Indus Valley Times

ଓଡ଼ିଶାର ସୁନା ଝିଅ ପାୟଲ, ହାତ ଗୋଡ଼ ନଥାଇ ବି ତୀରନ୍ଦାଜିରେ ଜିତିଲେ ସ୍ୱର୍ଣ୍ଣ

 Breaking News

ଓଡ଼ିଶାର ସୁନା ଝିଅ ପାୟଲ, ହାତ ଗୋଡ଼ ନଥାଇ ବି ତୀରନ୍ଦାଜିରେ ଜିତିଲେ ସ୍ୱର୍ଣ୍ଣ

ଓଡ଼ିଶାର ସୁନା ଝିଅ ପାୟଲ, ହାତ ଗୋଡ଼ ନଥାଇ ବି ତୀରନ୍ଦାଜିରେ ଜିତିଲେ ସ୍ୱର୍ଣ୍ଣ
January 13
17:44 2025

ଭୁବନେଶ୍ୱର, ୧୩/୧ : ଦିନରେ ପାଟିରେ ତୂଳୀ ଧରି ଆଙ୍କୁଥିଲେ ସୁନ୍ଦର କଳାକୃତି, ଆଉ ଏବେ ତୀର ଧରି ହୋଇଛନ୍ତି ବିଜୟୀନି । ଜାତୀୟ ତୀରନ୍ଦାଜୀ ପ୍ରତିଯୋଗିତାରେ ଚମକିଛନ୍ତି ଓଡ଼ିଆ ଝିଅ ପାୟଲ ନାଗ (୧୭) ।
ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଥିବା ଷଷ୍ଠ ଜାତୀୟ ତୀରନ୍ଦାଜୀ ପ୍ରତିଯୋଗିତାରେ ବଲାଙ୍ଗିର ଝିଅ ପାୟଲ ନାଗ ପ୍ରଥମ ସ୍ଥାନ ହାସଲ କରି ୨ଟି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି ।
ଦେଶର ବିଭିନ୍ନ ରାଜ୍ୟରୁ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ସେ ବଲାଙ୍ଗିର ଜିଲ୍ଲା ତଥା ଓଡ଼ିଶା ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି ।
ଏକଦା ପାଟିରେ ତୂଳୀ ଧରି ଚର୍ଚ୍ଚାର ପରିସରକୁ ଆସିଥିବା ପାୟଲ ନାଗ ଆଜି ସାରା ଦେଶରେ ସୁନାମ ଅର୍ଜନ କରିଛନ୍ତି। ସେ ପାରା ଅଲମ୍ପିକ ବିଜେତା ଶୀତଲ ଦେବୀଙ୍କୁ ହରାଇ ଦୁଇ ଦୁଇଟି ସ୍ୱର୍ଣ୍ଣ ହାସଲ କରିଛନ୍ତି ।
ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଯମୁନାବାହାଲ ଗ୍ରାମର ଜନତା ନାଗ ଓ ବିଜୟ ନାଗଙ୍କ ଝିଅ ପାୟଲ ନାଗ । ମାତ୍ର ୫ ବର୍ଷ ବୟସର ହୋଇଥିବା ବେଳେ ବାପା ମା ଙ୍କ ସହିତ ରାୟପୁର କୁ ଦାଦନ ଖଟିବାକୁ ଯାଇଥିଲେ। ଏହି ସମୟରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତାଙ୍କର ଦୁଇଟି ଗୋଡ଼ ଓ ଦୁଇଟି ହାତ ହରାଇଥିଲେ ।
ବଲାଙ୍ଗିର ପଥରଚେପା ସ୍ଥିତ ପାର୍ବତୀ ଗିରି ବାଲ ନିକେତନରେ ରହି ପାଠ ପଢ଼ୁଥିଲେ । ଏହି ସମୟରେ ସେ ପାଟିରେ ତୂଳୀ ଧରି ଚିତ୍ର ଆଙ୍କୁ ଥିବାବେଳେ ତାଙ୍କର କୃତ୍ରିମ ହାତ ଓ ଗୋଡ଼ ଖଞ୍ଜ।ଯାଇଥିଲା ।
ଏହା ପରେ ସେ ପାରା ଅଲମ୍ପିକ ବିଜେତା ଶୀତଲ ଦେବୀଙ୍କୁ ଦେଖି ପ୍ରେରିତ ହୋଇଥିଲେ । ଧନୁ ତୀର ଚାଳନା ଶିଖିବାକୁ ତାଙ୍କୁ ଜମ୍ମୁ କାଶ୍ମୀର ପଠା ଯାଇଥିଲା । ସେଠାରେ ସେ ତୀରନ୍ଦାଜୀ ଅଭ୍ୟାସ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲା ପାଇଁ ଏକ ଭଲ ଖବର ଆସିଛି ।
ପାୟଲ ଜାତୀୟ ତୀରନ୍ଦାଜୀ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ହାସଲ କରି ସ୍ଵର୍ଣ୍ଣ ପଦକ ଆଣିଛନ୍ତି । ସେ ଶୀତଲ ଦେବୀଙ୍କୁ ପରାସ୍ତ କରି ଏହି ବିଜୟ ହାସଲ କରିଛନ୍ତି ।
ଏହି ଖବର ପ୍ରଚାରିତ ହେବା ପରେ ବଲାଙ୍ଗିର ଜିଲ୍ଲାରେ ଖୁସିର ମାହୋଲ ଖେଳିଯାଇଛି । ଆଗାମୀ ଦିନରେ ପାୟଲ ଆନ୍ତର୍ଜାତୀୟ ପ୍ରତିଯୋଗିତା ରେ ଭାଗ ନେଇ ବଲାଙ୍ଗିର ପାଇଁ ସୁନାମ ଆଣିବେ ବୋଲି ସମସ୍ତେ ଆଶା ପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାୟଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରି ଶୁଭକାମନା ଜଣାଇଛନ୍ତି । ପାୟଲଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031