Indus Valley Times

ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜ଼ିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ର ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 Breaking News

ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜ଼ିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ର ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜ଼ିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ର ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
January 21
10:11 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୧/୧ : ବୌଦ୍ଧ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ସୋମବାର ଅପରାହ୍ନ ୬ଘଣ୍ଟା ୩୦ ମି.ସମୟରେ ସାଧାରଣତନ୍ତ୍ର ଦିବସର ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଅନିରୁଦ୍ଧ ପଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।
ଚଳିତ ବର୍ଷ କିଭଳି ଭାବେ ଶାନ୍ତି ଶୃଙ୍ଖଳା ର ସହ ସାଧାରଣତନ୍ତ୍ର ଦିବସ ସମାରୋହ ପାଳନ କରାଯିବ ସେନେଇ ଆଲୋଚନା କରାଯାଇଥିଲା ।
ଏହି ବୈଠକ ରେ ଦିନ ତମାମ କାର୍ଯ୍ୟକ୍ରମ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ସହିତ ଅଧିକାରୀ , କର୍ମଚାରୀ ମାନଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଥିଲା ।
ପରେ ପରେ ସମସ୍ତ ଅଧିକାରୀ ଷ୍ଟାଡ଼ିୟମ ପଡିଆ ବୁଲି ଆନୁଷ୍ଠାନିକ ପ୍ୟାରେଡ ଉତ୍ସବ ପାଇଁ ଜାଗା ବୁଲି ଦେଖିଥିଲେ ।
ଆଜିର ଏହି ବୈଠକ ରେ ସି. ଡି. ଓ -ତଥା ଇ. ଓ ପ୍ରଭାସ ଚନ୍ଦ୍ର ଦଣ୍ଡସନା,ଉପ-ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁ ଆ ,ଡି. ଏସ. ପି.ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ, ରିଜର୍ଭ ଇନସ୍ପେକ୍ଟର କୁଳମଣି ଗିରି, ପି. ଡି. ୱାଟରସ୍ୟାଡ଼ ପ୍ରଦୀପ୍ତ କୁମାର ମହାନ୍ତି, ଏନ. ଏ.ସି. ବୌଦ୍ଧଗଡ଼ ଇ.ଓ,ସ୍ୱସ୍ତିକ ଜମାଦାର,ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ,ଜ଼ିଲ୍ଲା ପଂଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତି,ଅତିରିକ୍ତ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଚନ୍ଦ୍ରକାନ୍ତି ବେଉରା, କନିଷ୍ଠ ଯନ୍ତ୍ରୀ, ପୂର୍ତ୍ତବିଭାଗ ଦୀପକ କୁମାର ଦାଶ, ଡି. ପି. ସି. ମିଶନ ଶକ୍ତି ରଶ୍ମି ରଞ୍ଜନ ସେଠୀ, ଜ଼ିଲ୍ଲା କ୍ରୀଡା ଅଧିକାରୀ ସୁଦାମ କୁମାର ସ୍ୱାଇଁ,ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ରୁର ଜାନି, ଇନ୍ସପେକ୍ଟର, ଅବକାରୀ ଜି. ମହାରଣା, ଏସ. ଡି. ଓ. ଇଲେକ୍ଟ୍ରିକାଲ ମନୋଜ କୁମାର ସାହୁ , ଜନସ୍ୱାସ୍ଥ୍ୟ ବିଭାଗ ର ଏନ. ପଲାସି ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ କାର୍ଯ୍ୟକ୍ରମ କୁ ପରିଚାଳନା କରି ଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031