Indus Valley Times

ଚଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ପ୍ରଧାନଶିକ୍ଷକଙ୍କ ଦିନିକିଆ ପ୍ରଶିକ୍ଷଣ

 Breaking News

ଚଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ପ୍ରଧାନଶିକ୍ଷକଙ୍କ ଦିନିକିଆ ପ୍ରଶିକ୍ଷଣ

ଚଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ପ୍ରଧାନଶିକ୍ଷକଙ୍କ ଦିନିକିଆ ପ୍ରଶିକ୍ଷଣ
February 15
10:18 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୫/୨ : ଶୁକ୍ରବାର ପୂର୍ବାହ୍ନରେ ମାଉଳସିଙ୍ଗା ଜାନକୀ ଭିକାରୀ ଉଚ୍ଚ ବିଦ୍ୟାଳୟଠାରେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ପ୍ରଧାନଶିକ୍ଷକଙ୍କ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇାଇଛି । ଚଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ୨୧ ଫେବୃୟାରୀରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖରେ ସମାପ୍ତ ହେବା କୁ ଥିବାବେଳେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଏହି ପ୍ରାକ୍ ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜ଼ିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ଵକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ।
ଛାତ୍ରଛାତ୍ରୀମାନେ ଯେପରି ଚାପମୁକ୍ତ ହୋଇ ପରୀକ୍ଷା ଦେବେ ସେଥିପାଇଁ ସେମାନଙ୍କ ମାର୍ଗଦର୍ଶନ କରିବା, ନିଜର ପୂର୍ବ ଅଭିଜ୍ଞତା ଓ ଅନୁଭୁତିରୁ ସଫଳତାର ସହିତ ପରୀକ୍ଷା ପରିଚାଳନା କରିବାକୁ ଏହି ଅବସରରେ ଜିଲ୍ଲାପାଳ ଶ୍ରୀପଣ୍ଡା ପ୍ରଧାନଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ ।
ଆଗକୁ ଗ୍ରୀଷ୍ମପ୍ରବାହ ଆସୁଥିବାରୁ ପ୍ରତ୍ୟେକ ବିଦ୍ୟାଳୟରେ ପାନୀୟଜଳ ଏବଂ ଓଆରଏସ ମହଜୁଦ ରଖିବା, ପରୀକ୍ଷା ପରିଚାଳନାରେ ସ୍ୱଛତା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ର ରେ ସି ସି ଟି ଭି ବ୍ୟବସ୍ଥା ,ଅଂଶୁଘାତରୁ ସତର୍କତା ପାଇଁ ବିହିତ ବ୍ୟବସ୍ଥା, ସାମୁହିକ ସହଯୋଗରେ ପରୀକ୍ଷା ପରିଚାଳନା କରିବାକୁ ଜିଲ୍ଲାପାଳ ଶ୍ରୀପଣ୍ଡା ପରୀକ୍ଷା କେନ୍ଦ୍ର ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଏସପି ସାର୍ଥକ ରାୟ ପରୀକ୍ଷା କେନ୍ଦ୍ର ଗୁଡିକର ସୁରକ୍ଷା ବ୍ୟବସ୍ଥା ନେଇ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ।
ପରୀକ୍ଷା ପରିଚାଳନା ପାଇଁ ୩ ଟି ନୋଡାଲ କେନ୍ଦ୍ରରେ ୪ ଜଣ ଲେଖାଏଁ ସୁରକ୍ଷା କର୍ମୀ ନିୟୋଜିତ କରାଯାଇଥିବାବେଳେ ସମୁଦାୟ ୩୩ ଟି ପରୀକ୍ଷା କେନ୍ଦ୍ରରେ ୭ ଟି ପୋଲିସ ଷ୍ଟେସନର କର୍ମଚାରୀମାନଙ୍କୁ ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱ ପ୍ରଦାନ କରାଯାଇଛି ।
ପରୀକ୍ଷା କେନ୍ଦ୍ର ବାହାରେ ଶୃଙ୍ଖଳା ରକ୍ଷା ସହିତ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହେବା ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା ।
ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଲାପାଳ ଅନିରୁଦ୍ଧ ପଧାନ,ଉପଜିଲାପାଳ ପ୍ରବୀଣ କୁମାର ବାଣୁଆ ଯୋଗଦେଇ ପରୀକ୍ଷା କେନ୍ଦ୍ରରେ ସତର୍କ ରହିବା,ସ୍ୱଛତା ଅବଲମ୍ବନ କରିବା,ସୁରକ୍ଷା ପ୍ରତି ଧ୍ୟାନ ଦେବା ଏବଂ ପରୀକ୍ଷା କେନ୍ଦ୍ରରେ ବିଦ୍ୟୁତ,ପଙ୍ଖା,ପାନୀୟଜଳ,ଛାତ୍ରଛାତ୍ରୀଙ୍କ ପାଇଁ ଅଲଗା ଅଲଗା ପରିଶ୍ରାଗାର,ସିସିଟିଭି ଆଦି ବ୍ୟବସ୍ଥା ରଖିବାକୁ ପରାମର୍ଶ ଦେଇଥିଲେ ।
ପରୀକ୍ଷା କେନ୍ଦ୍ରକୁ କୌଣସି ଶିକ୍ଷକ ମୋବାଇଲ ନେଇ ନଯିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ କୌଣସି ପରୀକ୍ଷା କେନ୍ଦ୍ରକୁ ପୂର୍ବରୁ ପ୍ରଶ୍ନପତ୍ର ନନେଇ ସକାଳ ୭.୩୦ ରୁ ୮.୩୦ ମଧ୍ୟରେ ନୋଡାଲ କେନ୍ଦ୍ରରୁ ସୁରକ୍ଷା ସହିତ ଯୋଗାଇଦେବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା ।
ଚଳିତବର୍ଷ ଜିଲାର ୭୭ ଟି ବିଦ୍ୟାଳୟର ୬୪୮୦ ଛାତ୍ରଛାତ୍ରୀ ୩୩ ଗୋଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ବୋଲି ଜଣାପଡିଛି । ଜିଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଦୁବେ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ପାୱାର ପଏଣ୍ଟ ମାଧ୍ୟମ ରେ ପରୀକ୍ଷା ପାଇଁ ସମସ୍ତ ଗାଇଡ଼ଲାଇନ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ ।
ପ୍ରଶିକ୍ଷକ ଭାବେ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସିଂ, ଜ଼ିଲ୍ଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ।
ଅନ୍ୟତମ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ କଣ୍ଟାମାଳ ସନୋଜ କୁମାର ସେଠୀ,ଗୋଷ୍ଠୀ ଶିକ୍ଷା ଅଧିକାରୀ ହରଭଙ୍ଗା ଅଜୟ କୁମାର ଲୁହା,ବୌଦ୍ଧ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳାକାନ୍ତ ଦଳବେହେରା,ଜିଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟ ନାରାୟଣ ବେହେରା,ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ସୌମ୍ୟରଂଜନ ରାୟ ଏବଂ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୩୩ ଜଣ ପରୀକ୍ଷା କେନ୍ଦ୍ର ପରିଚାଳକ,୩୩ ଜଣ ପରିଦର୍ଶକ,୮ ଟି ଡେସପାଚ୍ ଟିମ୍‌ର ୧୬ଜଣ ଏହିପରି ସର୍ବମୋଟ ୮୨ ଜଣ ତାଲିମ ଗ୍ରହଣ କରିଥିଲେ ।
ଜାନକୀ ଭିକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତରଂଜନ ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ମଚାରୀମାନେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31