Indus Valley Times

ଷଷ୍ଠ ଦିନରେ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା : ଭକ୍ତଙ୍କ ନିଜସ୍ୱ ଗୃହକୁ ଆଗମନ: ଶତାଧିକ ଭକ୍ତ ଙ୍କ ସମାଗମ

 Breaking News

ଷଷ୍ଠ ଦିନରେ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା : ଭକ୍ତଙ୍କ ନିଜସ୍ୱ ଗୃହକୁ ଆଗମନ: ଶତାଧିକ ଭକ୍ତ ଙ୍କ ସମାଗମ

May 12
09:35 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା , ୧୨/୫ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଉଠିଛି ।
ଏହି ଯାତ୍ରା ମଇ ୬ ତାରିଖରୁ ଆରମ୍ଭ ହୋଇ ରବିବାର ଷଷ୍ଠ ଦିନରେ ପହଞ୍ଚି ଥିବା ବେଳେ ରବିବାର ତୃତୀୟ ନଗର ଭ୍ରମଣ ଆରମ୍ଭ ହୋଇଛି ।
ଏହା ଜୁନ ୫ ତାରିଖରେ ଶେଷ ହେବ । ଏକ ମାସ ବ୍ୟାପୀ ମା’ ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ। ଏ ନେଇ ସମଗ୍ର ବାଲିଗୁଡା ସହର ଉତ୍ସବମୁଖର ହୋଇଉଠିଛି।
ଅସ୍ଥାୟୀ ପୀଠ ରେ ମା ‘ପାଟଖଣ୍ଡା ଙ୍କ ସମେତ ମା’ କନକ ଦୁର୍ଗା, ମା’ ଡେଙ୍ଗସିଲ, ମା’ ବରାଳଦେବୀ, ମା’ ମହାମାୟୀ ଓ ମା’ ଦକ୍ଷିଣ କାଳୀ ବିରାଜ ମାନ ଅଛନ୍ତି ।
ପ୍ରତିଦିନ ସକାଳ ଓ ସନ୍ଧ୍ୟା କାଳୀନ ଆଳତୀ ସମୟରେ ଶହ ଶହ ଭକ୍ତଙ୍କ ସମାଗମ ହେଉଛି । ରବିବାର ଷଷ୍ଠ ଦିନରେ ବାଲିଗୁଡା ଟାଉନ ର ପଣସପଡି ସାହି ସ୍ଥିତ ମହାନ୍ତି କଲୋନୀ ନିବାସୀ ଏସ. ଜ୍ଞାନ ରଞ୍ଜନ ପାତ୍ର (ବୁଲୁ) ନିଜ ବାସଭବନରେ ନିଜେ ଏକାକୀ ସାହି କୁ ଆଣି ସାହି ପରିଭ୍ରମଣ କରି ଆସିଥିଲେ ।
ଏହି ଅବସରରେ ସନ୍ଧ୍ୟା ଆଳତୀ ପରେ ପରେ ଏକ ବିରାଟ ପଟୁଆର ରେ ବିଭିନ୍ନ ପ୍ରକାର ନୃତ୍ୟ, ଗୀତ ସହ ବାଜା ବଜାଇ ଟାଉନର ଗାନ୍ଧୀ ଛକ, ମେଡିକାଲ ଛକ, ଶିବ ମନ୍ଦିର ଛକ ହୋଇ ପଣସପଡି ସାହି ରେ ପ୍ରବେଶ କରି ମହାନ୍ତି କଲୋନୀ ନିବାସୀ ବୁଲୁ ଙ୍କ ଘର ସମ୍ମୁଖରେ ଅସ୍ଥାୟୀ ପୂଜା ମଣ୍ଡପ ରେ ପହଞ୍ଚି ଥିଲେ ।
