Indus Valley Times

ଜିଲ୍ଲା ସ୍ତରୀୟ ବିଶ୍ୱ ମୃତିକା ଦିବସ ପାଳିତ

 Breaking News

ଜିଲ୍ଲା ସ୍ତରୀୟ ବିଶ୍ୱ ମୃତିକା ଦିବସ ପାଳିତ

December 05
21:22 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ , ୫/୧୨ : ବୌଦ୍ଧ ଜିଲ୍ଲା ମୁଖ୍ୟ କୃଷି ଆଧିକାରୀଙ୍କ ଆତ୍ମା କାର୍ଯ୍ୟାଳୟ ଠାରେ ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଜଳ ବିଭାଜିକା ମିଶନ ତଥା ମୃତିକା ସରଂକ୍ଷଣ ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି ଙ୍କ ଅଧକ୍ଷତାରେ ଜିଲ୍ଲା ସ୍ତରୀୟ ବିଶ୍ୱ ମୃତିକା ଦିବସ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ପରିଷଦ ଅଧକ୍ଷା ପ୍ରଭାସିନୀ ଦାସ, ସଂମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଅନ୍ୟତମ ଅତିଥି ଭାବେ ବୌଦ୍ଧ ବ୍ଲକ ଅଧକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ବୌଦ୍ଧଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷ ମୃତ୍ୟୁଞ୍ଜୟ ମିଶ୍ର,ବୌଦ୍ଧ ପାଳଝାର ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡା ତାପସ କୁମାର ଦାସ, ଉପ -ନିର୍ଦ୍ଦେଶକ ଉଦ୍ୟାନ କୃଷି ବିଭାଗ ଯୋଗେନ୍ଦ୍ର ନାଥ ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିବାବେଳେ ବୌଦ୍ଧ ଜିଲ୍ଲାର ଅଗ୍ରଣୀ ଚାଷୀ ମାନେ ଅଂଶ ଗ୍ରହଣ କରିଥିଲେ ।
ଅତିଥି ମାନଙ୍କ ବକ୍ତବ୍ୟରେ ମାଟିକୁ ନିଜର ମା କହିଥିବା ବେଳେ ତାର ଯତ୍ନ ନେବା ଅତ୍ୟନ୍ତ ଜରୁରୀ ମନେ କରି ସମସ୍ତ ଚାଷୀ ମାନଙ୍କୁ ଅନୁରୋଧ କରିଥିଲେ ।
ଦ୍ୱିତୀୟ ଅଧିବେଶନରେ କୃଷକ ଓ ବିଶେଷଜ୍ଞ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।
ଏଥିରେ କୃଷି ବିଜ୍ଞାନ କେନ୍ଦ୍ର ବରିଷ୍ଠ ବୈଜ୍ଞାନିକ ଡା ମୟୁରୀ ସିଂ ସରଦାର, ଡା ସମାପିକା ଦଳାଇ,ସସ୍ମିତା ପାଳ ଙ୍କ ସମେତ ଜିଲ୍ଲା ମୁଖ୍ୟ କୃଷି କାର‌୍ୟ୍ୟଳୟର ସମସ୍ତ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ । ଶେଷରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରୁଦ୍ରଦେବ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ଛାତ୍ର /ଛାତ୍ରୀ ମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ଓ ତାଙ୍କୁ ଅତିଥି ମନେ ସମ୍ମାନପତ୍ର ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031