Indus Valley Times

ପତଞ୍ଜଳି ପରିବାର ଆନୁକୂଲ୍ୟରେ ପଞ୍ଚ ଦିବସୀୟ ଯୋଗ ଶିବିର ଆରମ୍ଭ

 Breaking News

ପତଞ୍ଜଳି ପରିବାର ଆନୁକୂଲ୍ୟରେ ପଞ୍ଚ ଦିବସୀୟ ଯୋଗ ଶିବିର ଆରମ୍ଭ

March 23
10:15 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୨୩/୩ : ବଲାଙ୍ଗିର ପତଞ୍ଜଳି ପରିବାର ଆନୁକୂଲ୍ୟରେ ପଞ୍ଚ ଦିବସୀୟ ଯୋଗ ଶିବିର ସ୍ଥାନୀୟ କୋଶଳ କଳମଣ୍ଡଳ ଠାରେ ଅନୁଷ୍ଠିତ ହୋଇଯାଇଛି।
ଭାରତ ସ୍ୱାଭିମାନ ରାଜ୍ୟ ପ୍ରଭାରୀ ଶ୍ରୀଯୁକ୍ତ ସୁଧାଂଶୁ ଅଧିକାରୀ ଦିବସର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ।ଯୋଗ ଋଷି ରାମଦେବ ବାବା ଙ୍କ ପରମ ଶିଷ୍ୟ ଭାରତ ସ୍ୱାଭିମାନ କେନ୍ଦ୍ରୀୟ ପ୍ରଭାରୀ ସ୍ବାମୀ ପରମାର୍ଥ ଦେବ ଦ୍ଵିତୀୟ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି।
ଏହି କାର୍ଯ୍ୟକ୍ରମ ୨୨ ତାରିଖ ରୁ ୨୬ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି କୋଶଳ କଳା ମଣ୍ଡଳ ଠାରେ ସକାଳ ୫.୩୦ ରୁ ୭.୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ବର୍ତ୍ତମାନ ପରିସ୍ଥିତି ରେ ସୁସ୍ଥ ରୋଗ ମୁକ୍ତ ଏବଂ ମାନସିକ ସ୍ଥିତି କୁ ସୁଦୃଢ କରିବା ପାଇଁ ସମସ୍ତଙ୍କୁ ଯୋଗାଭ୍ୟାସ କରିବା ନିତାନ୍ତ ଜରୁରୀ ବୋଲି ଯୋଗଗୁରୁ ମାନେ ମତ ଉପସ୍ଥାପନ କରିଥିଲେ।
ଏହି ପଞ୍ଚ ଦିବସୀୟ ଯୋଗ ଶିବିରକୁ ଯୋଗ ସମିତି ରାଜ୍ୟ ପ୍ରଭାରୀ ରାଧା ମାଧବ ବହିଦାର,ଜିଲ୍ଲା ପ୍ରଭାରୀ ରଘୁ ନାଥ ଷଡ଼ଙ୍ଗୀ,ଜ୍ୟୋତି ପ୍ରକାଶ ସାହୁ,ଅଶୋକ ଅଗ୍ରୱାଲ,କାର୍ଯ୍ୟକାରୀ ସଭାପତି ବିରେନ୍ଦ୍ର ଅଗ୍ରୱାଲ,ମହିଳା ପ୍ରଭାରୀ ସୁଜାତା ଦିଶ୍ରି,ଶିବରାମ ପଣ୍ଡା,ରାମ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031