Indus Valley Times

ବଲାଙ୍ଗିରରେ ଉପମୁଖ୍ୟମନ୍ତ୍ରୀ ଏବଂ ରାଜସ୍ଵ ମନ୍ତ୍ରୀଙ୍କ ସମୀକ୍ଷା

 Breaking News

ବଲାଙ୍ଗିରରେ ଉପମୁଖ୍ୟମନ୍ତ୍ରୀ ଏବଂ ରାଜସ୍ଵ ମନ୍ତ୍ରୀଙ୍କ ସମୀକ୍ଷା

ବଲାଙ୍ଗିରରେ ଉପମୁଖ୍ୟମନ୍ତ୍ରୀ ଏବଂ ରାଜସ୍ଵ ମନ୍ତ୍ରୀଙ୍କ ସମୀକ୍ଷା
March 01
09:07 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧/୩ : ବଲାଙ୍ଗିର ଜିଲ୍ଲାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଜିଲ୍ଲାର ରାଜସ୍ଵ ସମ୍ପର୍କିତ କାର୍ଯ୍ୟର ସମୀକ୍ଷା କରିଛନ୍ତି।
ସ୍ଥାନୀୟ ଡିଏଫଓ ସମ୍ମିଳନୀ କକ୍ଷଠାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ,ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସାଲୱାର,ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା,ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ, ଟିଟିଲାଗଡ ଉପଜିଲ୍ଲାପାଳ ରେହାନ ଖେତ୍ରୀ,ବଲାଙ୍ଗିର ଉପ ଜିଲ୍ଲାପାଳ ଆଲୋକ ପଟେଲ,ପାଟଣାଗଡ଼ ଉପଜିଲ୍ଲାପାଳ ସୁନିଲ ମେହେର,ଡୁଡା ପ୍ରକଳ୍ପ ନିର୍ଦେଶକ ପ୍ରଫୁଲ କୁଜୂର,ମୁଖ୍ୟ ଯୋଗାଣ ଅଧିକାରୀ ରଞ୍ଜନ ପଣ୍ଡା,ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ , ଆସିଷ୍ଟାଣ୍ଟ କଲେକ୍ଟର (ରାଜସ୍ବ) ସରିତା ରାଣୀ ଶତପଥି,ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ,ସମସ୍ତ ତହସିଲଦାର,ଅତିରିକ୍ତ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ।ତହସିଲ ଅଫିସ ରୁ ଯେପରି କୌଣସି ଲୋକ ଆସି ନ ଫେରୁ ସେ ବାବଦରେ ସମସ୍ତ ତହସିଲଦାର ଙ୍କୁ ଟୁର ଡାଏରୀ ପ୍ରଦର୍ଶିତ କରିବାକୁ କହିଥିଲେ।
ଆଗମୀଦିନରେ ରାଜସ୍ୱ ବିଭାଗ କିପରି ଲୋକଙ୍କ ନିକଟତର ହେବ ସେଥିପାଇଁ ଧ୍ୟାନ ଦେବାକୁ କହିଥିଲେ।ତହସିଲଦାର ଏବଂ ରାଜସ୍ୱ କର୍ମଚାରୀ ସାଧାରଣ ଲୋକଙ୍କୁ ଗୁରୁତ୍ୱ ଦେବା ସହ ଲୋକାଭିମୁଖୀ ଯୋଜନା ଗୁଡିକ ପ୍ରଣୟନ ନିମନ୍ତେ ଦାୟିତ୍ୱବାନ ହେବାକୁ କହିଥିଲେ । ଆଗମୀଦିନରେ ରାଜସ୍ୱ ବିଭାଗ ମୋବାଇଲ ଦ୍ୱାରା ଲୋକଙ୍କ ପାଖରେ ପହଂଚିବାକୁ ଉଦ୍ୟମ କରୁଛି ବୋଲି ସୂଚନା ଦେଇଥିଲେ।
ମ୍ୟୁଟେସନ କେସ ଗୁଡିକ ଯଥାଶୀଘ୍ର ସହମ୍ମତି ଭିତ୍ତିରେ ସମାଧାନ କରିବାକୁ କହିଲେ।କୌଣସି ରାଜସ୍ୱ ଜମି ଶସ୍ତା ନୁହେ ଏବଂ ଏହାର ରକ୍ଷା କରିବା ପାଇଁ ଅଧିକାରୀମାନେ ଚେଷ୍ଟିତ ହେବା ଆବଶ୍ୟକ ବୋଲି କହିଥିଲେ।
ସେହିପରି ଜାତି ପ୍ରମାଣପତ୍ର ସମୟରେ ଉପୁଜୁଥିବା ବିଭିନ୍ନ ଅସୁବିଧା ଗୁଡିକ ବିଷୟରେ ଆଲୋଚନା କରିଥିଲେ।ସେହିପରି ଅସାଧୁ ଆକାରରେ ଆଦିବାସୀ ଜମି ହଡପ କରୁଥିବା ଲୋକଙ୍କ ପ୍ରତି ସରକାର କଡା ପଦକ୍ଷେପ ନେବ ବୋଲି ଜଣେଇଛନ୍ତି।
ବସୁନ୍ଧରା ଯୋଜନାରେ ଯେଉଁ ମାନେ ଜମି ପାଇଁ ଯୋଗ୍ୟ ସେମାନଙ୍କୁ ଜମିଦେବାକୁ କହିଥିଲେ।ଯଦି କୌଣସି ଜାଗାରେ ସରକାରୀ ଜାଗା ପାଖରେ ସ୍କୁଲ କିମ୍ବା କଲେଜ ଅଛି ସେହି ଜାଗା ସ୍କୁଲ ଖେଳପଡିଆ କିମ୍ବା ଅନ୍ୟାନ୍ୟ ବ୍ୟବହାର ପାଇଁ ଦେବାକୁ କହିଥିଲେ।
ସେହିପରି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜବରଦଖଲ ମୁକ୍ତ କରିବା ପାଇଁ ବଲାଙ୍ଗିର ଉପଜିଲ୍ଲାପାଳଙ୍କୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି । ଯେଉଁ ମାନେ ରାଜସ୍ୱ ବିଭାଗ ପାଇଁ ଭଲ କାମ କରିଛନ୍ତି ସେମାନଙ୍କୁ ପୁରସ୍କୃତ କରିବାକୁ କହିଥିଲେ।
ଏହାପରେ ଲୋୟର ସୁକତେଲ , ପାଟଣାଗଡ଼ ବାଇପାସ,ଟିଟିଲାଗଡ଼ ବାଇପାସ,ଏନଏଚ,ରେଳ ଆଦି ବିଭାଗ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।ବଲାଙ୍ଗିର ର ରାଜସ୍ବ ବିଭାଗ କାର୍ଯ୍ୟ ପ୍ରସଂଶିତ ଏବଂ ଆଗକୁ ଆହୁରି ଭଲ କରିବାକୁ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031