Indus Valley Times

୨୬ ତାରିଖରୁ ନିଖୋଜ ଥିଲେ ଯୁବତୀ, ଏବେ ଗାଁ ମୁଣ୍ଡ ବିଲରୁ ମିଳିଲା ମୃତଦେହ

 Breaking News

୨୬ ତାରିଖରୁ ନିଖୋଜ ଥିଲେ ଯୁବତୀ, ଏବେ ଗାଁ ମୁଣ୍ଡ ବିଲରୁ ମିଳିଲା ମୃତଦେହ

May 05
11:23 2025

ଅନୁଗୁଳ, ୫/୫: ୯ ଦିନ ଧରି ନିଖୋଜ ଥିବା ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବତୀ ଜଣକ ଅନୁଗୁଳ କଣିହା ବ୍ଲକ୍ ଲୋଧାଝରୀ ଗାଁର । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି କରିଛି ।
ସୂଚନା ଅନୁସାରେ, ଗତ ୨୬ ତାରିଖରେ ଅନୁଗୁଳ କଣିହା ବ୍ଲକ୍ ଲୋଧାଝରୀ ଗାଁର ଜଣେ ଯୁବତୀ ଭୁବନେଶ୍ବରରୁ ତାଳଚେର ଆସିବା ପାଇଁ ଟ୍ରେନ୍ ପାଖକୁ ଆସିଥିଲେ । କୌଣସି କାରଣରୁ ଟ୍ରେନ୍ ତାଙ୍କୁ ମିଳିନଥିଲା । ତା ପରେ ଯୁବତୀ ଜଣକ ଏକ ଅଟୋରେ ତାଳଚେର ରୋଡ୍ ଯାଇଥିଲେ। ତା ପରେ ଯୁବତୀଙ୍କୁ ପରିବାର ଲୋକେ ଯୋଗାଯୋଗ କରିବା ସମ୍ଭବ ହୋଇନଥିଲା । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ଘଟଣାର ତଦନ୍ତ ଜାରି କରିଥିଲା ।
ରବିବାର ଯୁବତୀଙ୍କ ଗଳିତ ମୃତଦେହ ବଅଁରପାଳ ଥାନା କେନ୍ଦୁପାଲି ନିକଟ କେନାଲ ପାଖରୁ ଉଦ୍ଧାର କରାଯାଇଛି । ପୋଲିସ ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ଘଟଣାର ତଦନ୍ତ କରୁଥିବା ସମୟରେ ଉକ୍ତ ଅଟୋକୁ ଜବତ କରିଥିବା ବେଳେ ଚାଳକ ଚମ୍ପଟ ମାରିଛି । ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ପୋଲିସ ଏହି ଘଟଣାର ତନାଘନା ଯାଞ୍ଚ କରୁଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031