ଉକ୍ତ ପୂଜା ମଣ୍ଡପ ରେ ସାହି ର ସମସ୍ତ ଭକ୍ତ ବିଶେଷ କରି ମହିଳା ଭକ୍ତ ମାନେ ଉପସ୍ଥିତ ରହି ମା\’ ଙ୍କ ଶୁଭାଶ୍ରିବାଦ ଭିକ୍ଷା କରିଥିଲେ ।
ଏକ ମାସ ଧରି ଚାଲିବାକୁ ଥିବା ଏହି ଯାତ୍ରା ଟାଉନର ଭିନ୍ନ ଭିନ୍ନ ସାହିରେ ପର୍ଦାର୍ପଣ କରିବେ, ଏହି ପରିପ୍ରେକ୍ଷୀରେ ଆକର୍ଷଣୀୟ ମେଢ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ।
ଆକର୍ଷଣୀୟ ପୂଜା ମଣ୍ଡପ ସାଙ୍ଗକୁ ଅସ୍ଥାୟୀ ମଣ୍ଡପ ତୋରଣର ନିର୍ମାଣ କାର୍ଯ୍ୟ ଭକ୍ତ ଙ୍କୁ ବେଶ ଖୋରାକ ଯୋଗାଉଛି ।
ଠାକୁରାଣୀ ଯାତ୍ରା କାଳରେ ଅପେରା, ମୀନାବଜାର, ଖାଦ୍ୟ ପସରା ଭଳି ଆକର୍ଷଣୀୟ କାର୍ଯ୍ୟକ୍ରମ ମନ ମୋହିବା ସୁନିଶ୍ଚିତ ଥିବା ବେଳେ ମା\’ଙ୍କ କୃପା ଭିକ୍ଷା ପାଇଁ ଶ୍ରଦ୍ଧାଳୁ ଉତ୍କଣ୍ଠାର ସହ ଅସ୍ଥାୟୀ ମଣ୍ଡପ କୁ ଆସି ଦର୍ଶନ କରୁଥିବା ଦେଖିବାକୁ ମିଳୁଛି ।
ଏଥିରେ ମା \’ ପାଟଖଣ୍ଡା ଦୁର୍ଗାପୂଜା ସମିତିର ସମସ୍ତ ସଦସ୍ୟ ଙ୍କ ସମେତ ଏହି ଠାକୁରାଣୀ ଯାତ୍ରାର ଏକ ୫ଜଣିଆ କମିଟି ସଦସ୍ୟ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପରିଚାଳନା କରୁଛନ୍ତି ।
କୁଟିକିଆ ପଞ୍ଚାୟତ ରୁ ସରୁକୋଇ ଗାଁ କୁ ରାସ୍ତା ନାହିଁ :ବାବୁ ଗାଁ କୁ ଭଲ ରାସ୍ତା ଟିଏ କରିଦିଅ ଶତାଧିକ ଲୋକ ଆସି ଗୁହାରୀ କଲେ ବିଡିଓ ଙ୍କୁ
ବାଲିଗୁଡା , ୧୨/୫: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ର ବିଭିନ୍ନ ଅଞ୍ଚଳ କୁ ଯାତାୟତ ପାଇଁ ରାସ୍ତା ଟିଏ ନାହିଁ, ସେଥି ମଧ୍ୟରୁ କୁଟିକିଆ ପଞ୍ଚାୟତରୁ ସରୁକୋଇ ଗାଁ କୁ ରାସ୍ତା ନାହିଁ । ବାବୁ ଗାଁ କୁ ଭଲ ରାସ୍ତା ଟିଏ କରିଦିଅ ବୋଲି ଅଞ୍ଚଳର ଶତାଧିକ ଲୋକ ଆଜି ଆସି ବାଲିଗୁଡା ବିଡ଼ିଓ ଙ୍କୁ ଗୁହାରୀ କରିଛନ୍ତି ।
