Indus Valley Times

ହୀରାକୁଦ ପ୍ରସଙ୍ଗରେ ବିଜେଡିକୁ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଟାର୍ଗେଟ, କହିଲେ- ମୁଁ ୨୪ ବର୍ଷର କଥା ଆଉ ଦୋହରାଇବାକୁ ଚାହୁଁନି

 Breaking News

ହୀରାକୁଦ ପ୍ରସଙ୍ଗରେ ବିଜେଡିକୁ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଟାର୍ଗେଟ, କହିଲେ- ମୁଁ ୨୪ ବର୍ଷର କଥା ଆଉ ଦୋହରାଇବାକୁ ଚାହୁଁନି

ହୀରାକୁଦ ପ୍ରସଙ୍ଗରେ ବିଜେଡିକୁ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଟାର୍ଗେଟ, କହିଲେ- ମୁଁ ୨୪ ବର୍ଷର କଥା ଆଉ ଦୋହରାଇବାକୁ ଚାହୁଁନି
February 20
16:12 2025

ଭୁବନେଶ୍ୱର,୨୦/୨ : ବିଧାନସଭାରେ ମହାନଦୀ ପ୍ରସଙ୍ଗଙ୍କୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆଜି ବିଧାନସଭା ପ୍ରଶ୍ନକାଳ ଚାଲିଥିବା ବେଳେ ମହାନଦୀ ପ୍ରସଙ୍ଗରେ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ଶାସକ ଦଳର ବିଧାୟକ ।
ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରି ଉତ୍ତର ରଖିଛନ୍ତି ମୁକେଶ ମହାଲିଙ୍ଗ । ବିଧାନସଭା ପ୍ରଶ୍ନକାଳ ବେଳେ, ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ହୀରାକୁଦ ବନ୍ଧ ନେଇ ପ୍ରଶ୍ନ କରି କହିଥିଲେ ଯେ ହୀରାକୁଦ ସଙ୍କଟାପନ୍ନ ଅଛି, ହୀରାକୁଦରେ ସୁକାସୋଢା ଶୁଖିଗଲାଣି, ତେଣୁ କିଛି ବ୍ୟାରେଜ୍ କରିବା ପାଇଁ ସରକାର ଯୋଜନା କରିଛନ୍ତି କି?
ଯାହାର ଉତ୍ତରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଛତିଶଗଡରେ ଯେଉଁ ଡ୍ୟାମ ହୋଇଛି, ତାକୁ ନେଇ ବିଧାନସଭାରେ ଅନେକ ଥର ଆଲୋଚନା ହୋଇଛି ।
କିନ୍ତୁ ମୁଁ ଦୀର୍ଘ ୨୪ ବର୍ଷର ପ୍ରସଙ୍ଗ ଦୋହରାଇବାକୁ ଚାହୁଁନି । ଆପଣଙ୍କ ସରକାର ୨୪ ବର୍ଷ ଭିତରେ କେତୋଟି ଡ୍ୟାମ ତିଆରି କରିଥିଲେ? ଥରେ ନିଜକୁ ପଚାରନ୍ତୁ । ଆମ ସରକାର ୮ ମାସ ଭିତରେ ଅନେକ ପ୍ରକଳ୍ପ ପାଇଁ ଯୋଜନା କରିବା ସହ ଡିପିଆର ପ୍ରସ୍ତୁତ କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି ।
ସେହିପରି ଡାବୁଗାଁର ବିଧାୟକ ମନୋହର ରାନ୍ଧରୀଙ୍କ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଏହି ପ୍ରସଙ୍ଗ ଶାସକ ଦଳରେ ଥିବା ସମୟରେ ଉତ୍ଥାପନ କରିଥିଲେ ବର୍ତମାନ ଜଳସେଚନ ସମସ୍ୟା ରହିନଥାନ୍ତା। ଏବେକାର ଆମ ସରକାର ଏନେଇ କାର୍ଯ୍ୟକ୍ରମ ହାତକୁ ନେବ ଏବଂ ଜଳସମସ୍ୟା ଦୂର ହେବ ।
ଠିକ୍ ସେହିପରି ସୁବର୍ଣ୍ଣରେଖା ଜଳପ୍ରକଳ୍ପକୁ ନେଇ ବଡ଼ସାହି ବିଜେପି ବିଧାୟକ ସନାତନ ବିଜୁଳି ଉଦବେଗ ପ୍ରକାଶ କରି କହିଥିଲେ ଯେ ପୂର୍ବତନ ବିଜେଡି ମୁଖ୍ୟମନ୍ତ୍ରୀ ୪ ଥର ଉଦଘାଟନ କରିସାରିଥିଲେ ବି ଚାଷୀଙ୍କୁ ମିଳୁନି ପାଣି । କେବେ ଚାଷୀ ପାଇବେ ପାଣି ?
ବିଧାୟକଙ୍କ ପ୍ରଶ୍ନରେ ନୟାଗଡ଼ କଥା ଉଠାଇ ଉଦବେଗ ପ୍ରକାଶ କରି ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି ଯେ ନୟାଗଡ଼ ଜିଲ୍ଲାରେ ବିଦ୍ୟୁତ୍ ସଂଯୋଗ ହୋଇନଥିବାରୁ ୧୨୭ଟି ନଳକୂପ, ୭/୮ ବର୍ଷ ହେଲା ଅଚଳ ହୋଇପଡ଼ିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତରଫରୁ ଉତ୍ତର ରଖୁଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି ଯେ ସେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31