Indus Valley Times

କଟନୀ ଛଟନୀ ବନ୍ଦ ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ ଅବିଳମ୍ବେ କ୍ଷତି ପୂରଣ ଦାବୀରେ ଜିଲ୍ଲାପାଳଙ୍କୁ ବିଜେଡିର ଦାବୀ ପତ୍ର ପ୍ରଦାନ

 Breaking News

କଟନୀ ଛଟନୀ ବନ୍ଦ ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ ଅବିଳମ୍ବେ କ୍ଷତି ପୂରଣ ଦାବୀରେ ଜିଲ୍ଲାପାଳଙ୍କୁ ବିଜେଡିର ଦାବୀ ପତ୍ର ପ୍ରଦାନ

କଟନୀ ଛଟନୀ ବନ୍ଦ ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ ଅବିଳମ୍ବେ କ୍ଷତି ପୂରଣ ଦାବୀରେ ଜିଲ୍ଲାପାଳଙ୍କୁ ବିଜେଡିର ଦାବୀ ପତ୍ର ପ୍ରଦାନ
January 03
10:58 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩/୧ : ବୌଦ୍ଧ ଆଜି ବିଜୁ ଜନତାଦଳ ପକ୍ଷରୁ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଏନଏସି ଅଧକ୍ଷ ମୃତ୍ୟୁଞ୍ଜୟ ମିଶ୍ର ରାଜ୍ୟ ସହସମ୍ପାଦକ ଅଶୋକ ସାହୁ ଜିଲ୍ଲାକାର୍ଯ୍ୟକାରୀ ସଭାପତି ସୁବୋଧ ପ୍ରଧାନ ଯୁବନେତା ଅବକାଶ ସାହୁ ଅରୁଣ ପ୍ରଧାନ ସୀତାଂଶୁ ମହାକୁଡ଼ ଗରୁଡ଼ ପ୍ରଧାନ ଯୋଗେଶ୍ୱର ମହାଙ୍କୁଡ ପ୍ରମୁଖଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଯାଇ ଡବଲ ଇଞ୍ଜିନ ସରକାର ନିର୍ବାଚନ ପୂର୍ବରୁ ଏବଂ ପରେ ବିନା କଟନୀ ଛଟନୀ ରେ ଧାନ ନେବାକୁ କହୁଥିବା ବେଳେ ବିହନ କୃଷି ଉପକରଣ ଯନ୍ତ୍ରପାତି ଯୋଗାଉଥିବା ବେଳେ ସମାନ ବିହନ ସମାନ ଉପକରଣରେ ଧାନର ମାନ କେମିତି କମୁଛି ସବୁଠୁ ବଡ଼ କଥା ହେଉଛି ଧାନ କ୍ରୟ କମିଟିରେ ଜଣିଏବି ଚାଷୀ କିମ୍ବା ଚାଷୀ ପ୍ରତିନିଧି ନରହି ଦଳୀୟ ଭିତ୍ତିରେ ପ୍ରତିନିଧି ରଖିବା ବୌଦ୍ଧର ଚାଷୀକୁଳଙ୍କୁ ହାତୋତ୍ସାହିତ କରିଛି ।
ଏବଂ ଧାନରେ କଟନୀ ଛଟନୀ ମନା କରୁଥିବା ସରକାର ବୌଦ୍ଧ ଜିଲ୍ଲାରେ କିଲୋପ୍ରତି ତିନିରୁ ପାଞ୍ଚ କିଲୋ ଧାନ ପ୍ରତ୍ୟେକ ମଣ୍ଡିରେ କଟାଯାଉଛି । ଏ ଯାବତ ଜିଲ୍ଲାର ସମସ୍ତ ମଣ୍ଡି ମଧ୍ୟ ଖୋଲିଲାନାହିଁ ।
ପ୍ରଥମରୁ ସ୍ୱଳ୍ପବର୍ଷା ଏବଂ ପରେ ଅଦିନିଆ ବର୍ଷାରେ ବୌଦ୍ଧଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଥିବା ବେଳେ ଏ ଯାବତ ସରକାର ଅନୁଧ୍ୟାନ ନକରିବା ମଧ୍ୟ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି ।
ଏଣୁ ଆଜି ବିଜୁ ଜନତାଦଳ ପକ୍ଷରୁ ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରି କ୍ଷତି ପୂରଣ ପ୍ରଦାନ ସହ କଟନୀ ଛଟନୀ ବନ୍ଦ ଦାବୀସମ୍ବନ୍ଧିତ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି କ୍ଷ ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୂର୍ବତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଅବଗତ କରିଛନ୍ତି ।
