Indus Valley Times

ପୁରୀ ନିଗମାନନ୍ଦ ସମ୍ମିଳନୀରେ ଅଘଟଣ : ଦୁଇ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

 Breaking News

ପୁରୀ ନିଗମାନନ୍ଦ ସମ୍ମିଳନୀରେ ଅଘଟଣ : ଦୁଇ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

December 28
19:58 2024

ପୁରୀ,୨୮/୧୨ : ପୁରୀରେ ନିଗମାନନ୍ଦ ସମ୍ମିଳନୀ ଚାଲିଥିବା ବେଳେ ଆଖି ବୁଜିଛନ୍ତି ଦୁଇ ଜଣ ଭକ୍ତ। ସେମାନଙ୍କ ମଧ୍ୟରୁ ଜଣେ କଟକର ହୋଇଥିବା ବେଳେ ଅନ୍ୟ ଜଣେ ପଶ୍ଚିମବଙ୍ଗର ମେଦିନପୁର ବୋଲି ସୂଚନା ମିଳିଛି।
ପ୍ରାଥମିକ ସୂଚନା ଅନୁଯାୟୀ, ସମ୍ମିଳନୀ ଚାଲିଥିବା ବେଳେ ଏହି ଦୁଇ ଭକ୍ତଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ତେଣୁ ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଉଭୟ ହୃଦଘାତର ଶିକାର ହୋଇଥିବା ଜଣାପଡ଼ିଛି।
ସମ୍ମିଳନୀରେ ଅତ୍ୟଧିକ ଭକ୍ତଙ୍କ ସମାଗମ ଯୋଗୁ ଏହି ଅଘଟଣ ଘଟିଥାଇପାରେ ବୋଲି କୁହାଯାଉଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031