Indus Valley Times

ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

 Breaking News

ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
January 13
20:25 2025

ନୂଆଦିଲ୍ଲୀ,୧୩/୧: ଆୟୁଷ୍ମାନ ଭାରତ ଯୋଜନା ପାଇଁ ସୋମବାର ଏମଓୟୁ ସ୍ବାକ୍ଷର ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଏମଓୟୁ ସ୍ବାକ୍ଷରିତ ହୋଇଛି । ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ଏମଓୟୁ ।
୧.୩ କୋଟି ପରିବାରକୁ ଆୟୁଷ୍ମାନ ଭାରତ କାର୍ଡ ମିଳିବ । ୱାନ ନେସନ ୱାନ ହେଲଥ କାର୍ଡ ଯୋଜନାର ପରିସରଭୁକ୍ତ । ଏହି ଯୋଜନା ୩୦ ହଜାର ହସ୍ପିଟାଲ ସହ ଅନୁବନ୍ଧିତ ରହିବ । ସାରା ଭାରତରେ ଏହି କାର୍ଡ କାଯର୍‌ୟକାରୀ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ତେବେ ଏହାକୁ ନେଇ ଏକ୍ସ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ଏକ୍ସରେ ମୋଦି କହିଛନ୍ତି, ଓଡ଼ିଶାର ଜନସାଧାରଣଙ୍କୁ ଅଭିନନ୍ଦନ ! ଏହା ବାସ୍ତବରେ ଏକ ବିଡ଼ମ୍ବନା ଯେ ଓଡ଼ିଶାର ମୋର ଭଉଣୀ ଏବଂ ଭାଇମାନେ ପୂର୍ବ ସରକାର ଦ୍ୱାରା ଆୟୁଷ୍ମାନ ଭାରତର ଲାଭରୁ ବଞ୍ଚିତ ହୋଇଥିଲେ । ଏହି ଯୋଜନା ଉଚ୍ଚ ମାନର ସ୍ବାସ୍ଥ୍ୟସେବା ଏବଂ ସୁଲଭ ମୂଲ୍ୟ ସୁନିଶ୍ଚିତ କରିବ । ଏହା ବିଶେଷ କରି ଓଡ଼ିଶାର ନାରୀ ଶକ୍ତି ଏବଂ ବୟସ୍କମାନଙ୍କୁ ଲାଭାନ୍ବିତ କରିବ ।
ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜୟ) ହେଉଛି ସରକାରଙ୍କ ଫ୍ଲାଗସିପ ସ୍ବାସ୍ଥ୍ୟ ବୀମା ପଲିସି, ଯାହା ସେପ୍ଟେମ୍ବର ୨୦୧୮ ରେ ଆରମ୍ଭ କରାଯାଇଥିଲା । ଆର୍ଥିକ ଦୁର୍ବଳ ଥିବା ଲୋକଙ୍କୁ ଆର୍ଥିକ ନିରାପତ୍ତା ଏବଂ ଗୁଣାତ୍ମକ ସ୍ବାସ୍ଥ୍ୟସେବା ସେବା ଯୋଗାଇବା ଏହି ଯୋଜନାର ମୂଳ ଲକ୍ଷ୍ୟ । ନିଜ ଚିକିତ୍ସା ଖର୍ଚ୍ଚ ଉଠାଇବା ପାଇଁ ଗରିବ ଲୋକଙ୍କୁ ଯେପରି କୌଣସି ଅସୁବିଧା ନ ହେବ, ସେଥିପାଇଁ କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନା ଆରମ୍ଭ କରିଥିଲେ । ଯାହା ଅଧୀନରେ ପଞ୍ଜୀକୃତ ଲାଭାର୍ଥୀଙ୍କୁ ୫ ଲକ୍ଷ ପର‌୍ୟ୍ୟନ୍ତ ଆର୍ଥିକ ସହାୟତା ମିଳିଥାଏ ।
ଆୟୁଷ୍ମାନ ଭାରତ ସ୍କିମ ଅଧୀନରେ କାର୍ଡଧାରୀ ସରକାରୀ ହସ୍ପିଟାଲରେ ସହଜରେ ନିଜ ରୋଗର ଚିକିତ୍ସା କରେଇ ପାରିବେ । ଏହା ଜରିଆରେ ସେମାନଙ୍କୁ ଚିକିତ୍ସାରେ ଲାଗିବାକୁ ଥିବା ବୀମା ପଇସା ମିଳିପାରିବ ।
ତେବେ ଏହି ସ୍ବାସ୍ଥ୍ୟ କାର୍ଡ ପାଇଁ କିଏ ଯୋଗ୍ୟ?
୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକ, ସେମାନଙ୍କର ସାମାଜିକ-ଅର୍ଥନୈତିକ ସ୍ଥିତି ର୍ନିବିଶେଷରେ ଏହି ଯୋଜନାର ଲାଭ ପାଇବାକୁ ଯୋଗ୍ୟ ହେବେ । ଯୋଗ୍ୟ ବରିଷ୍ଠ ନାଗରିକମାନଙ୍କୁ ଆୟୁଷ୍ମାନ ଯୋଜନା ଅଧୀନରେ ଏକ ନୂଆ କାର୍ଡ ପ୍ରଦାନ କରାଯିବ, ଯାହା ମୋଦି କାର୍ଡ ଭାବରେ ଜଣାଶୁଣା । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ୭୦ ବର୍ଷରୁ ଅଧିକ ବୟସର ଯେକୌଣସି ବ୍ୟକ୍ତିଙ୍କର ଆଧାର ନମ୍ବର ଅଛି ସେମାନେ ଏହି ଯୋଜନାରେ ଆବେଦନ କରିପାରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ଏକ ଆପ୍ଲିକେସନ ବେସଡ୍ ସ୍କିମ । ଯେଉଁଥିପାଇଁ ଲୋକଙ୍କୁ ପୋର୍ଟାଲରେ ରେଜିଷ୍ଟ୍ରେସନ କରିବାକୁ ପଡିବ । ଏହି ପୋର୍ଟାଲରେ ଫ୍ରେସ ବ୍ୟାରିଫିକେସନ ସୁବିଧା ଉପଲବ୍ଧ, ଯେଉଁଥିରେ ୭୦ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କ ପାଇଁ ଏକ ର୍ନିଦ୍ଦିଷ୍ଟ ଲିଙ୍କ ରହିବ ।
କିପରି ଆବେଦନ କରିବେ?
ଏଥିପାଇଁ ପ୍ରଥମେ ଆୟୁଷ୍ମାନ ଭାରତ PM-JAYର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ । ଏହାପରେ ଆପଣଙ୍କର ଆଧାର କିମ୍ବା ରାଶନ କାର୍ଡ ଭେରିଫାଏ କରନ୍ତୁ । ପାରିବାରିକ ପରିଚୟ ପ୍ରମାଣ ପ୍ରଦାନ କରନ୍ତୁ । ଏହା ପରେ ଏକ ସ୍ବତନ୍ତ୍ର ଆୟୁଷ୍ମାନ ଯୋଜନା IDସହିତ ଆପଣଙ୍କର ଇ-କାର୍ଡ ପ୍ରିଣ୍ଟ କରନ୍ତୁ ।
ଆୟୁଷ୍ମାନ ଯୋଜନା ଅଧୀନରେ କ’ଣ ଲାଭ ଅଛି?
ଏହି ଯୋଜନା ଅଧୀନରେ ପ୍ରତ୍ୟେକ ଯୋଗ୍ୟ ପରିବାରକୁ ବାର୍ଷିକ ୫ ଲକ୍ଷ ପର‌୍ୟ୍ୟନ୍ତ ସ୍ବାସ୍ଥ୍ୟ ବୀମା ମିଳିପାରିବ । ପରିବାର ପିଛା ୫ ଲକ୍ଷ ମାଗଣା ସ୍ବାସ୍ଥ୍ୟ ବୀମା ସହ ପ୍ରାୟ ୪.୫ କୋଟି ପରିବାର ଏବଂ ୬ କୋଟି ବରିଷ୍ଠ ନାଗରିକ ଉପକୃତ ହେବେ । ଏହି ଯୋଜନାରେ ଚିକିତ୍ସାର ସମସ୍ତ ଖର୍ଚ୍ଚ ସାମିଲ ହେବାକୁ ଯାଉଛି । ଏହି ଯୋଜନା ଅଧୀନରେ ହସ୍ପିଟାଲରେ ଭର୍ତ୍ତି ହେବାର ୩ ଦିନ ପୂର୍ବରୁ ଏବଂ ୧୫ ଦିନ ପର‌୍ୟ୍ୟନ୍ତ ଉପଚାର ଓ ଔଷଧ ମାଗଣା ଉପଲବ୍ଧ ହୋଇଥାଏ । ଡାକ୍ତରୀ ପରୀକ୍ଷା, ଚିକିତ୍ସା ଏବଂ ପରାମର୍ଶ ସବୁ ମାଗଣା। କ୍ଲିନିକାଲ ଏବଂ ଲାବୋରେଟୋରୀ ଇନଭେସ୍ଟିଗେସନ ମଧ୍ୟ ମାଗଣା। ସେହିପରି ମେଡିକାଲରେ ରହିବା ଏବଂ ଖାଦ୍ୟ ଖର୍ଚ୍ଚ ମଧ୍ୟ ମାଗଣା। ମେଡ଼ିସିନ ଏବଂ ଚିକିତ୍ସା ଉପଯୋଗୀ ସାମଗ୍ରୀ ଆୟୁଷ୍ମାନ ଯୋଜନା ଅନ୍ତର୍ଗତ ଆସୁଥିବା ସମସ୍ତ ଯୋଗ୍ୟ ଲୋକଙ୍କୁ ଏହି ଯୋଜନାର ଲାଭ ମିଳିବ । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଗୁରୁତର ରୋଗୀଙ୍କୁ ସାମିଲ କରାଯାଇଛି । କୌଣସି ବି ସରକାରୀ ହସ୍ପିଟାଲରେ ଭର୍ତ୍ତି ସମୟରେ ଏହି ଯୋଜନା ପ୍ରଥମ ଦିନରୁ ହିଁ ଲାଗୁ ହୋଇଯାଇଥାଏ ଏବଂ ଆପଣଙ୍କୁ ମାଗଣାରେ ୫ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଚିକିତ୍ସା ମିଳିବ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031