମାନଙ୍କୁ ଧାନ ଚାଷ ପରେ ମୁଗ, ବିରି, ପନିପରିବା ଚାଷ କରିବା ପାଇଁ ପରାମର୍ଶ ଦେଇ କିପରି ଚାଷ କଲେ ନିଜ ପରିବାରର ଅର୍ଥନୌତିକ ଅଭିବୃଦ୍ଧି ହେବ ତାଲିମ ପ୍ରଦାନ କରିଥିଲେ ।
ଏହି ଶିବିରରେ ୬୦ରୁ ଅଧିକ ମହିଳା ଚାଷୀ ଯୋଗ ଦେଇଥିଲା ବେଳେ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସମୀର ରଞ୍ଜନ ରାଏ ଯୋଗ ଦେଇଥିଲେ । ଶେଷରେ ମହିଳା ମାନେ କରିଥିବା ପନିପରିବା ଚାଷ କ୍ଷେତ୍ର ପରିଦର୍ଶନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031