Indus Valley Times

ଜିଲ୍ଲାରେ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଓସ୍ବାସ୍ କାର୍ଯ୍ୟକାରୀତା ସମ୍ଭନ୍ଧୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 Breaking News

ଜିଲ୍ଲାରେ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଓସ୍ବାସ୍ କାର୍ଯ୍ୟକାରୀତା ସମ୍ଭନ୍ଧୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜିଲ୍ଲାରେ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଓସ୍ବାସ୍ କାର୍ଯ୍ୟକାରୀତା ସମ୍ଭନ୍ଧୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
May 04
09:30 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୪/୫ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ,ଜିଲ୍ଲା ଶିକ୍ଷା ଅଧିକାରୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ କୁ ନେଇ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ, କୃଷି ଏବଂ ଅତ୍ୟାବଶ୍ୟକ ସେବା ବିଭାଗରେ ଓସ୍ଵାସ ମାଧ୍ୟମରେ ନଥିକାର୍ଯ୍ୟ ସମ୍ପାଦିତ କରାଯିବା ନେଇ ଏକ ପ୍ରସ୍ତୁତି ବୈଠକ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (ଓକାକା) ଭୁବନେଶ୍ୱର ଓସ୍ୱାସ୍ ର ଉପଦେଷ୍ଟା ସତ୍ୟ ରଞ୍ଜନ ସାହୁଙ୍କ, ଅଧ୍ୟକ୍ଷତାରେ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।
ଖୋର୍ଦ୍ଧା ଜିଲ୍ଲାକୁ ଓସ୍ୱାସ୍ ସଂଯୋଗିକରଣ ନିମନ୍ତେ ପାଇଲଟ୍ ପ୍ରୋଜେକ୍ଟରେ ଅନ୍ତର୍ଭୁକ୍ତ କରାଯାଇ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ସାହୁ ବୈଠକରେ ସୂଚନା ଦେବାସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ,ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ , ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ , ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଆଦି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକର ଓସ୍ଵାସ୍ ଭିତ୍ତିଭୂମି ଯଥା କମ୍ପ୍ୟୁଟର, ପ୍ରିଣ୍ଟର, ଅପରେଟର, ଇଣ୍ଟରନେଟ ସେବା ଉପଲବ୍ଧ ଆଦି କାର୍ଯ୍ୟଗୁଡ଼ିକ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ପଚାରିବୁଝି, ବ୍ୟବହାର କରିବା ଅଧିକାରୀ କର୍ମଚାରୀ ମାନଙ୍କ ସହ ସମୀକ୍ଷା କରି ଆସନ୍ତା ୧୫ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ କହିଥିଲେ ।
ନଥିପତ୍ର କାର୍ଯ୍ୟ ସଠିକ୍ ଢଙ୍ଗରେ, ସ୍ବଚ୍ଛତାରେ , ସୁରକ୍ଷାରେ ଏବଂ ନିର୍ଭୁଲ ଭାବେ ସ୍ୱଳ୍ପ ସମୟରେ କାର୍ଯ୍ୟକାରୀ କରିବା ଏହି ପାଇଲଟ୍ ପ୍ରୋଜେକ୍ଟ ର ମୂଳ ଲକ୍ଷ୍ୟ ।
ଆସନ୍ତା ୫ ତାରିଖ ଠାରୁ ଏଥି ନିମନ୍ତେ ପ୍ରଶିକ୍ଷଣ ଆରମ୍ଭ କରାଯିବାକୁ ଖସଡ଼ା ପ୍ରସ୍ତୁତ ହୋଇଛି ବୋଲି ସୂଚନା ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ ସମସ୍ତ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ନିଷ୍ଠା ଓ ଆନ୍ତରିକତା ସହ ପ୍ରଶିକ୍ଷଣ ନେଇ ଧାର‌୍ୟ୍ୟ ତାରିଖରେ ନିଜନିଜ କାର୍ଯ୍ୟାଳୟରେ ଓସ୍ୱାସ ମାଧ୍ୟମରେ ନଥି କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଖୋର୍ଦ୍ଧା ଉପଜିଲ୍ଲାପାଳ, କିଶୋର କୁମାର ପଣ୍ଡା, ଡେପୁଟି କଲେକ୍ଟର, ପ୍ରତିଷ୍ଠାନ ଦେବବ୍ରତ କର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରାଜ୍ୟଶ୍ରୀ ପଟ୍ଟନାୟକ,ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ରବି ନାରାୟଣ ସେନାପତି, ଜିଲ୍ଲା ଯୋଗାଣ ଅଧିକାରୀ, ଶୁଗୁଡ଼ା ମୁର୍ମୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ଏବଂ ଓକାକ୍ ଟିମ୍ ଯୋଗଦେଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031