ଗାଁ ରେ ବିଦ୍ୟାଳୟ ଓ ଅଙ୍ଗନୱାଡି ରହିଛି, କିନ୍ତୁ ଭାଙ୍ଗି ରୁଜି ଗଲାଣି । ଲୋକଙ୍କୁ ଆବାସ ଯୋଜନାରେ ରେ ଘର ମିଳୁଛି କିନ୍ତୁ ଲୋକେ କରି ପାରୁ ନାହାନ୍ତି । ସବୁ ର ମୁଖ୍ୟ କାରଣ ହେଉଛି ରାସ୍ତା ।
ରାସ୍ତା ନଥିବାରୁ ବାଲି ,ପଥର ଓ ସିମେଣ୍ଟ ଆଣିବା କଷ୍ଟ କର ହୋଇ ପଡୁଛି । ରୋଗୀ ମେଡିକାଲକୁ ଆସି ପାରୁନାହାନ୍ତି ବୋଲି କୁଟିକିଆ ପଞ୍ଚାୟତର ସରୁକୋଇ ଗ୍ରାମର ୱାର୍ଡ଼ ମେମ୍ବର ସାଉଟି ମଲ୍ଲିକଙ୍କ ସମେତ ଡିଆରାମ ମଲ୍ଲିକ ,ରବିଚନ୍ଦ୍ର ମଲ୍ଲିକ ,ଆନେଶ୍ବର ମଲ୍ଲିକ ବାକେଡା ମଲ୍ଲିକ ,ତାନି ମଲ୍ଲିକ ପ୍ରମୁଖ ବାସିନ୍ଦା ପ୍ରକାଶ କରିଛନ୍ତି।
କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ କୁଟିକିଆ ପଞ୍ଚାୟତ ଅନ୍ତର୍ଗତ ସରୁକୋଇ ବାସିନ୍ଦାଙ୍କ ପାଇଁ ଆଜିବି ଅପହଞ୍ଚ ମୌଳିକ ସୁବିଧା । ଗାଁରେ ରହନ୍ତି ୧୦୦ ଟି ଆଦିବାସୀ ପରିବାର, ଯାତାୟାତ ପାଇଁ ରାସ୍ତା ଟିଏ ନାହିଁ। ପଞ୍ଚାୟତ ସଦର ମହକୁମାରୁ ମାତ୍ର ୫ କିଲୋମିଟର ରାସ୍ତା ଗଲେ ପଡେ ସରୁକୋଇ ।
ଗାଁ ରେ ହଜାର ରୁ ଉର୍ଦ୍ଧ ଲୋକ ବସବାସ କରନ୍ତି । କିନ୍ତୁ ଦୀପ ତଳ ଅନ୍ଧାର ପରି ରହିଛି ଗାଁ । କୁଟିକିଆ ପଞ୍ଚାୟତ ରେ ଠିକାଦାର ଓ ଅଫିସର ଙ୍କୁ ସୁହାଇଲା ପରି ଅର୍ଥ ବିନିଯୋଗ ହେଉଛି, ଯାହା ଫଳରେ ସାଧାରଣ ଲୋକ ବଳୀ ପଡ଼ୁଛନ୍ତି ।
କନ୍ଧମାଳ-ଗଜପତି ବିକାଶ ଯୋଜନାରେ ୮ ଲକ୍ଷ ଟଙ୍କା ଆସିଛି, କିନ୍ତୁ ଯେଉଁ କାମ କୁ ଦରକାର ସେହି ରାସ୍ତାରେ ନ ଆସି ମାଜାବାଲି ରୁ ସରୁକୋଇ କୁ ୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ଯାହାକୁ ନେଇ ସରୁକୋଇ ଗାଁ ଲୋକ ଆଶ୍ଚର‌୍ୟ୍ୟ ପ୍ରକାଶ କରିଛନ୍ତି ।
