Indus Valley Times

ନାରୀ ନିର୍ଯ୍ୟାତନା ପ୍ରତିବାଦରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା କନ୍ଧମାଳ ଜିଲ୍ଲା କଂଗ୍ରେସ

 Breaking News

ନାରୀ ନିର୍ଯ୍ୟାତନା ପ୍ରତିବାଦରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା କନ୍ଧମାଳ ଜିଲ୍ଲା କଂଗ୍ରେସ

ନାରୀ ନିର୍ଯ୍ୟାତନା ପ୍ରତିବାଦରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା କନ୍ଧମାଳ ଜିଲ୍ଲା କଂଗ୍ରେସ
March 10
21:37 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ ,୧୦/୩ : ରାଜ୍ୟରେ ଦିନକୁ ଦିନ ବଢୁଛି ନାରୀ ନିର୍ଯ୍ୟାତନା। ଏହାର ପ୍ରତିବାଦରେ କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଛି। କଂଗ୍ରେସ କାର୍ଯ୍ୟାଳୟରୁ ନେତା ଏବଂ କର୍ମୀମାନେ ଏକ ବିରାଟ ରାଲିରେ ବାହାରି ସମଗ୍ର ସହର ପରିକ୍ରମା କରିଥିଲେ। ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦଳୀୟ ନେତାମାନେ ରାଜ୍ୟରେ କ୍ରମ ବର୍ଦ୍ଧିଷ୍ଣୁ ନାରୀ ନିର୍ଯ୍ୟାତନା ନେଇ ସରକାରଙ୍କ ବିରୋଧରେ ଗର୍ଜିଥିଲେ । ନୂତନ ସରକାର ଆସିବାର ମାତ୍ର ୮ ମାସ ମଧ୍ୟରେ ରାଜ୍ୟରେ ମହିଳା, ଆଦିବାସୀ, ଦଳିତ ଏବଂ ପଛୁଆ ବର୍ଗ ଲୋକଙ୍କ ଉପରେ ଅତ୍ୟାଚାର ବଢିଛି।
ଏହି ସମୟ ମଧ୍ୟରେ ପ୍ରାୟ ୧୬୦୦ ମହିଳା ହତ୍ୟା, ଧର୍ଷଣ, ଅସଦାଚାରଣର ଶିକାର ହୋଇଥିବା କଂଗ୍ରେସ ନେତା କହିଛନ୍ତି। ଗତ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟର ୩୬,୪୨୦ ମହିଳା ଓ ୮୪୦୩ ଶିଶୁ ନିଖୋଜ ହୋଇଛନ୍ତି।
ସେହିଭଳି ୪୨୧ ମହିଳାଙ୍କୁ ଅନ୍ୟ ରାଜ୍ୟକୁ ଚାଲାଣ କରାଯାଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଦଳ ପକ୍ଷରୁ ବିଭିନ୍ନ ମାମଲାର ଏକ ତାଲିକା ପ୍ରସ୍ତୁତ କରାଯିବା ସହ ଏ ଦିଗରେ ସରକାରଙ୍କ ଉଦାସୀନତା ନେଇ ଉଦବେଗ ପ୍ରକାଶ କରାଯାଇଛି।
ମୋଟାମୋଟି ଭାବେ ପ୍ରଧାନମନ୍ତ୍ରୀଙ୍କ ବେଟି ବଚାଓ, ବେଟି ପଢାଓ ନାରା ଓଡ଼ିଶାରେ କେବଳ ଏକ ସ୍ଲୋଗାନରେ ସୀମିତ ରହିଛି ବୋଲି କଂଗ୍ରେସ କହିଛି। ତେଣୁ ରାଜ୍ୟପାଳ ଏ ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଜ୍ୟର ଶିଶୁ ଓ ମହିଳାମାନଙ୍କୁ ସୁରକ୍ଷା ଦେବା ପାଇଁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି।
ଏନେଇ ଏକ ଶତାଧିକ ଲୋକଙ୍କ ଦସ୍ତଖତ ସମ୍ବଳିତ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କ ଉଦେଶ୍ୟ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା ଙ୍କ ଜରିଆରେ ପ୍ରଦାନ କରାଯାଇଛି। କନ୍ଧମାଳ ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ପରିଡାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକରୁ ହଜାରରୁ ଅଧିକ କର୍ମକର୍ତ୍ତା ଓ ଦଳୀୟ କର୍ମୀ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ପିସିସି ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ଯୋଗ ଦେଇଥିବା ବେଳେ ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ଯାକବ ପ୍ରଧାନ, ପୂର୍ବତନ ଜିଲ୍ଲା ସଭାପତି ଅନାମ ନାୟକ, ସାଂସଦ ପ୍ରାର୍ଥୀ ଅମୀରଚାନ୍ଦ ନାୟକ, ବରିଷ୍ଠ ନେତା ଘନ କୁମାର ଶବର, ହେମନ୍ତ କର, ରଜତ ମହାନ୍ତି, ବସନ୍ତ କୁମାର ପାଢ଼ୀ, ଯୁବନେତା ଚନ୍ଦନ ପଣ୍ଡା, ଅନୁପମ କହଁର ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031