ଉଦ୍‌ଘାଟିତ ହେଲା ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା
ବୌଦ୍ଧ,୩/୧:- ବୌଦ୍ଧ କଚେରୀ ପଡିଆ ଠାରେ ଆଜି ସନ୍ଧ୍ୟାରେ ବୌଦ୍ଧ ମହୋତ୍ସବ, ପଲ୍ଲିଶ୍ରୀମେଳା ଉଦଘାଟିତ ହୋଇଯାଇଛି ।
ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବିଧାୟକ ତଥା ମୁଖ୍ୟ ସଚେତକ, ବିଧାନ ସଭା, ଓଡିଶା ସରକାର ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ଏବଂ ବରେଣ୍ୟ ଅତିଥି ବୃନ୍ଦ ଯୋଗଦେଇ ଆନୁଷ୍ଠାନିକ ଭାବରେ ମହୋତ୍ସବ ର ଶୁଭ ଉଦଘାଟନ କରିଥିଲେ ।
ସମ୍ମାନୀତ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଦିଗପହଣ୍ଡି ବିଧାୟକ ତଥା ଚଳଚ୍ଚିତ୍ର ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଅଧ୍ୟକ୍ଷା, ଜ଼ିଲ୍ଲା ପରିଷଦ ଶ୍ରୀମତୀ ପ୍ରଭାସିନୀ ଦାସ,ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେବରକୋଣ୍ଡା ଏବଂ ସଭାପତି ଭାବେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇ ଥିଲେ । ଉପ -ଜ଼ିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସନା ସ୍ୱାଗତ ଭାଷଣ ଦେଇଥିବା ବେଳେ ଡେପୁଟି କଲେକ୍ଟର ତୃପ୍ତିମୟୀ ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ ।
ସଭା ଆରମ୍ଭ ରୁ ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଗୀତା ପାଠ ଏବଂ ଜବକ୍ଷହାର ନବୋଦୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ।
ଏହି ଅବସରରେ ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକରୁ ସାଂସ୍କୃତିକ ଦଳ ସହ ମଶାଲ ଆସି ବୌଦ୍ଧ ବୁଦ୍ଧ ମନ୍ଦିର ଠାରେ ପହଞ୍ଚିବା ପରେ ପୂଜାର୍ଚ୍ଚନା କରାଯାଇଥିଲା । ସେଠାରୁ ଏକ ବିରାଟ ମଶାଲ ଶୋଭାଯାତ୍ରା ରେ କଳାକାର ମାନଙ୍କ ର ଏକ ବିରାଟ ପଟୁଆର ବାହାରି ସହର ପରିକ୍ରମା କରି ପ୍ୟାରେଡ ପଡିଆ ଠାରେ ଡ. ସାଧୁ ମେହେର ମଞ୍ଚ ଠାରେ ସ୍ଥାପନା କରାଯାଇଥିଲା ।
ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ରଥ, କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି, ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନଙ୍କ ସମେତ ସମସ୍ତ ବିଡିଓ, ତହସିଲଦାର, ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ପୂର୍ବରୁ ଆଜି ସକାଳେ ଜିଲ୍ଲା ସାଂସ୍କୃତିକ ପତାକା ଉତ୍ତୋଳନ କରାଯାଇଥିଲା ।
କାର୍ଯ୍ୟକ୍ରମ କୁ ସହକାରୀ ନିବନ୍ଧକ, ସମବାୟ ସମିତି ସମୁହ ବୌଦ୍ଧ ହାଡିବନ୍ଧୁ ମହାକୁଡ଼ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଅଞ୍ଜନ କୁମାର ପ୍ରଧାନ ଏବଂ ସ୍ଥାନୀୟ କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031