Indus Valley Times

ଦାରୁ ବିବାଦ: ରାମକୃଷ୍ଣ ଦାସମହାପାତ୍ରଙ୍କୁ ୭ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ

 Breaking News

ଦାରୁ ବିବାଦ: ରାମକୃଷ୍ଣ ଦାସମହାପାତ୍ରଙ୍କୁ ୭ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ

May 04
19:51 2025

ପୁରୀ, ୪/୫ : ଶ୍ରୀମନ୍ଦିର ଦଇତାପତି ନିଯୋଗ ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କୁ ରବିବାର ‌ନୋଟିସ୍ ଜାରି ହୋଇଛି। ଦୀଘାକୁ ଜଗନ୍ନାଥ ଧାମ ପ୍ରସଙ୍ଗରେ ବିଭ୍ରାନ୍ତି ସୃଷ୍ଟି, ଶ୍ରୀମନ୍ଦିରର ଗାରିମା କ୍ଷୁର୍ଣ୍ଣ ଅଭିଯୋଗରେ ଶ୍ରୀମନ୍ଦିର ପ୍ରଶାସନ ନୋଟିସ୍ ଜାରି କରିଛି।
ଆଗାମୀ ୭ ଦିନ ଭିତରେ ଏହାର କୈଫୟତ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ସନ୍ତୋଷଜନକ ଉତ୍ତର ନଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ଏଥି ସହିତ ୧୯୫୫ ଶ୍ରୀଜଗନ୍ନାଥ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣ ପରେ ବଳକା ଦାରୁ ଶ୍ରୀମନ୍ଦିର ‘ଦାରୁଘର’ରେ ସଂରକ୍ଷିତ ରହିବା କଥା। ଆବଶ୍ୟକ ବେଳେ ଶ୍ରୀଜିଉମାନଙ୍କ ବ୍ୟବହାରରେ ଲାଗିବା ପରଂପରା ରହିଛି। ଏନେଇ ଅବଗତ ଥାଇ ମଧ୍ୟ ରାମକୃଷ୍ଣ ମହାପାତ୍ରଙ୍କ ବୟାନ ବିଭ୍ରାନ୍ତି ସୃଷ୍ଟି କରୁଛି।
ଦୀଘାକୁ ଜଗନ୍ନାଥ ଧାମ ପ୍ରସଙ୍ଗରେ ବିଭ୍ରାନ୍ତି ସୃଷ୍ଟି, ଶ୍ରୀମନ୍ଦିରର ଗାରିମା କ୍ଷୁର୍ଣ୍ଣ ଅଭିଯୋଗରେ ଶ୍ରୀମନ୍ଦିର ପ୍ରଶାସନ ନୋଟିସ୍ ଜାରି କରିଛି।
ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାର ଉପକୂଳବର୍ତ୍ତୀ ସହର ‘ଦୀଘା’ ଠାରେ ଜଗନ୍ନାଥ ମନ୍ଦିରକୁ ଧାମ କରାଯାଇଥିବା ନେଇ ଦେଖାଦେଇଥିବା ବିବାଦ ବଢ଼ିବାରେ ଲାଗିଛି। ଏହି ମନ୍ଦିରକୁ ପଶ୍ଚିମବଙ୍ଗ ସରକାର ଜଗନ୍ନାଥ ଧାମ ଘୋଷଣା କରିଥିବା ବେଳେ ସନାତନ ଧର୍ମ ଉପରେ ବିଶ୍ବାସ କରୁଥିବା ବ୍ୟକ୍ତି ବିଶେଷ ଓ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଲାଗିଛି। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମୁହଁ ଖୋଲିଛନ୍ତି।
ମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗ ଜଗନ୍ନାଥ ଧାମ କରିପାରିବ ନାହିଁ। ଏଥି ପାଇଁ ଆମେ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିବୁ। ସେଠାରେ ଜଗନ୍ନାଥ ଧାମ କରିବାର କୌଣସି କାରଣ ନାହିଁ। ସେମାନେ ଜଗନ୍ନାଥ ଧାମ ବୋଲି କହିବାର କିଛି ଅଧିକାର ନାହିଁ। ପଶ୍ଚିମବଙ୍ଗ ରାଜନୈତିକ ଦୃଷ୍ଟିକୋଣରୁ କ’ଣ ଘଟୁଛି ତାହା ଭିନ୍ନ କଥା ହୋଇପାରେ। କିନ୍ତୁ ଆମ ସଂସ୍କୃତି, ଆମ ମନ୍ଦିର, ସୁରକ୍ଷା, ବ୍ୟବସ୍ଥା ସୁରକ୍ଷିତ ଅଛି ଓ ରହିବ। ସରକାରଙ୍କର ଯାହା ଦାୟିତ୍ଵ ସେ କଥା ତୁଲାଇବୁ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31