ଗୋଟିଏ ପଟେ ରାଜ୍ୟରେ ସରକାର ବଦଳିଛି ସାଧାରଣ ଲୋକଙ୍କ ଡବଲ ଇଞ୍ଜିନ ର ସରକାର ଆସିଛି ବୋଲି ଡିଣ୍ଡିମ ପିଟାଯାଉଛି । ଭୁବନେଶ୍ବର ରୁ ଅଧିକାରୀ ମାନେ ଜିଲ୍ଲାକୁ ଆସୁଛନ୍ତି ଗ୍ରାଉଣ୍ଡ ଜିରୋ କୁ ଯାଇ ଲୋକଙ୍କ କାମ କରିବା ପାଇଁ ଅଫିସରଙ୍କୁ ସରକାର କହୁଛନ୍ତି କିନ୍ତୁ ବାସ୍ତବରେ ଶୀତତାପ ନିୟନ୍ତ୍ରିତ କୋଠୋରୀ ଛାଡିବାକୁ ଅଫିସର ନାରାଜ କାଗଜ ପତ୍ର ରେ ବିକାଶ ଗାଁ କୁ ରାସ୍ତା ,ପାନୀୟ ଜଳ ,ଶିକ୍ଷା ସ୍ୱାସ୍ଥ୍ୟ ସବୁ ପହଞ୍ଚି ଯାଇଛି, କିନ୍ତୁ ଏବେବି ପଞ୍ଚାୟତ ସଦର ମହକୁମା ନିକଟ ଗାଁ କୁ ରାସ୍ତା ନାହିଁ ।
ଶୁଣିବାକୁ ଯେତିକି କଷ୍ଟ ଲାଗୁଛି, ମନରେ ସେତିକି ବିଡମ୍ବନା ସୃଷ୍ଟି କରୁଛି ସେଠାକାର ଲୋକଙ୍କ କଷ୍ଟ କର କଥା ଶୁଣିଲେ ସରକାରଙ୍କ ସବୁ ଯୋଜନା ଉପହାସ ପରି ଲାଗୁଛି । ସରକାର ବିକାଶ ହୋଇଛି ବିକାଶ ହୋଇଛି ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ଗ୍ରାଉଣ୍ଡ୍ ଜିରୋ ରିପୋର୍ଟରେ ଭିନ୍ନ ତଥ୍ୟ ଦେଖିବାକୁ ମିଳୁଛି ।
ରାସ୍ତା ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଅନୁଦାନ ତ ଆସୁଛି; କିନ୍ତୁ ଏହି ଅପହଞ୍ଚ ଗାଁମାନଙ୍କୁ ରାସ୍ତାଟିଏ ହେବା ମରୀଚିକା ପାଲଟିଛି। ରାସ୍ତା ପାଇଁ ଜିଲ୍ଲାର ଅନେକ ଗାଁର ଲୋକମାନେ ନେହୁରା ହେବାସତ୍ତ୍ବେ ସ୍ଥାନୀୟ ବିଡିଓ କିମ୍ବା ଆଦିବାସୀ ଙ୍କ ପାଇଁ କାମ କରୁଥିବା ଆଦିବାସୀ ଉନ୍ନୟନ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିନାହିଁ।
ଏପରି ସ୍ଥଳେ ବିଭାଗୀୟ ଉଚ୍ଚ କର୍ତ୍ତୃ ପକ୍ଷ ତୁରନ୍ତ ଦୃଷ୍ଟି ଦେଇ ରାସ୍ତା ମରାମତି କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି ।
ବାଲିଗୁଡାରେ ପ୍ରବଳ ଖରା ଓ ଗରମ ସାଙ୍ଗକୁ ଅଘୋଷିତ ବିଜୁଳି କାଟ୍ କୁ ନେଇ ଉପଭୋକ୍ତାଙ୍କ ମହଲରେ ଅସନ୍ତୋଷ: ଜନଜୀବନ ଅସ୍ତବ୍ୟସ୍ତ
