Indus Valley Times

ଆଜି ‘ଜାତୀୟ ପଞ୍ଚାୟତି ରାଜ ଦିବସ’

 Breaking News

ଆଜି ‘ଜାତୀୟ ପଞ୍ଚାୟତି ରାଜ ଦିବସ’

ଆଜି ‘ଜାତୀୟ ପଞ୍ଚାୟତି ରାଜ ଦିବସ’
April 24
11:01 2025

ଓଡ଼ିଶା,୨୪/୪ : ଆମ ଦେଶ ଭାରତ ଗଣତନ୍ତ୍ର ଶାସନରେ ପରିଚାଳିତ ହୋଇଥାଏ । ଲୋକମାନେ ନିଜ ପାଇଁ ସରକାରଙ୍କୁ ବାଛିଥାନ୍ତି ।
ଯେମିତି ଦେଶ ବା ରାଜ୍ୟ ଶାସନ କରିବା କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ କାମ ସେମିତି ହିଁ ଦେଶକୁ ପ୍ରତ୍ୟେକ ସ୍ତରରେ ଚଳାଇବା ପାଇଁ ଏକ ବ୍ୟବସ୍ଥା ଆବଶ୍ୟକ।
ଏଥିପାଇଁ ସ୍ଥାନ ଅନୁସାରେ ପ୍ରଶାସନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଗ୍ରାମ ସ୍ତରରେ ଗ୍ରାମପଞ୍ଚାୟତ, ବ୍ଲକ ସ୍ତରରେ ପଞ୍ଚାୟତ ସମିତି ଏବଂ ଜିଲ୍ଲା ସ୍ତରରେ ଜିଲ୍ଲା ପରିଷଦକୁ ନେଇ ଏକ ବ୍ୟବସ୍ଥା କରାଯାଇଛି । ଯାହାକୁ ତ୍ରୀସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥା ବୋଲି କୁହାଯାଏ ।
ସେଥିପାଇଁ ପ୍ରତିବର୍ଷ ୨୪ ଏପ୍ରିଲକୁ ପଞ୍ଚାୟତି ରାଜ ଦିବସ ଭାବେ ପାଳନ କରାଯାଏ । ଏହା ୨୦୧୦ରେ ପ୍ରଥମ ଥର ପାଇଁ ପାଳନ ହୋଇଥିଲା। ଏହାକୁ ୧୯୯୨ରେ ସମ୍ବିଧାନର ୭୩ ତମ ସଂଶୋଧନ ପ୍ରଣୟନ କରାଯାଇଥିଲା।
ଗ୍ରାମ୍ୟ ସ୍ତରରୁ ଲୋକଙ୍କ ସମସ୍ୟା କିପରି ଲୋକଲୋଚନକୁ ଆସି ସମାଧାନ ହୋଇପାରିବ ଏବଂ ଅନୁସୂଚିତ ଜାତି/ଜନଜାତିଙ୍କ ପାଇଁ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ମଧ୍ୟ କରାଯାଇ ପାରିବ । ଏହା ତାହାର ମୁଖ୍ୟ ଉଦ୍ଦେଶ୍ୟ ।
ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ନେତୃତ୍ୱରେ ୧୯୫୯ ମସିହାରେ ପଞ୍ଚାୟତିରାଜ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31