Indus Valley Times

ମେ’ ୨୭ ତାରିଖରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ !

 Breaking News

ମେ’ ୨୭ ତାରିଖରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ !

ମେ’ ୨୭ ତାରିଖରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ !
May 10
16:33 2025

ନୂଆଦିଲ୍ଲୀ, ୧୦/୫ : ତାତି ଅସହ୍ୟ ହେଉଥିବାବେଳେ ଆଗାମୀ ଦିନରେ ପାଗରେ ପରିବର୍ତ୍ତନ ହେବ । ଚଳିତ ବର୍ଷ ଖୁବ ଶୀଘ୍ର ଦେଶକୁ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ମେ\’୨୭ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି । ପୂର୍ବରୁ ମେ ୧୩ରେ ମୌସୁମୀ ଦକ୍ଷିଣ ଆଣ୍ଡାମାନ ଛୁଇଁବ ବୋଲି ଆକଳନ କରାଯାଇଥିବାବେଳେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ନେଇ ଅନୁକୂଳ ରହିଛି । ମୌସୁମୀ ବାୟୁ ଦେଶକୁ ଛୁଇଁବାରେ ଆକଳନ ତାରିଖର ୪ ଦିନ ଆଗପଛ ହୋଇପାରେ ବୋଲି ସୂଚନା ମିଳିଛି ।
ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ବଢିବାରେ ଲାଗିଛି । ଖରା ସଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଆସନ୍ତା ୫ ଦିନ ରାଜ୍ୟରେ ଭୀଷଣ ଗ୍ରୀଷ୍ମଲହରୀ ବଢିବାର ସମ୍ଭାବନା ରହିଛି । ଆସନ୍ତା ୧୧, ୧୨ ଓ ୧୩ ତାରିଖରେ ପଶ୍ଚିମ ଓଡ଼ିଶା ସମେତ ଆସନ୍ତା ୧୪ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031