Indus Valley Times

ବେଳାଭୂମି ମହୋତ୍ସବରେ ମନମୋହିଲା ଟିପିଏନଓଡିଏଲ ଷ୍ଟଲ୍

 Breaking News

ବେଳାଭୂମି ମହୋତ୍ସବରେ ମନମୋହିଲା ଟିପିଏନଓଡିଏଲ ଷ୍ଟଲ୍

February 10
19:47 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର, ୧୦/୨: ଚାନ୍ଦିପୁର ସୁବର୍ଣ୍ଣ ବେଳାଭୂମି ମହୋତ୍ସବର ରୌପ୍ୟ ଜୟନ୍ତୀ ଉତ୍ସବ ମହା ସମାରୋହ ଅନୁଷ୍ଠିତ ହୋଇଛି। ଫେବୃଆରୀ ୬ରୁ ୯ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଉତ୍ସବରେ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ(ଟିପିଏନଓଡିଏଲ୍) ପକ୍ଷରୁ ସେଠାରେ ସ୍ୱତନ୍ତ୍ର ଷ୍ଟଲ୍ ର ବ୍ୟବସ୍ଥା କରାଯାଇଥିଲା।
ଷ୍ଟଲରେ ଉପଭୋକ୍ତାମାନଙ୍କୁ ବୈଦ୍ୟୁତିକ ସେବା ସମ୍ପର୍କିତ ସୂଚନା ଓ ସହାୟତା ପ୍ରଦାନ କରାଯିବା ସହ ଟିପିଏନଓଡିଏଲର ସାମାଜିକ ଦାୟିତ୍ଵବୋଧତା କାର୍ଯ୍ୟକ୍ରମ, ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା, ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଆଦି ସମ୍ପର୍କରେ ଉପଭୋକ୍ତାମାନଙ୍କୁ ସଚେତନତା କରାଯାଇଥିଲା।
ଉତ୍ସବର ଉଦ୍ଘାଟନୀ ଦିବସରେ ବାଲେଶ୍ଵର ସଦର ବିଧାୟକ ମାନସ କୁମାର ଦତ୍ତ ଷ୍ଟଲକୁ ଉଦ୍ଘାଟନ କରିଥିବା ବେଳେ ଟିପିଏନଓଡିଏଲର ବିଭିନ୍ନ ସେବା ସମ୍ପର୍କରେ ପଚାରି ବୁଝିଥିଲେ।
ସେହଭଳି ଗୁଣାତ୍ମକ ସେବା ବିତରଣ ପାଇଁ ମହୋତ୍ସବ କମିଟି ପକ୍ଷରୁ ଟିପିଏନଓଡିଏଲକୁ ସମ୍ମାନୀତ କରାଯାଇଥିଲା।
ଏହାକୁ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରଦାନ କରିଥିବା ବେଳେ ଟିପିଏନଓଡିଏଲ ଲୋକ ସମ୍ପର୍କ ଅଧିକାରୀ ଚିତ୍ତ ରଞ୍ଜନ ପ୍ରଧାନ ପୁରସ୍କାର ଗ୍ରହଣ କରିଥିଲେ।
ସୁଚନାଥାଉକି ଗୁଣାତ୍ମକ ବିଜୁଳି ସେବା ଯୋଗାଣକୁ ଅଗ୍ରାଧିକାର ଦେବା ସହ ଟିପିଏନଓଡିଏଲ ଉପଭୋକ୍ତାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ବହୁ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରୁଛି। ଶିକ୍ଷାରୁ ବଞ୍ଚିତ ପିଲାମାନଙ୍କୁ ଶିକ୍ଷାଦାନ, ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜରିଆରେ ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରଶିକ୍ଷଣ, ନିରକ୍ଷର ମହିଳାମାନଙ୍କୁ ଶିକ୍ଷାଦାନ ଓ ଦକ୍ଷତା ବିକାଶ ଆଦି କାର୍ଯ୍ୟକ୍ରମ ଆୟୋଜନ କରିବା ସହ ଗ୍ରାମାଞ୍ଚଳରେ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଗାଡିର ବ୍ୟବସ୍ଥା କରିଛି।
ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକରୁ ପ୍ରଶିକ୍ଷଣ ନେଇ ଯୁବବର୍ଗ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀରେ ନିଯୁକ୍ତି ପାଇବାର ସୁଯୋଗ ପାଇଛନ୍ତି।
ସେହିଭଳି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟମାନଙ୍କୁ ଟେଲରିଂ, ବ୍ୟୁଟିସିଆନ ଆଦି ପ୍ରଶିକ୍ଷଣ ଦିଆଯିବା ସହ ଆତ୍ମନିର୍ଭରଶୀଳ କରାଇବା ଦିଗରେ ମଧ୍ୟ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଛି। ଟିପିଏନଓଡିଏଲ ଲୋକଙ୍କ ଜୀବନ ଓ ଜୀବିକା ବଦଳାଇବା ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ତୁଲାଇ ଆସୁଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031