Indus Valley Times

ଚାଇନା ମଞ୍ଜା ସୂତାରେ ପୁଲିସ ଅଧିକାରୀ ଆହତ 

 Breaking News

ଚାଇନା ମଞ୍ଜା ସୂତାରେ ପୁଲିସ ଅଧିକାରୀ ଆହତ 

ଚାଇନା ମଞ୍ଜା ସୂତାରେ ପୁଲିସ ଅଧିକାରୀ ଆହତ 
December 19
08:36 2024

ଅଳ୍ପକେ ବଞ୍ଚି ଗଲେ ବଡ଼ ଦୁର୍ଘଟଣାରୁ; ବାରଣ ସତ୍ତ୍ୱେ ବନ୍ଦ ହେଉନି ମଞ୍ଜା ସୂତା

By Ashok Kumar Baral

Bhubaneswar, Dec. 19: ଗତକାଲି ସନ୍ଧ୍ୟାରେ ଭୁବନେଶ୍ଵରର ବରମୁଣ୍ଡା ଓଭର ବ୍ରିଜ ଉପରେ ଚାଇନା ମଞ୍ଜା ସୂତା ଲାଗି ଆହତ ହୋଇଛନ୍ତି ଜଣେ ପୁଲିସ ଅଧିକାରୀ। ଭିଜିଲାନ୍ସ ବିଭାଗ ରେ କାର୍ଯ୍ୟରତ ଅଧିକାରୀ ଭରତ ଭୂଷଣ ପଟ୍ଟନାୟକ ସନ୍ଧ୍ୟାରେ କାର୍ଯ୍ୟ ସମ୍ପନ୍ନ କରି ଆଠ ନମ୍ବର ଫେରିବା ସମୟ ରେ ବରମୁଣ୍ଡା ଜାତୀୟ ରାଜପଥ ଓଭର ବ୍ରିଜ ଉପରେ ତାଙ୍କ ଦୁଇ ଆଖି ଏବଂ ନାକରେ ମାଞା ସୂତା ଲାଗିଥିଲା। ଫଳରେ ତାଙ୍କ ଦୁଇ ଆଖି ଏବଂ ନାକରେ କ୍ଷତ ସୃଷ୍ଟି ହୋଇ ରକ୍ତ ସ୍ରାବ ହୋଇଥିଲା ।

ସେ ଚଷମା ପିନ୍ଧି ଥିବାରୁ ବଡ଼ ଅଘଟଣ ରୁ ବଞ୍ଚି ଯାଇଥିଲେ। ନଚେତ୍ ତାଙ୍କର ଆଖି ନଷ୍ଟ ହୋଇ ଯାଇଥାନ୍ତା ବୋଲି ସେ କହିଛନ୍ତି।

ଶ୍ରୀ ପଟ୍ଟନାୟକ ମଞ୍ଜା ସୂତାର ଶୀକାର ହେଇ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପହଞ୍ଚି ଥିଲେ। ତାଙ୍କ ପୂର୍ବରୁ ଆଉ ଜଣେ ମଧ୍ୟ ମିନା ସୂତା ର ଶୀକାର ହେଇ ତାଙ୍କର ନାକ କଟି ଯାଇଥବା ହସ୍ପିଟାଲ ଡ୍ରେସ୍ ର ତାଙ୍କୁ କହିଥିଲେ। ପୁଲିସ ପ୍ରଶାସନ ର ବାରମ୍ବାର ବାରଣ ସତ୍ତ୍ୱେ ଲୋକେ  ମାଞ୍ଜିା ସୂତା  ବିକ୍ରି ଏବଂ ବ୍ୟବହାର କରୁଛନ୍ତି। 

ଏଠାରେ ସୂଚନାଯୋଗ୍ୟ ଯେ ମଞ୍ଜା ସୂତା ଆଘାତରେ ଚଳିତବର୍ଷ ବହୁ ଜଣ ଆହତ ହୋଇଥିବା ବେଳେ ୨୦୨୧ ରେ କଟକ ଜିଲ୍ଲା ଭୟିରପୁର ର ଜଣେ ଯୁବକ ର ମୃତ୍ୟୁ ଘଟିଥିଲା। 

ଚାଇନା ମାଞା ସୂତା ବର୍ତ୍ତମାନ ବାଇକ ଆରୋହୀ ଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ମଞ୍ଜା ସୂତାବ୍ୟବହାର କୁ ରୋକିବା ନିମନ୍ତେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ରହିଛି। ଏଥି ସହିତ ବେଆଇନ ଗୁଡ଼ି ସୂତା ବିକ୍ରି ଏବଂ ଉଡା ସ୍ଥାନ ମାନଙ୍କରେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ମତ ପ୍ରକାଶ ପାଇଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031