Indus Valley Times

ବଡ଼ ଯା’ ଲିଭର ଦେଇ ବି ବଞ୍ଚିଲେନି ସାନ, ଅସ୍ତ୍ରୋପଚାର ସମୟରେ ଡାକ୍ତର କାଟି ଦେଇଥିଲେ

 Breaking News

ବଡ଼ ଯା’ ଲିଭର ଦେଇ ବି ବଞ୍ଚିଲେନି ସାନ, ଅସ୍ତ୍ରୋପଚାର ସମୟରେ ଡାକ୍ତର କାଟି ଦେଇଥିଲେ

ବଡ଼ ଯା’ ଲିଭର ଦେଇ ବି ବଞ୍ଚିଲେନି ସାନ, ଅସ୍ତ୍ରୋପଚାର ସମୟରେ ଡାକ୍ତର କାଟି ଦେଇଥିଲେ
February 22
19:19 2025

ସମ୍ବଲପୁର.୨୨/୨ : ଲିଭର ପ୍ରତ୍ୟାରୋପଣ ପରେ ବି ଆଖି ବୁଜିଲେ ସାନ ଯାଆ । ସମସ୍ତ ଚେଷ୍ଟା, ପ୍ରାର୍ଥନା ସ୍ୱତେ ଆଖି ବୁଜିଲେ ସମ୍ବଲପୁର ଝାଙ୍କରପାଲ୍ଲୀ ଗାଁର ସାନ ଯାଆ ।
ଝାଙ୍କରପାଲ୍ଲୀ ଅଞ୍ଚଳର ମହିଳା ଜଣକ ଗତକାଲି ହାଇଦ୍ରାବାଦରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏନେଇ ତାଙ୍କ ସ୍ୱାମୀ ସୂଚନା ଦେଇଛନ୍ତିି ।
କିଛି ଦିନ ତଳେ ବଡ଼ ଯାଆ ନିଜ ସାନ ଯାଆକୁ ଲିଭର ଦାନ କରିଥିବା ଭଳି ପ୍ରେରଣାଦାୟୀ ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା । ତେବେ ତମାମ୍ ଚେଷ୍ଟା ସ୍ୱତେ ଗତକାଲି ରାତିରେ ସାନା ଯାଆ ଆଖି ବୁଜିଛନ୍ତି ।
ଡାକ୍ତରଙ୍କ କହିବାନୁଯାୟୀ ତାଙ୍କର ଲିଭର ସଫଳତାର ସହ ପ୍ରତିରୋପଣ ହୋଇଥିଲେ ବି ପରବର୍ତ୍ତୀ ସମୟରେ ସଂକ୍ରମଣ ଯୋଗୁଁ ମଲ୍ଟିବ୍ୟୁଲ ଅର୍ଗାନ ଫେଲୱୋର (ଏକାଧିକ ଅଙ୍ଗ ଅଚଳ) ହୋଇ ମୃତ୍ୟୁ ଘଟିଛି ।
ପେଟରେ ସଂକ୍ରମଣ ଯୋଗୁଁ ସାନ ଯାଆଙ୍କ ଲିଭର ନଷ୍ଟ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ମହିଳା ଜଣଙ୍କ । ଏହାପରେ ବଡ଼ ଯାଆ ଲିଭର ଦାନ କରିବାକୁ ଆଗେଇ ଆସିଥିଲେ । ବଡ଼ ଯାଆ କହିଥିଲେ, ସେ ମୋର ସାନ ଯାଆ ନୁହେଁ, ବରଂ ସେ ମୋ ସାନ ଭଉଣୀ ।
ତେବେ ବଡ଼ ଯାଆ ସାନ ଯାଆକୁ ଲିଭର ଦାନ କରିବା ଖବର ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । କାରଣ ଅନେକ ସମୟରେ ଅନେକଙ୍କ ଘରେ ମନମାଳିନ୍ୟ ଯୋଗୁ ପାରିବାରିକ କଳହ ଦେଖାଯାଏ ।
ଏପରିକି ଅନେକଙ୍କ ଘରେ ଭାଇ-ଭାଇ ଯୋଗୁଁ ଅଲଗା ହେଉଥିବା ଖବର ଆସିଥାଏ । ହେଲେ ସମ୍ବଲପୁରରୁ ଏ ଘଟଣା ଚର୍ଚ୍ଚା ସୃଷ୍ଟି କରିଥିଲା । ସାନ ଯାଆକୁ ବଡ଼ ଯାଆ ଲିଭର ଦାନ କରିବା ସମସ୍ତଙ୍କ ପାଇଁ ଏକ ପ୍ରେରଣାଦାୟୀ ଥିଲା । ତେବେ ତମାମ୍ ଚେଷ୍ଟା ସ୍ୱତେ ସାନ ଯାଆଙ୍କ ମୃତ୍ୟୁ ଘଟିଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031