Indus Valley Times

ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଚତୁର୍ଥ ଦିବସର କାର୍ଯ୍ୟକ୍ରମ

 Breaking News

ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଚତୁର୍ଥ ଦିବସର କାର୍ଯ୍ୟକ୍ରମ

January 06
10:11 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୬/୧ : ବୌଦ୍ଧ କଚେରୀ ପଡିଆ ଠାରେ ଆଜି ସନ୍ଧ୍ୟାରେ ବୌଦ୍ଧ ମହୋତ୍ସବ, ପଲ୍ଲିଶ୍ରୀମେଳାର ଚତୁର୍ଥ ଦିନର ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଚତୁର୍ଥ ଦିବସ ର ସନ୍ଧ୍ୟା କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ, ଫୁଲବାଣୀ ଶ୍ରୀଯୁକ୍ତ ଉମାଚରଣ ମଲ୍ଲିକ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ଜ଼ିଲ୍ଲାପାଳ, ବୌଦ୍ଧ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ , ଜ଼ିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ, ବୌଦ୍ଧ ଶ୍ରୀଯୁକ୍ତ ଅନିରୁଦ୍ଧ ପଧାନ, ଉପାଧ୍ୟକ୍ଷ, ଜ଼ିଲ୍ଲା ପରିଷଦ ଶ୍ରୀଯୁକ୍ତ ଶଙ୍କର୍ଷଣ ପ୍ରଧାନ, ସଭାପତି ଭାବେ ଜ଼ିଲ୍ଲାପାଳ, ବୌଦ୍ଧ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇ ଥିଲେ ।
ତହସିଲଦାର, ବୌଦ୍ଧ ଶ୍ରୀଯୁକ୍ତ ଲଗ୍ନଜିତ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ହରଭଙ୍ଗା ଶରତ କୁମାର ସେଠୀ ଧନ୍ୟବାଦ ଜ୍ଞାପନ କରିଥିଲେ । ସଭା କାର୍ଯ୍ୟକ୍ରମ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସଂଯୋଜିକା ଶୋଭନା ମିଶ୍ର ଏବଂ ସଂସ୍କତ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ପରିଚାଳନା କରିଥିଲେ ।
ଆଜିର କାର୍ଯ୍ୟକ୍ରମ ରେ ପ୍ରାଣୀ କଲ୍ୟାଣ ମଞ୍ଚ, ବୀର ନରସିଂହପୁର ପକ୍ଷରୁ ପତର ସଉରା,ଭୁବନେଶ୍ୱର ଦଣ୍ଡ ନୃତ୍ୟ, ଗୋଛାପଡ଼ା, ସରକାରୀ ଉ. ପ୍ରା. ବିଦ୍ୟାଳୟ, କମିରା, ଗୌରୀଶଙ୍କର ପବ୍ଲିକ ସ୍କୁଲ, ବଡ଼ବନ୍ଧ ବାଳିକା ଉଚ୍ଚ ବିଦ୍ୟାଳୟ, ସରକାରୀ ପ୍ରାଇମେରୀ ସ୍କୁଲ, ବାଲିପୁର,ଖରସଂକୁଳେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ମେଂଢ଼ୀମାଲ ଉଚ୍ଚ ବିଦ୍ୟାଳୟ, ଶ୍ରୀରାମ କାର୍ଟୁନ କମେଡି, ଡାଙ୍ଗପଡ଼ା, ଯାତ୍ରୀ, ଖଟଖଟିଆ,ପ୍ରଣାମ ର ଓଡିଶୀ, ଗେଲ୍ହା ମାଆ କଳା ନିକେତନ କ୍ଲାସିକାଲ, ସଂଗୀତ ସମିତି, ପଦ୍ମପୁର ସମ୍ବଲପୁରୀ,ଆସାମ ର ବିହୁ ଡ୍ୟାନ୍ସ, ବୃନ୍ଦାବନ ସାଂସ୍କୁତିକ ଅନୁଷ୍ଠାନ ଘୁମରା ପ୍ରେରଣା ଡ୍ୟାନ୍ସ ଏକାଡେମୀ ମାଇଥୋଲୋଜିକାଲ ଡ୍ୟାନ୍ସ ପରିବେଷଣ କରିଥିଲେ । ସଂଗୀତାୟନ ର କଳାକାର ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031