Indus Valley Times

ଆନ୍ତର୍ଜାତିକ ଟ୍ରାନ୍ସଜେଣ୍ଡର ଦିବସ-୨୦୨୫ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

 Breaking News

ଆନ୍ତର୍ଜାତିକ ଟ୍ରାନ୍ସଜେଣ୍ଡର ଦିବସ-୨୦୨୫ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଆନ୍ତର୍ଜାତିକ ଟ୍ରାନ୍ସଜେଣ୍ଡର ଦିବସ-୨୦୨୫ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ
March 25
22:22 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୫ /୩ : ଅଦ୍ୟ ଅପରାହ୍ନ ୪ଘଟିକା ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ତା. ୩୧.୦୩.୨୦୨୫ରିଖରେ ଆନ୍ତର୍ଜାତିକ ଟ୍ରାନ୍ସଜେଣ୍ଡର ଦିବସ-୨୦୨୫ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ
ହୋଇଯାଇଛି ।
ଏହି ସଭାରେ ଡା. ସୁରେଶ ଚନ୍ଦ୍ର ନାୟକ, ଏଡିଏମଓ ମେଡିକାଲ, ଶ୍ରୀ ତରୁଣ କୁମାର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଏବଂ ନୟାଗଡ଼ ଟ୍ରାନ୍ସଜେଣ୍ଡର ସଂଘର ସଭାପତି ଆନନ୍ଦ ନାୟକ ଉପସ୍ଥିତ ଥିଲେ ।
ଏହି ସଭାରେ ଆନ୍ତର୍ଜାତିକ ଟ୍ରାନ୍ସଜେଣ୍ଡର ଦିବସ କିପରି ପାଳନ କରାଯିବ ଏବଂ ଟ୍ରାନ୍ସଜେଣ୍ଡରମାନେ ସେମାନଙ୍କ ଅଧିକାର ବିଷୟରେ କିପରି ଅବଗତ ହୋଇପାରିବେ ଓ ସରକାରଙ୍କ ଦ୍ବାରା ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନାର ଲାଭ ଉଠାଇପାରିବେ ସେ
ବିଷୟରେ ଗୁରୁତ୍ୱାରୋପ କରାଯାଇଥିଲା ।
ଏହି ସଭାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ କାମଦେବ ନାୟକ ପରିଚାଳନା କରିବା ସହିତ ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରି ସଭା ସାଙ୍ଗ କରିଥିଲେ ।
ମହାପ୍ରଭୁ ଜଗନ୍ନାଥଙ୍କ ଆଦିପୀଠରେ ମହାମହିମ ରାଷ୍ଟ୍ରପତି, ପ୍ରକୃତି ଅନୁକୂଳ ଜୀବନଶୈଳୀ ଭାରତୀୟ ସଂସ୍କୃତିର ଏକ ବୈଶିଷ୍ଟ୍ୟ
ନୟାଗଡ଼,୨୫/୩ : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଆମ ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନ ୨ଟା ୪୫ ମିନିଟ୍ ରେ ଭାରତୀୟ ବାୟୁସେନାର ଏକ ସ୍ଵତନ୍ତ୍ର ବିମାନରେ କଣ୍ଟିଲୋରେ ଆସି ପହଞ୍ଚିଥିଲେ।
