Indus Valley Times

କିର୍ମିରା ବ୍ଲକ ଅଧ୍ୟକ୍ଷ୍ୟା ଙ୍କ ଅନାସ୍ଥା ଭୋଟ ପ୍ରସଙ୍ଗ ନେଇ ବିଜେଡି ନେତାଙ୍କ ଝାରସୁଗୁଡା ଗସ୍ତ

 Breaking News

କିର୍ମିରା ବ୍ଲକ ଅଧ୍ୟକ୍ଷ୍ୟା ଙ୍କ ଅନାସ୍ଥା ଭୋଟ ପ୍ରସଙ୍ଗ ନେଇ ବିଜେଡି ନେତାଙ୍କ ଝାରସୁଗୁଡା ଗସ୍ତ

January 13
09:03 2025

BJD team in Jharsuguda to study Kirmira block chairman no-confidence motion issue
ସଂଜୟ ପାଣିଗ୍ରାହୀଙ୍କ ରିପୋର୍ଟ
ଭୁବନେଶ୍ୱର, ତା ୧୩/୧: ରବିବାର ଦିନ ଝାରସୁଗୁଡ଼ା ରେ ଆସି ବିଜେଡି ଫେକ୍ଟ ଫାଇଣ୍ଡିଙ୍ଗ କମିଟି ପହଚିଂ କିରିମିରା ବ୍ଲକ୍ ଅଧ୍ୟକ୍ଷ ଅନସ୍ଥା ପ୍ରସ୍ତାବ ନେଇ ହୋଇଥିବା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲା । ଦୀର୍ଘ ଦୁଇ ଘଂଟା ର ଆଲୋଚନା ପରେ ସତ୍ୟାସତ୍ୟ ରିପୋର୍ଟ ଗ୍ରହଣ ନେଇ ବିଜେଡି ସୁପ୍ରିମୋ ଏହି କମିଟି ରିପୋର୍ଟ ଦେବ।
କିର୍ମିରା ବ୍ଲକ ଅଧ୍ୟକ୍ଷ୍ୟା ଙ୍କ ଅନାସ୍ଥା ଭୋଟ ସମୟରେ କିଭଳି ଭାବେ ଓଡ଼ିଶା ସରକାର ଛତିଶଗଡ଼ ସରକାର ମିଶି କିର୍ମିରାର ୯ ଜଣ ସମିତି ସଭ୍ୟ ସରପଂଚ ଏବଂ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ ଦାଶଙ୍କ ପୁଅ ବିଶାଳ ଦାଶ ଏବଂ ଅନ୍ୟ ବ୍ୟକ୍ତି ଛତିଶଗଡ଼ ର ସରେଇପାଲି ଥାନାରେ ଅଟକ ରଖିଥିଲେ ଏବଂ ପରେ ମାମଲା ରୁଜୁ କରାଯାଇଥିଲା ଏବଂ ନୋଟିସ ଦେଇ ସମସ୍ତଙ୍କୁ ଛାଡ଼ିବା ପରେ ଅନାସ୍ଥା ଭୋଟ ସମୟ ଅବଧି ସରି ଯାଇଥିଲା ଫଳରେ ଅନାସ୍ଥା ଭୋଟ ବାତିଲ ହୋଇଥିଲା।
ଏହି ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିବା ପରେ ମୁକୁଳିଥିଲେ ପିଆରଆଇ ମେମ୍ବର, ବିଶାଳ ଅନ୍ୟାନ୍ୟ ବ୍ୟକ୍ତି। ଆଜି ବିଜେଡି ର ବରିଷ୍ଠ ନେତୃ ମଣ୍ଡଳୀ ଫେକ୍ଟ ଫାଇଣ୍ଡିଙ୍ଗ ଟିମ ଗଠନ କରି ଝାରସୁଗୁଡ଼ା ଆସିଥିଲେ। ସତ୍ୟାସତ୍ୟ କାଢ଼ିଛନ୍ତି ବିଜେଡି ଫେକ୍ଟ ଫାଇଣ୍ଡିଙ୍ଗ କମିଟି ବୋଲି କୁହଯାଇଥିଲା ।
