Indus Valley Times

ଉପାନ୍ତ ଅଂଚଳ ମାତାଗାଡୁ ଓ କମାରକାଡୁରେ ବୃଦ୍ଧ ବୃଦ୍ଧାଙ୍କୁ କମଳ, ଭତ୍ତା, ପିଡ଼ିଏସ ବଣ୍ଟନ କଲେ ବୌଦ୍ଧ ଜିଲ୍ଲାପାଳ

 Breaking News

ଉପାନ୍ତ ଅଂଚଳ ମାତାଗାଡୁ ଓ କମାରକାଡୁରେ ବୃଦ୍ଧ ବୃଦ୍ଧାଙ୍କୁ କମଳ, ଭତ୍ତା, ପିଡ଼ିଏସ ବଣ୍ଟନ କଲେ ବୌଦ୍ଧ ଜିଲ୍ଲାପାଳ

ଉପାନ୍ତ ଅଂଚଳ ମାତାଗାଡୁ ଓ କମାରକାଡୁରେ ବୃଦ୍ଧ ବୃଦ୍ଧାଙ୍କୁ କମଳ, ଭତ୍ତା, ପିଡ଼ିଏସ ବଣ୍ଟନ କଲେ ବୌଦ୍ଧ ଜିଲ୍ଲାପାଳ
January 17
14:25 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୭/୧ : ଗୁରୁବାର ଦିବା ୧୧ ଘଟିକା ସମୟରେ ଉପାନ୍ତ ଅଞ୍ଚଳ ତଥା ପାହାଡ଼ ଚଢି ମାତାଗଡୁ ଏବଂ ପରେପରେ କମାରକାଡ଼ୁ ଗାଁ ରେ ପହଁଚିଲେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ ପଣ୍ଡା ଏବଂ ତାଙ୍କର ଏକ ଟିମ ।
ବୌଦ୍ଧ ଜିଲ୍ଲା ସଦର ବ୍ଲକ ଆମ୍ବାଝରି ପଞ୍ଚାୟତ ମାତାଗାଡୁ ଓ କମାରକାଡୁ ରେ ଅଚାନକ ଭାବେ ଜିଲ୍ଲାପାଳ ପହଁଚି ଥିଲେ । ଜିଲ୍ଲାପାଳ ଙ୍କୁ ଦେଖି ଗାଁ ଲୋକ ଆଶ୍ଚର୍ଯ୍ୟ ହେବା ସହ ସ୍ୱାଗତ କରିଥିଲେ ।
ସେଠାରେ ପହଂଚି ଗ୍ରାମରେ ଥିବା ମୌଳିକ ସମସ୍ୟା ଉପରେ ଗ୍ରାମବାସୀ ଙ୍କ ସହ ଆଲୋଚନା କରିଥିଲେ । ବୃଦ୍ଧ ବୃଦ୍ଧା ତଥା ଅସହାୟ ଙ୍କୁ ଭତ୍ତା ଓ କମଳ ବଣ୍ଟନ କରିଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଙ୍କୁ ସ୍ୱାବଲମ୍ବି ପାଇଁ ବିଭିନ୍ନ ସହାୟତା ପାଇଁ ପ୍ରତିଶୃତି ଦେଲେ ଏବଂ ଲୋକଙ୍କ ପାଖରେ ବସି ଘର ଘର ସମସ୍ୟା ଉପରେ ପଚାରି ବୁଝିଥିଲେ ।
ଗ୍ରାମବାସୀ ଙ୍କ ସହ ବାର୍ତ୍ତାଳାପ କରି ଉପାନ୍ତ ଅଂଚଳ ବାସୀ ଙ୍କ ବିଭିନ୍ନ ସମସ୍ୟା ବୁଝିଥିଲେ । ପାନୀୟ ଜଳ ସମସ୍ୟା ର ତ୍ୱରିତ ସମାଧାନ କଲେ । ସୁଭଦ୍ରା ଯୋଜନା ପାଇଁ ମହିଳା ମାନଙ୍କୁ ସଚେତନ କଲେ ।
PDS ତାଲିକା ରେ ଛାଡି ଯାଇଥିବା ହିତାଧିକାରୀ ଙ୍କ ନାମ ସଂଯୋଗୀକରଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ନୂଆ ସର୍ଭେ ରେ ସାମିଲ ହେବା ପାଇଁ ସଚେତନ, ସ୍ୱଚ୍ଛ ଭାରତ ମିଶନ ରେ ହିତାଧିକାରୀ ଙ୍କୁ ସଚେତନ କରିବା ସହ ତାଲିକା ରେ ବାଦ ପଡ଼ିଥିବା ବ୍ୟକ୍ତି ବିଶେଷ ଙ୍କୁ ସାମିଲ କରିବା ପାଇଁ ତାଲିକା ପ୍ରସ୍ତୁତ କରିବା ସହ ଗ୍ରାମବାସୀ ଙ୍କ ଅଭିଯୋଗ ର ତ୍ୱରିତ ସମାଧାନ କରିଥିଲେ ।
କମାରକାଡୁ ରେନୂଆ ଅଙ୍ଗନବାଡି କେନ୍ଦ୍ର କରାଯିବା ପାଇଁ ଶୁଭ ଦେଇଥିଲେ । ପରେ ପରେ ସାଲେପଡା, ଦମଣ୍ଡା, କଲରାଝୁଲି , ଦୀନବନ୍ଧୁପୁର ଆଦି ସ୍ଥାନ ଗସ୍ତ କରି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଜିଆଖତ, ଛତୁଘର, ଛତୁ ଫାର୍ମ ଆଦି ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ସମୟରେ ରେ ଜ଼ିଲ୍ଲାପାଳ ଙ୍କ ସହ ପୁରା ଟିମ ସାମିଲ ଥିଲେ ।
ଟିମରେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପ ଜ଼ିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଜ଼ିଲ୍ଲା ବନ ଖଣ୍ଡ ଅଧିକାରୀ ଦେବ ପ୍ରିୟ କମ୍ପ, ଏ. ସି. ଅଫ ଅର୍ଚନା ଗମାଙ୍ଗ, ଖିରାବ୍ଦି ଭୋଇ,ବିଡ଼ିଓ, ବୌଦ୍ଧ ଯୁଧିଷ୍ଠିର ମେହେର ଙ୍କ ସମେତ ଅନ୍ୟାନ୍ୟ ବ୍ଲକ ଏବଂ ଜ଼ିଲ୍ଲା ସ୍ତରୀୟ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଞ୍ଚଳର ସମାଜ ସେବୀ ଧର୍ମୁ ପୋଢ଼ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031