ହେଲିପ୍ୟାଡ୍ ସ୍ଥଳରୁ କଣ୍ଟିଲୋ ଡାକବଙ୍ଗଳା ଅଭିମୁଖେ ଯାଇ ସେଠାରେ ମାତ୍ର ୧୦/୧୫ ମିନିଟ୍ ବିଶ୍ରାମ ନେଇ ସଭାକାର୍ଯ୍ୟରେ ଯୋଗ ଦେଇଥିଲେ।ଏହି ଅବସରରେ ମଧ୍ୟ ଓଡିଶାର ରାଜ୍ୟପାଳ ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଓଡ଼ିଶା ବିଧାନ ସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, ସ୍ଥାନୀୟ ବିଧାୟକ ଦୁଷ୍ମନ୍ତ ସ୍ଵାଇଁ , ବଡ଼ମ୍ବା ବିଧାୟକ ବିଜୟ ଦଳବେହେରା, କାଳିଆ ପଲ୍ଲୀ ଗ୍ରାମ ସଭାପତି ହୃଷୀକେଶ ଦେହୁରୀ ପ୍ରମୁଖ ସଭାମଞ୍ଚରେ ଉପସ୍ଥିତ ଥିଲେ।
ଏଠାରେ ମହାପ୍ରଭୁଙ୍କ ଆଦି ପୀଠରେ ନୀଳମାଧବଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ମନ୍ଦିରର ସ୍ଵତନ୍ତ୍ର ଲିଫ୍ଟକୁ ଉଦ୍ଘାଟନ କରିଥିଲେ।
ଏଥିପାଇଁ ନୀଳମାଧବ ମନ୍ଦିରକୁ ଫୁଲରେ ସୁସଜ୍ଜିତ କରାଯିବାସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।
ଏହାପରେ ବିଶ୍ଵାବସୁଙ୍କ ଆରାଧନା ପୀଠ କାଳିଆପଲ୍ଲୀ ଯାଇ ସେଠାରେ ବିଶ୍ଵାବସୁ ସମ୍ପ୍ରଦାୟର ଯଜ୍ଞରେ ସାମିଲ ହୋଇ ପୂର୍ଣ୍ଣାହୂତି ଦେବା ସହିତ \’ଭାରତୀୟ ବିଶ୍ଵାବସୁ ଶବର ସମାଜ ଫାଉଣ୍ଡେସନ୍\’ ଉଦ୍ଘାଟନ କରିଥିଲେ।
ସଭାମଞ୍ଚରେ ମହାମହିମ ରାଷ୍ଟ୍ରପତି ଉପସ୍ଥିତ ହଜାର ହଜାର ଜନତାଙ୍କୁ ସମ୍ବୋଧନ କରି ଏହି ଗସ୍ତକୁ ଏକ ସୁଯୋଗ ଭାବେ ବର୍ଣ୍ଣନା କରିଥିଲେ।
ରାଷ୍ଟ୍ରପତି ପ୍ରଭୁ ଜଗନ୍ନାଥଙ୍କ ଆଦିପୀଠ କୁହାଯାଉଥିବା କଣ୍ଟିଲୋ ନୀଳମାଧବ ପୀଠର ବିକାଶ ହୋଇନଥିବା ବିଷୟ ପ୍ରକାଶ କରି କ୍ଷୋଭ ପ୍ରକାଶ କରିଥିବା ଦେଖିବାକୁ ମିଳିଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୀଳମାଧବ ପୀଠର ବିକାଶ ଲାଗି ଅର୍ଥର ଅଭାବ ରହିବ ନାହିଁ ବୋଲି କହିବା ପରେ ରାଷ୍ଟ୍ରପତି ସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
କାଳିଆପଲ୍ଲୀରେ ଅନୁଷ୍ଠିତ ସମାବେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ, ଏହି ଅଞ୍ଚଳର ଚମତ୍କାର ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ। ଏହା ଏକ ଲୋକପ୍ରିୟ ପର‌୍ୟ୍ୟଟନ ସ୍ଥଳୀରେ ପରିଣତ ହେବାର ସମ୍ଭାବନା ରହିଛି।
ଏହି ଅଞ୍ଚଳରେ ଭିତ୍ତିଭୂମିର ବିକାଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ଦୃଢ଼ତାର ସହ କହିଥିଲେ। ପର୍ଯ୍ୟଟନର ବିକାଶ ହେଲେ ସେହି ଅଞ୍ଚଳର ଅର୍ଥନୀତି ମଧ୍ୟ ସୁଦୃଢ଼ ହେବ।