ବାଲିଗୁଡା, ୧୨/୫: : ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଗ୍ରୀଷ୍ମପ୍ରବାହ ଓ ଏହାର ପ୍ରଭାବ କନ୍ଧମାଳ ଜିଲ୍ଳା ବାଲିଗୁଡା ସହରରେ ମଧ୍ୟ ଦେଖିବାକୁ ମିଳିଛି ଓ ଦିନସାରା ଚଳଚଞ୍ଚଳ ରହୁଥିବା ବାଲିଗୁଡା ସହରର ସ୍ଥିତି କିନ୍ତୁ ବର୍ତ୍ତମାନ ବଦଳି ଯାଇଛି ।
ବର୍ତ୍ତମାନ ଦିନ ବେଳା ଏହାର ରାସ୍ତାଘାଟ ସମ୍ପୂର୍ଣ୍ଣ ଶୂନଶାନ୍ ରହୁଛି ଓ ବର୍ତ୍ତମାନ ସକାଳ ଆଠ ଘଣ୍ଟା ପରଠାରୁ ଖରା ବୃଦ୍ଧି ପାଇ ଦିନ ଏଗାରଟା ବେଳକୁ ଏହା ଅସହ୍ୟ ହୋଇପଡୁଛି ।
ଏହି ଖରା ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ରହୁଛି ଓ ଏପଟେ ଦିନ ବାରଟା ପରଠାରୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ସହରରେ କୌଣସି ଲୋକଙ୍କୁ ଦେଖିବାକୁ ମିଳୁନି ।
ଗାଡ଼ିମଟର ଯାତାୟତ ସମ୍ପୂର୍ଣ୍ଣରୂପେ ବନ୍ଦ ରହୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ରାସ୍ତାଘାଟ ଖାଁ ଖାଁ ଲାଗୁଛି । ପୂର୍ବରୁ ଏହିଭଳି ଖରା କେବେ ହୋଇନଥିବା କଥା ସ୍ଥାନୀୟ ଜନସାଧାରଣ କହୁଛନ୍ତି ।
ଦିନ ସାରା ପ୍ରବଳ ଖରା ସାଙ୍ଗକୁ ରାତିର ପ୍ରବଳ ଗୁଳୁଗୁଳି ଜୀବନ ଯନ୍ତ୍ରଣାକୁ ବଢାଇଦେଉଛି । । ଗୁଳୁଗୁଳି ଯୋଗୁଁ ଲୋକଙ୍କୁ ରାତି ଗୋଟାଏ ପର୍ଯ୍ୟନ୍ତ ନିଦ ହେଉନି ।
ଆଜି ବାଲିଗୁଡା ରେ ତାପମାତ୍ରା ସର୍ବାଧିକ ୩୯ ଡିଗ୍ରିଥିବା ଜଣାପଡିଛି । ଗତ ପାଞ୍ଚ ଦିନ ହେଲା ପାରଦ ୪୦ ରୁ ୪୨ ଡିଗ୍ରୀ ରହୁଛି । ଆଗାମୀ ଦିନରେ ଏହା ଅଧିକା ଡିଗ୍ରୀ ଛୁଇଁବାର ସମ୍ଭାବନା ଅଛି । ପ୍ରବଳ ଗରମରେ ଛୋଟ ଛୁଆ, ବୟସ୍କଙ୍କ ଅବସ୍ଥା ଅତି ଶୋଚନୀୟ ହୋଇପଡୁଛି ।
