Indus Valley Times

ଗାଁ ଦାଣ୍ଡ ଧୂଳି ଖାଉଛନ୍ତି ବିରୋଧୀ ଦଳ ନେତା: ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷ

 Breaking News

ଗାଁ ଦାଣ୍ଡ ଧୂଳି ଖାଉଛନ୍ତି ବିରୋଧୀ ଦଳ ନେତା: ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷ

January 02
17:57 2025

ଭୁବନେଶ୍ୱର,୨/୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିରୋଧୀଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଅଦିନିଆ ବର୍ଷାରେ ଚାଷ କ୍ଷତି ଭରଣା ପାଇଁ ଏହି ଚିଠି ଜରିଆରେ ଦାବି ଜଣାଇଛନ୍ତି ନବୀନ। ନବୀନ ଲେଖିଛନ୍ତି, ନିର୍ଦ୍ଧାରିତ ସମୟ ମଧ୍ୟରେ ସରକାର କ୍ଷତିପୂରଣ ଦିଅନ୍ତୁ। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମଧ୍ୟ ଦାବି କରିଛନ୍ତି ନବୀନ।
ଅନ୍ୟପକ୍ଷରେ ମୋହନ ମଧ୍ୟ ଆଜି ନବୀନଙ୍କ ନାଁ ନ ନେଇ କଡ଼ା ଟାର୍ଗେଟ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସରକାର କିଛି ଲୋକଙ୍କୁ ବାଧ୍ୟ କରିଦେଲା ଯେ, ସେମାନେ ନିଜ ବିଳାସପୂର୍ଣ୍ଣ ଟାଓ୍ବାରରୁ ବାହାରି ବିଲ ମୁଣ୍ଡକୁ ଯାଇଛନ୍ତି।
ଯେଉଁମାନେ ପୂର୍ବରୁ ଦାୟିତ୍ଵ ନେଇ କାମ କରୁଥିଲେ, ସେମାନଙ୍କୁ ଲୋକ ଭେଟି ପାରୁ ନ ଥିଲେ । ଆଜି ସେମାନେ ଲୋକଙ୍କ ପାଖକୁ ଯାଉଛନ୍ତି। ଆମ ସରକାରର କାର୍ଯ୍ୟ ଶୈଳୀ ଦେଖି ସେମାନଙ୍କ ମନରେ ଭୟ ଜାଗିଛି। ସେମାନେ ବ୍ୟତିବ୍ୟସ୍ତ ହୋଇ ଆଜି ଆଇଭୋରି ଟାଓ୍ବାରରୁ ବାହାରି ଗାଁ ଦାଣ୍ଡ ଧୂଳି ଖାଇବାକୁ ବାଧ୍ୟ ହେଉଛନ୍ତି ବୋଲି ସ୍ୱାଧୀନତା ସଂଗ୍ରାମୀ ମଞ୍ଚରୁ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଟାର୍ଗେଟ କରି କହିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031