Indus Valley Times

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସମାଜ କଲ୍ୟାଣ ବିଭାଗର ସମୀକ୍ଷା କଲେ ଜିଲ୍ଲାପାଳ

 Breaking News

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସମାଜ କଲ୍ୟାଣ ବିଭାଗର ସମୀକ୍ଷା କଲେ ଜିଲ୍ଲାପାଳ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସମାଜ କଲ୍ୟାଣ ବିଭାଗର ସମୀକ୍ଷା କଲେ ଜିଲ୍ଲାପାଳ
March 13
12:15 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୩/୩ : ଵୁ ଧବାର ଦିନ ଦିବା ଘ.୧୧.୩୦ ମି. ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମାଜ କଲ୍ୟାଣ ବିଭାଗ ଅଧିନସ୍ଥ ସମନ୍ବିତ ଶିଶୁ ବିକାଶ ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ ।
ସମନ୍ବିତ ଶିଶୁ ବିକାଶ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ପ୍ରତ୍ୟେକ ସ୍କିମର ସମୀକ୍ଷା ବୈଠକ ଜ଼ିଲ୍ଲାପାଳ, ବୌଦ୍ଧ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ଏହି ବୈଠକ ରେ ଉପ -ଜ଼ିଲ୍ଲାପାଳ ପ୍ରବୀଣ କୁମାର ବକ୍ଷଣୁଆ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ବାଲ୍ୟ ବିବାହ ନିଷେଧ ପରାମର୍ଶ ଦାତ୍ରୀ ପ୍ରବୀଜ୍ଞା ଦାସ, ସମସ୍ତ ସି ଡି ପି ଓ, ପ୍ରୋଗ୍ରାମ ଅଫିସର, ସୁପରଭାଇଜର ଏବଂ ଆଇ. ସି. ଡି. ଏସ.ର କର୍ମଚାରୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଜ଼ିଲ୍ଲାପାଳ ଏହି ସମୀକ୍ଷା ବୈଠକ ରେ ସମସ୍ତ ସି ଡି ପି. ଓ ଙ୍କୁ ସୁପରଭାଇଜର ମାନଙ୍କୁ ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିବା ସହିତ ଗରୀବ, ଦୁଃଖୀ ଲୋକଙ୍କ ପାଖରେ ପହଂଚି ସେମାନଙ୍କ ଗ୍ରୀଭାନ୍ସ ଶୁଣିବା, ସେମାନଙ୍କୁ ସରକାରୀ ଯୋଜନା ବିଷୟରେ ସୂଚନା ଦେବା, ଗାଁ, ଗାଁ ଯାଇ ବିଭିନ୍ନ ସମ୍ପ୍ରଦାୟ ସହ ଆଲୋଚନା କରି ସମସ୍ତ ସମସ୍ୟା ବୁଝିବା ସହିତ ସମସ୍ତ ଙ୍କୁ ବେଟି ବଚାଅ, ବେଟି ପଢାଅ, ପୋଷଣ, ବାଲ୍ୟ ବିବାହ ନିଷେଧ, ଅଦ୍ଵିକା, ସୁଭଦ୍ରା, ମମତା ଯୋଜନା, ହାତଧୋଇ ଖାଇବା, କୃମି, ଫାଲେରିଆ ଆଦି ଔଷଧ ବଣ୍ଟନ, ଔଷଧିୟ ମଶାରୀ ର ବ୍ୟବହାର ବିଷୟରେ ସଚେତନତା, ସମାଜ ରେ ଘଟୁଥିବା ବିଭିନ୍ନ ଦୁର୍ଘଟଣା ରୁ ରକ୍ଷା ପାଇବା ପାଇଁ ଝିଅ ପିଲାଙ୍କୁ ସଚେତନ କରିବା, ସେମାନଙ୍କ ଆର୍ଥିକ ଅଭିବୃଦ୍ଧି ରେ ସହାୟକ ହେବା, ଆଧାର ଲିଙ୍କ ବିଷୟରେ ସଚେତନ କରିବା, ମାଆ ଏବଂ ଛୋଟ ଛୁଆ ଙ୍କୁ ପୃଷ୍ଟିକର ଖାଦ୍ୟ ଖାଇବା ପାଇଁ ଧାରଣା ଦେବା, ମାଆ ମାନଙ୍କୁ ସଚେତନ କରିବା ପାଇଁ ସମସ୍ତ ସି. ଡି. ପି. ଓ, ସୁପରଭାଇଜର ମାନଙ୍କୁ ନିର୍ଦ୍ଦେଶଦେଇଥିଲେ ।
ସୁପରଭାଇଜର ମାନେ ଅଙ୍ଗନବାଡି କର୍ମୀ ଙ୍କ ସହ ବାରମ୍ବାର ବୈଠକ ଡାକି ମାଇକ୍ରୋପ୍ଲାନ ପ୍ରସ୍ତୁତ କରିବା, ବିଭିନ୍ନ ଆଶ୍ରମ ସ୍କୁଲ କୁ ପରିଦର୍ଶନ କରିବା, ଛାତ୍ରୀବାସ ରେ ଛାତ୍ରୀ ମାନଙ୍କୁ ଭଲ ସ୍ପର୍ଶ ଏବଂ , ଖରାପ ସ୍ପର୍ଶ ବିଷୟରେ ତାଲିମ ଦେବା, ପ୍ଲାକାର୍ଡ ଧରି ସଚେତନ କରାଇବା,ଅସହାୟ ଅବସ୍ଥା ରେ ଥିବା ମହିଳା ଙ୍କୁ ସହଯୋଗ କରି ସହାନୁଭୂତି ଏବଂ ସହୃଦୟତାର ସହ ସେବା ଯୋଗାଇ ଦେବାପାଇଁ ସମସ୍ତ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଏ ସମସ୍ତ ବିଷୟ ପ୍ରତି ଦୃଷ୍ଟି ଦେବା ସହ କ୍ଷେତ୍ର ରେ କାମ କରିବା ପାଇଁ କଡା ନିର୍ଦ୍ଦେଶ ଦେଇଥିଲେ ।
କୌଣସି କ୍ଷେତ୍ର ରେ ଢିଲା ନ ହେବା ସହିତ , କୌଣସି ଭୁଲ ପାଇଁ କ୍ଷମା ଦିଆ ଯିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ ।
ଉପ – ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ବକ୍ଷଣୁଆ ସମସ୍ତ ସି. ଡି. ପି. ଓ. ଙ୍କ କାମ କୁ ସୁପରଭିଜନ କରିବା ସହିତ ଲୋକଙ୍କ ଘରକୁ ଘର ଯାଇ ଲୋକ ଙ୍କ ଦୁଃଖ ଶୁଣିବାକୁ ପଡିବ ବୋଲି ମତ ବ୍ୟକ୍ତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31