Indus Valley Times

ଖୋର୍ଦ୍ଧା ପୁଲିସ ପକ୍ଷରୁ ୯୦ ତମ ପ୍ରତିଷ୍ଠା ଦିବସ ,ସମ୍ବର୍ଦ୍ଧିତ ହେଲେ ୬ ପୁଲିସ ଅଧିକାରୀ

 Breaking News

ଖୋର୍ଦ୍ଧା ପୁଲିସ ପକ୍ଷରୁ ୯୦ ତମ ପ୍ରତିଷ୍ଠା ଦିବସ ,ସମ୍ବର୍ଦ୍ଧିତ ହେଲେ ୬ ପୁଲିସ ଅଧିକାରୀ

April 01
20:19 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୧/୪ : ଖୋର୍ଦ୍ଧା ତରତୁଆସ୍ଥିତ ରିଜର୍ଭ ପଡିଆ ଠାରେ ଖୋର୍ଦ୍ଧା ପୁଲିସ ପକ୍ଷରୁ ୯୦ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ସମ୍ମିଳିତ ପରେଡ଼ରେ ଅଭିବାଦନ ଗ୍ରହଣ କରିବା ପରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିବା ସହିତ ଅଧିକ୍ଷକ କହିଥିଲେ ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଓଡିଶା ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଲା ଏବଂ ସେହିଦିନ ଠାରୁ ସ୍ୱଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଓଡିଶା ପୁଲିସ ଏହାର ଦାୟିତ୍ୱ ତୁଲାଇବା ଆରମ୍ଭ କରିଥିଲା।
ସେହିଦିନ ଠାରୁ ଉତ୍କଳ ଦିବସ ସମଗ୍ର ଓଡିଶା ପାଇଁ ଗୌରବର ଦିବସ ଅଟେ। ବର୍ତ୍ତମାନର ଗଣତାନ୍ତ୍ରିକ ରାଷ୍ଟ୍ରର ଆଇନଶୃଙ୍ଖଳା ଦିଗରେ ପୋଲିସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।
ପ୍ରତିବଦ୍ଧତା, ନିଷ୍ଠା ପରିଶ୍ରମ ଦ୍ୱାରା ନିଜ ପ୍ରତିଷ୍ଠା ବଜାଏ ରଖିଛି ।
ସେହିପରି ପୁଲିସର ଏହି ଗୁରୁ ଦାୟିତ୍ୱ ଓ ସାଧାରଣ ଲୋକଙ୍କ ଭରସା ଯେ ଭଳି ସବୁଦିନ ପାଇଁ ରହିବ ତାହା ଉପରେ ଗୁରୁତ୍ୱ ଦେବାକୁ ସମସ୍ତ ପୁଲିସ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ବାଲୁଗାଁ ଥାନା ଏସଆଇ ଶ୍ରୀନିବାସ ସାମନ୍ତ, ବୋଲଗଡ ଥାନାର ଏଏସ୍ଆଇ ତୁଷାରକାନ୍ତ ନାୟକ, ହାବିଲଦାର ରାମଦାସ ମାଝୀ, ରୀନା କୁଜୁର, ଅର୍ଜୁନ କୁମାର ପ୍ରହରାଜ ଓ ମନୋରଞ୍ଜନ ବେହେରା ଙ୍କୁ ଉତ୍କୃଷ୍ଟ ସେବା ପାଇଁ ଏସ୍ପି ଅର୍ଥରାଶି, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍ପି ଶ୍ରୀନିବାସ ମହାନ୍ତି, ଅତିରିକ୍ତ ଏସ୍ପି ଅମ୍ରିତ ପାଲ ସିଂ, ଅନାଦି ସେଠୀ, ଡିଏସସ୍ପି ଯୁଗୋଳ ମଲ୍ଲିକ, ଡିଏସସ୍ପି ଜ୍ୟୋସ୍ନା କାଉଁରୀ, ଡିଏସସ୍ପି ସ୍ମତାମଞ୍ଜରୀ ମଲ୍ଲିକ, ଡିଏସସ୍ପି ଅନୀଲ ମହାନ୍ତି, ଏସଡିପିଓ (ସଦର) ନିହାର ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031