Indus Valley Times

ବୌଦ୍ଧ ଜିଲ୍ଲା ନ୍ୟାୟାଳୟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

 Breaking News

ବୌଦ୍ଧ ଜିଲ୍ଲା ନ୍ୟାୟାଳୟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ବୌଦ୍ଧ ଜିଲ୍ଲା ନ୍ୟାୟାଳୟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
March 09
20:36 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୯/୩ : ଶନିବାର ଦିନ ବୌଦ୍ଧ ଜିଲ୍ଲା ନ୍ୟାୟାଳୟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି ।
ଆଜି ଦିନ ୧୦ ଘଣ୍ଟା ସମୟରେ ଜିଲ୍ଲା ଦୌରା ଜଜ ପ୍ରତାପ କୁମାର ପାତ୍ର ଓ ଅନ୍ୟ ବିଚାରପତି ମାନେ ଯୋଗ ଦେଇ ରାଷ୍ଟୀୟ ଲୋକ ଅଦାଲତ ର ଶୁଭ ଉଦଘାଟନ କରିଥିଲେ । ଉକ୍ତ ଲୋକ ଅଦାଲତରେ ବିଭିନ୍ନ ବ୍ୟାଙ୍କର ଖିଲାପକାରୀ ଋଣ ଗ୍ରହୀତା ମାନଙ୍କର ବକେୟା ଋଣ ରାଶି ଉପରେ ଅନେକ ମାମଲା ର ସମାଧାନ କରାଯାଇଥିଲା ।
ଭାରତୀୟ ଷ୍ଟେଟ ବ୍ୟାଙ୍କ, ପଞ୍ଜାବ ନ୍ୟା ସନାଲ ବ୍ୟାଙ୍କ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ୟୂନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଦି ବ୍ୟାଙ୍କର ଶାଖା ପରିଚାଳକ ଏବଂ କର୍ମଚାରୀ ମାନେ ଉପସ୍ଥିତ ରହି ମାମଲା ଗୁଡିକର ସମାଧାନରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031