Indus Valley Times

ପୁରୀ ବିମାନବନ୍ଦରକୁ କେନ୍ଦ୍ରର ମଞ୍ଜୁରି: ଧନ୍ୟବାଦ ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

 Breaking News

ପୁରୀ ବିମାନବନ୍ଦରକୁ କେନ୍ଦ୍ରର ମଞ୍ଜୁରି: ଧନ୍ୟବାଦ ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

May 06
12:04 2025

ଭୁବନେଶ୍ୱର, ୬/୫ : ଶ୍ରୀକ୍ଷେତ୍ର ପୁରୀରେ ନୂତନ ବିମାନ ବନ୍ଦର ନିର୍ମାଣକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିବା ପରେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ।
ଶିକ୍ଷା ମନ୍ତ୍ରୀ ତାଙ୍କ ଏକ୍ସ ଆକାଉଣ୍ଟରେ କହିଛନ୍ତି, ଓଡ଼ିଶାର ଶ୍ରୀକ୍ଷେତ୍ର ପୁରୀରେ ନୂଆ ବିମାନ ବନ୍ଦର ନିର୍ମାଣକୁ ମଞ୍ଜୁର କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଏବଂ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରାପୁ ରାମମୋହନ ନାଇଡ଼ୁ ଙ୍କୁ ଧନ୍ୟବାଦ ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ ଧାର୍ମିକ ପର୍ଯ୍ୟଟନ କ୍ଷେତ୍ରରେ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ଲାଭ କରିଛି । ପୁରୀ ଠାରେ ବିମାନ ବନ୍ଦର ନିର୍ମାଣ ହେବା ଦ୍ୱାରା ଏହି ଅଞ୍ଚଳରେ ଧାର୍ମିକ, ଆଞ୍ଚଳିକ ଓ ପର‌୍ୟ୍ୟଟନର ବିକାଶ ହେବା ସହ ଯୋଗାଯୋଗ ଏବଂ ଅର୍ଥନୀତି ଅଧିକ ସୁଦୃଢ଼ ହେବ ବୋଲି କହିଛନ୍ତି ମନ୍ତ୍ରୀ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ପୁରୀରେ ନୂତନ ବିମାନବନ୍ଦର ସ୍ଥାପନ କରିବା ପ୍ରସ୍ତାବକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ନୀତିଗତ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହା ଦ୍ୱାରା ପୁରୀକୁ ସିଧାସଳଖ ବିମାନ ଚଳାଚଳ କରିବ ।
ପୁରୀ ହେଉଛି ଭାରତର ଏକ ପ୍ରମୁଖ ଧାର୍ମିକ ସ୍ଥଳ । ମହାପ୍ରଭୁ ଜଗନ୍ନାଥଙ୍କ ଭୂମି ପୁରୀକୁ ପ୍ରତିବର୍ଷ ସାରା ବିଶ୍ଵରୁ କୋଟି କୋଟି ଭକ୍ତ ଦର୍ଶନ ପାଇଁ ଆସୁଛନ୍ତି । ପୁରୀରେ ବିମାନବନ୍ଦର ସ୍ଥାପନ ନିଷ୍ପତ୍ତି ଧାର୍ମିକ ପର୍ଯ୍ୟଟନ, ଆଞ୍ଚଳିକ ବିକାଶ ଓ ବିମାନ ସେବା ସମ୍ପ୍ରସାରଣକୁ ସୁଦୃଢ଼ କରିବ ବୋଲି ମନ୍ତ୍ରଣାଳୟ କହିଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031