ଏହି ସ୍ଥାନ ଓ ଅଞ୍ଚଳର ବିକାଶରେ ସହଯୋଗ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ। କୃଷି, ହସ୍ତଶିଳ୍ପ, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରରେ ନୟାଗଡ଼ର ସମ୍ଭାବନାକୁ ପୂର୍ଣ୍ଣ ରୂପ ଦେବା ପାଇଁ ସମସ୍ତେ ଆଗେଇ ଆସିବା ଦରକାର ବୋଲି ସମଗ୍ର ନୟାଗଡ଼ ବାସୀଙ୍କୁ ଆହ୍ୱାନ ଦେଇଥିଲେ। ପ୍ରକୃତି ଅନୁକୂଳ ଜୀବନଶୈଳୀ ଭାରତୀୟ ସଂସ୍କୃତିର ଏକ ବୈଶିଷ୍ଟ୍ୟ ବୋଲି ରାଷ୍ଟ୍ରପତି କହିଥିଲେ।
ଏହା ମଧ୍ୟ ଆଦିବାସୀ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଆଦିବାସୀ ଭାଇ ଭଉଣୀମାନେ ଜଙ୍ଗଲ, ଗଛ ଇତ୍ୟାଦିକୁ ଦେବତା ଭାବରେ ପୂଜା କରନ୍ତି।
ଆଦିବାସୀ ବିଶ୍ୱାସ ଅନୁଯାୟୀ, ସେମାନଙ୍କ ପୂର୍ବପୁରୁଷଙ୍କ ଆତ୍ମା ଜଙ୍ଗଲରେ ବାସ କରନ୍ତି। ଏହି ବିଶ୍ୱାସ ଜଙ୍ଗଲ ସୁରକ୍ଷାର ମହାନ ମନ୍ତ୍ର। ଆହୁରି ରାଷ୍ଟ୍ରପତି ମଧ୍ୟ କହିଥିଲେ ଯେ ଆଦିବାସୀ ଭାଇ ଭଉଣୀଙ୍କ କଳା ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ସହିତ ସେମାନଙ୍କ ସଶକ୍ତୀକରଣ ଓ ଆତ୍ମନିର୍ଭରଶୀଳତା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି।
କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ ହୋଇ ସେହି ଯୋଜନାଗୁଡ଼ିକର ଲାଭ ଉଠାଇବାକୁ ସେ ଅନୁରୋଧ କରିଥିଲେ।
ଲୋକଙ୍କ ସହଯୋଗ ଓ ଭାଗିଦାରୀରେ ହିଁ ସରକାରୀ ଯୋଜନା ସଫଳ ହେବ ବୋଲି ରାଷ୍ଟ୍ରପତି କହିଥିଲେ।
ଏଥିସହିତ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ୍ ଅଗ୍ରୱାଲ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତମାମ୍ ଜିଲ୍ଲା ପ୍ରଶାସନ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ସମର୍ଥ ହୋଇଛି।
ଏଥପାଇଁ ନୟାଗଡ଼ରେ ୩୦ ପ୍ଲାଟୁନ ପୋଲିସ୍ ଫୋର୍ସ ଓ ଭୁବନେଶ୍ବରରେ ୧୨ ପ୍ଲାଟୁନ ପୋଲିସ ମୁତୟନ ହୋଇଥିବା ଜଣାପଡିଛି।
୩ ଡିସିପି ରାଙ୍କର ଅଫିସରଙ୍କ ସହ ୩ଜଣ ଏଡିସିପି , ୧୪ ଜଣ ଏସିପି , ୨୦ ଇନ୍ସପେକ୍ଟର ଏବଂ ୧୧୦ ସବ ଇନିସ୍ପେକ୍ଟର ନିୟୋଜିତ ହୋଇଛନ୍ତି । ୨୫ ତାରିଖ ଦିନ ସେ ପୁଣି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930