ଏସି, କୁଲର୍, ପଙ୍ଖା କିଛି ବି କାମ କରୁନି ଓ ଏହା ସହିତ ତାଳ ଦେଉଛି ଆଘୋଷିତ ବିଦ୍ୟୁତ୍ କାଟ ଓ ଲୋକେ ଗୁଳୁଗୁଳିରେ ଛଟପଟ ହୋଇ ବିଳମ୍ବରେ ଶୋଉଥିବା ବେଳେ ସକାଳୁ ସକାଳୁ ଅଘୋଷିତ ବିଦ୍ୟୁତ୍ କାଟ ହେବା ଯୋଗୁଁ ଲୋକଙ୍କ ଯନ୍ତ୍ରଣା ସକାଳୁ ସକାଳୁ ହିଁ ବଢ଼ି ଯାଉଛି ଓ ସହରରେ ମନ ଇଚ୍ଛା ବିଦ୍ୟୁତ୍ କାଟ ହେବା ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଉଛି ଓ କେଉଁ କାରଣରୁ ବିଜୁଳିକାଟ୍ କରାଯାଉଛି ତାହା ଜଣାପଡୁନି ।
ପୂର୍ବରୁ ତାର ଛିଡିଯିବା କିମ୍ବା ଶଙ୍ଖ ଫାଟିଯିବା କଥା କହି ବିଜୁଳି ବିଭାଗ ବିଜୁଳିକାଟ୍ କରୁଥିବା ବେଳେ ଏବେ ମେଣ୍ଟନାନ୍ସ କଥା କହି ବିଜୁଳିକାଟ୍ କରାଯାଉଛି ବୋଲି ଶୁଣିବାକୁ ମିଳୁଛି ।
ଖରା ହେଉ କି ବର୍ଷା କିମ୍ବା ଶୀତ ସବୁ ବେଳେ ବିଜୁଳି କାଟ୍ । ସେହିପରି ସାମାନ୍ୟ ବର୍ଷା ପବନ କିମ୍ବା ବିଜୁଳି ଘଡଘଡି ହେଲେ ଘଣ୍ଟା ଘଣ୍ଟା ଧରି ବିଜୁଳି କାଟ୍ କରାଯାଉଛି । ଏହି ବିଜୁଳିକାଟ୍ ର କୌଣସି ସମୟସୀମା ନାହିଁ ।
ଯେତେବେଳେ ନାହିଁ ସେତେବେଳେ କରାଯାଉଛି ବିଜୁଳିକାଟ୍ । ଦିନର ଅଧିକାଂଶ ସମୟ ବିଜୁଳି ରହୁନଥିବା ବେଳେ ବିଳମ୍ବିତ ରାତି ଆଉ ଭୋର ସମୟରେ ମଧ୍ୟ ବିଜୁଳିକାଟ୍ କରାଯାଉଛି ।
ଏ ନେଇ ସମଗ୍ର ବାଲିଗୁଡା ଅଞ୍ଚଳରେ ଅଘୋଷିତ ବିଜୁଳିକାଟ୍ କୁ ନେଇ ଉପଭୋକ୍ତାଙ୍କ ମହଲରେ ତିବ୍ର ଅସନ୍ତୋଷ ଦେଖାଦେଇଛି। ଅଧିକାଂଶ ସମୟରେ ବିନା କାରଣରେ ବିଜୁଳିକାଟ୍ କରାଯିବାର କାରଣ ଜଣାପଡୁନି ।
ଏ ସଂପର୍କରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କୁ ପଚରାଯିବାରୁ ସେ କହିଲେ ଯେ, ଫୁଲବାଣୀ ସେକ୍ସନ ବିଦ୍ୟୁତ ବାରମ୍ବାର ଟ୍ରିପ ନେଉଛି, ଯାହାକି କଣ୍ଟ୍ରୋଲ କରି ହେଉନାହିଁ, ଏଣୁ ବାରମ୍ବାର ବିଦ୍ୟୁତ ବିଭ୍ରାଟ ହେଉଛି, ଏଣୁ ବେଶୀ ସମୟ ଏପରି ହେଲେ ବାଧ୍ୟ ହୋଇ ଲୋ ଭୋଲଟେଜ ରେ ରାଇକିଆ ଷ୍ଟ୍ରକଚର ଲାଇନ ଦିଆ ଯାଉଛି ବୋଲି ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031