Indus Valley Times

ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ପାଣି ପଂଚାୟତ ପକ୍ଷ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 Breaking News

ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ପାଣି ପଂଚାୟତ ପକ୍ଷ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

December 18
10:23 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୮/୧୨ : ସମୟରେ ପାଣି ପଂଚାୟତ ପକ୍ଷ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପକ୍ଷ ୨୨ ଡିସେମ୍ବର ରୁ ୫ ରୁ ଜାନୁୟାରୀ,୨୦୨୫ ପର‌୍ୟ୍ୟନ୍ତ ଚାଲିବ କ୍ଷ ଏହି ଉପଲକ୍ଷେ ଡିସେମ୍ବର ୨୨ ରିଖ ଦିନ ସୂଚନା, ଶିକ୍ଷା, ସଂଚାର ର ବାର୍ତ୍ତା ନେଇ ସଚେତନତା ରଥ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ବାହାରିବ ଏବଂ ଏହା ୨୯ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ ।
ଏହି ପାଣି ପଂଚାୟତ ରଥ ୩ ଟି ଡିଭିଜନ ରେ ବୁଲିବ । ରଥ ର ନିରାପତ୍ତା ପାଇଁ ଦୃଷ୍ଟି ଦିଆଯିବ । ରଥ ର ପରିକ୍ରମା ସମୟରେ ତାର ନିରାପତ୍ତା, ମାଜିଷ୍ଟ୍ରେଟ ମୁତୟନ କରାଯିବ । ଏହି କାର୍ଯ୍ୟକ୍ରମ ପାଇଁ ୩ ଜଣିଆ କୋର କମିଟି ରହି ଏହି ପକ୍ଷ ର କାର‌୍ୟ୍ୟପନ୍ଥା ନିର୍ଦ୍ଧକ୍ଷ ରଣ କରିବେ । ଶ୍ରେଷ୍ଠ ଚାଷୀ ଙ୍କୁ ଏହି କାର୍ଯ୍ୟକ୍ରମ ରେ ସମ୍ବର୍ଦ୍ଧିତ କରାଯିବ ।
ଜ଼ିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ୨୯ ଡିସେମ୍ବର ଟାଉନହଲ ଠାରେ ଅନୁଷ୍ଠିତ ହେବ । ଏହା ଆଗରୁ ହରଭଙ୍ଗା, କଣ୍ଟାମାଲ, ବୌଦ୍ଧ ର ୪ଟି ୟୁନିଟ ରେ ୨୨ ଡିସେମ୍ବର ରୁ ପକ୍ଷ ପାଳନ ଉପଲକ୍ଷେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଏହି ଉପଲକ୍ଷେ ୮ମ ଶ୍ରେଣୀ ରୁ ୧୦ ମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ବକ୍ତୃତା , ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ, ପ୍ରୋଜେକ୍ଟ ପ୍ରଦର୍ଶନ ପ୍ରତିଯୋଗିତା ଅନୁଷ୍ଠିତ ହେବ ।
ଡିଭିଜନ ସ୍ତରୀୟ ପ୍ରତିଯୋଗିତା ରେ ପ୍ରଥମ ପୁରସ୍କାର – ୨୦୦୦/-, ଦ୍ଵିତୀୟ ପୁରସ୍କାର – ୧୫୦୦/-, ତୃତୀୟ ପୁରସ୍କାର – ୧୦୦୦/-, ଜ଼ିଲ୍ଲା ସ୍ତରରେ ପ୍ରଥମ – ୨୫୦୦/-, ଦ୍ଵିତୀୟ ପୁରସ୍କାର – ୨୦୦୦/-, ତୃତୀୟ ପୁରସ୍କାର – ୧୫୦୦/-, ରାଜ୍ୟସ୍ତରୀୟ ପ୍ରଥମ ପୁରସ୍କାର – ୧୦,୦୦୦/-, ଦ୍ଵିତୀୟ ପୁରସ୍କାର – ୭୫୦୦/-, ତୃତୀୟ ପୁରସ୍କାର – ୫୦୦୦/- ସହିତ ସାର୍ଟିଫିକେଟ ପ୍ରଦାନ କରାଯିବ ।
ପକ୍ଷ ପାଳନ ସମୟରେ ଉପସ୍ଥିତ ଚାଷୀ ମାନଙ୍କ ର ଶପଥ ପାଠ ଅନୁଷ୍ଠିତ ହେବ । ଡିଭିଜନ ରୁ ଜ଼ିଲ୍ଲା ସ୍ତର ରେ ଏବଂ ଜ଼ିଲ୍ଲା ସ୍ତରୀୟ ରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବେ ।
ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲାପାଳ ବହୁ ଚାଷୀ,ଭାଗିଦାରୀ ଙ୍କ ଉପସ୍ଥିତି କାମନା କରିଥିଲେ । ଏଥିସହିତ ମାଇନର ଇରିଗେସନ, ଟି ପି ଏସ ଓ ଡ଼ି ଏଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପଶୁ ସମ୍ପଦ,ଉଦ୍ୟାନ ବିଭାଗ,ବନ ବିଭାଗ, ଇରିଗେସନ, ଉଠା ଜଳସେଚନ,ମତ୍ସ ବିଭାଗ, ମେଗା ଲିଫଟ, ଶିକ୍ଷା ବିଭାଗ,କୃଷି ସମ୍ପଦ, ନାବାର୍ଡ, ଏମ ବି କେ ଏବଂ ଅନ୍ୟାନ୍ୟ ୱାଟର ଡିପାର୍ଟମେଣ୍ଟ ସାମିଲ ହୋଇ ଏହି କାର୍ଯ୍ୟକ୍ରମ କୁ ସଫଳକରିବା ପାଇଁ ଜ଼ିଲ୍ଲାପାଳ ଆହ୍ୱାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031