Indus Valley Times

ସମ୍ପର୍କରେ ଲାଗିଲା କଳଙ୍କର ଛିଟା, ସ୍ୱାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ କଲେ ସମ୍ପର୍କୀୟ କାକା !

 Breaking News

ସମ୍ପର୍କରେ ଲାଗିଲା କଳଙ୍କର ଛିଟା, ସ୍ୱାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ କଲେ ସମ୍ପର୍କୀୟ କାକା !

ସମ୍ପର୍କରେ ଲାଗିଲା କଳଙ୍କର ଛିଟା, ସ୍ୱାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ କଲେ ସମ୍ପର୍କୀୟ କାକା !
March 16
12:12 2025

ଜଳେଶ୍ୱର, ୧୬/୩ : ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅଧୀନସ୍ଥ ଗଡ଼ସାହି ବାଲିଆପାଳ ଅଞ୍ଚଳର ଜଣେ ନବବିବାହିତାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ନବବିବାହିତାଙ୍କ ପଡ଼ିଶା ଓ ସମ୍ପର୍କରେ କକା ବୋଲି ଜଣା ପଡ଼ିଛି।
ପ୍ରକାଶଯୋଗ୍ୟ ଯେ ନବବିବାହିତାଙ୍କ ୬ ମାସ ତଳେ ବିବାହ ହୋଇଥିବା ବେଳେ ତାଙ୍କ ଆଧାର କାର୍ଡରେ କିଛି ତ୍ରୁଟି ଥିବାରୁ ଦୁଷ୍କର୍ମ ଅଭିଯୁକ୍ତ ଜଣକ ଏହା ଠିକ୍ କରିଦେବେ କହିଥିଲେ। ଗତକାଲି ନବବିବାହିତା ଓ ତାଙ୍କ ସ୍ବାମୀଙ୍କୁ ଏକ ବାଇକରେ ପାଖ ସିଙ୍ଗଲା ବଜାରକୁ ନେଇ ଯାଇଥିଲେ। ତେବେ ସେଠାରେ ମହିଳାଙ୍କୁ ବସ କହି ତାଙ୍କ ସ୍ବାମୀଙ୍କୁ ତାଙ୍କ ସହ ନେଇଯିବା ପରେ ମଦ ପିଆଇ ଦେଇଥିଲେ। ଫଳରେ ମହିଳାଙ୍କ ସ୍ବାମୀ ନିଶାସକ୍ତ ହୋଇ ପଡ଼ିଥିଲେ।
ଏହାପରେ ଅଭିଯୁକ୍ତ ଜଣକ ଉଭୟଙ୍କୁ ଧରି ଗାଁକୁ ଫେରିବା ରାସ୍ତାରେ ଏକ ନିଛାଟିଆ ପଦା ଭିତରକୁ ନବବିବାହିତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ପରେ ଉଭୟଙ୍କୁ ଗାଁରେ ଛାଡ଼ି ଦେଇଥିଲେ। ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ସିଙ୍ଗଲା ଓ ପରେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଅଣାଯାଇ ଚିକିତ୍ସା କରାଯାଉଛି। ଜଳେଶ୍ୱର ଏସଡିପିଓ ଦିଲ୍ଲୀପ କୁମାର ସାହୁ ଘଟଣାର ତଦନ୍ତ କରୁଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930