ଉଦେଶ୍ୟମୂଳକ କିଭଳି ଭାବରେ କରିଛି ଗଣତନ୍ତ୍ରକୁ ହତ୍ୟା କରିଛି ବୋଲି ଅଭିଯୋଗ କରାଯାଇଛି । ତଥ୍ୟ ସଂଗ୍ରହ ଫାଇଣ୍ଡିଙ୍ଗ ଟିମ ରେ ନିରଞ୍ଜନ ପୂଜାରୀ,ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ସୁଦର୍ଶନ ହରିପାଳ, ଦେବେଶ ଆଚାର୍ଯ୍ୟ, ଯୋଗେଶ ସିଂହ, ରୋମାଂଚ ରଞ୍ଜନ ବିଶ୍ୱାଳ, ଅଳକା ମହାନ୍ତି, ଦୀପାଲି ଦାଶ, ବିଶାଳ ଦାଶ ସମେତ ଅନାସ୍ଥା ପ୍ରସ୍ତାବ ଦେଇଥିବା ସମସ୍ତ ସରପଂଚ ଏବଂ ସମିତି ସଭ୍ୟ ଉପସ୍ଥିତ ଥିଲେ।
ସମସ୍ତ ରିପୋର୍ଟ ଗ୍ରହଣ କରିବା ପରେ ଏହି ରିପୋର୍ଟ କୁ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ହସ୍ତାନ୍ତର କରାଯିବ ଏବଂ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ ରେ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ବରିଷ୍ଠ ନେତୃ ମଣ୍ଡଳୀ ଜଣାଇଛନ୍ତି।
ଆଜିର ଏହି ବୈଠକ କୁ ତାପସ ରାୟ ଚୌଧରି ପରିଚାଳନା କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଲାବତି ମିଞ୍ଜ, ଜିଲ୍ଲା ସଭାପତି ରବି ସିଂ ,ମହିଳା ସଭାପତି ରୋଜାଲିନ ପଟେଲ, ସଂଜିତ ନାଏକ,ସନ୍ଦୀପ ଆବସ୍ତି, ରଘୁମଣୀ ପଟେଲ,ହରିଶ୍ ଗଣତ୍ରା, ପି ରାମ ମୋହନ ରାଓ, ବିଶ୍ୱନାଥ ନାଏକ,ପର୍ଶୁରାମ ସାହୁ, ତ୍ରିନାଥ ଗୁଆଲ,ନନ୍ଦକିଶୋର ଅଗ୍ରୱାଲ,ବେନୁଗୋପାଲ ପାଣିଗ୍ରାହୀ,ପ୍ରତାପ ନନ୍ଦ,, ପିଣ୍ଟୁ ପାଢ଼ୀ ଅଶୋକ ଦାସ, ଜୟନ୍ତ ଦୀକ୍ଷିତ ଦାମୋଦର ନାଥ, ଜଗନ୍ନାଥ ଜେନା, ଚୂଡ଼ାମଣି ସାହୁ,ପି ନାଗେଶ୍ୱରି ,ଗୀତାଞ୍ଜଳୀ ପଣ୍ଡା, ନବନିତ କୋର, ନେତ୍ରା ରାଣୀ ସାହା, ମଧୁମିତା ଶୁଭନିଲ, ଦୀପା ନାଏକ , ଅଞ୍ଜୁକ୍ତା ବେହେରା, ଗୌତମ ନାଏକ, ପୱନ ସିଂ ଯାଦବ,ତୁଳସୀ ଦାସ, ଚିରଞ୍ଜିବୀ ପତି,ଶଶି ତିୱାରୀ ସମେତ ସମସ୍ତ ସମିତି ସଭ୍ୟ ଓ ସରପଂଚ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031