Indus Valley Times

ଆସନ୍ତା ଜାନୁଆରୀ ମାସରେ ମିଳିପାରେ ସୁଭଦ୍ରା ଟଙ୍କା

 Breaking News

ଆସନ୍ତା ଜାନୁଆରୀ ମାସରେ ମିଳିପାରେ ସୁଭଦ୍ରା ଟଙ୍କା

ଆସନ୍ତା ଜାନୁଆରୀ ମାସରେ ମିଳିପାରେ ସୁଭଦ୍ରା ଟଙ୍କା
December 21
17:50 2024

ଭୁବନେଶ୍ୱର, ୨୧/୧୨ : ଆସନ୍ତା ଜାନୁଆରୀ ମାସରେ ମିଳିପାରେ ସୁଭଦ୍ରା ଟଙ୍କା। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୨୦ଲକ୍ଷରୁ ଅଧିକ ମହିଳାଙ୍କୁ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ତେବେ ବଣ୍ଡା ଘାଟିରେ ୧୨ହଜାରରୁ ଅଧିକ ମହିଳା ସୁଭଦ୍ରା ପାଇଁ ଆବେଦନ କରିଛନ୍ତି ।
୯ହଜାର ମହିଳା ପ୍ରଥମ କିସ୍ତି ପାଇଛନ୍ତି, ୩ହଜାର ମହିଳା ଏଯାଏଁ ପାଇ ନାହାଁନ୍ତି । ତେବେ ଯେଉଁ ପ୍ରତିବନ୍ଧ ଥିଲା ତାର ସମାଧାନ ହୋଇଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୁଭଦ୍ରା ଚତୁର୍ଥ ପର୍ଯ୍ୟାୟରେ ଟଙ୍କା ୨୦ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି। ଡିସେମ୍ବର ୩୦ତାରିଖ ସୁଦ୍ଧା ଯାଞ୍ଚ ପ୍ରକ୍ରିୟା ସରିବ । ସବୁ ଭେରିଫିକେସନ୍ ସରିଲେ ଜାନୁଆରୀରେ ଟଙ୍କା ମିଳିପାରେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ ସୁଭଦ୍ରା ଯୋଜନା ଅଧୀନରେ ତୃତୀୟ ପର୍ଯ୍ୟାୟ ସୁଦ୍ଧା ରାଜ୍ୟର ମୋଟ୍ ୮୦ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀ ମହିଳାଙ୍କୁ ୫ ହଜାର ଟଙ୍କା ଲେଖାଏ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇ ସାରିଥିବାବେଳେ ଚତୁର୍ଥ ପର୍ଯ୍ୟାୟରେ ପ୍ରାୟ ୨୦ ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ମିଳିବ। ଯାହା ପରେ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା କୋଟିଏକୁ ଛୁଇଁବ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930