Indus Valley Times

ଆତଙ୍କବାଦ ସୃଷ୍ଟି ଓ ସହାୟତା ଘୋର ଉଦବେଗଜନକ

 Breaking News

ଆତଙ୍କବାଦ ସୃଷ୍ଟି ଓ ସହାୟତା ଘୋର ଉଦବେଗଜନକ

May 12
10:30 2025

ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟ
କଟକ, ୧୨/୫ : ଭାରତ ଓ ଅନ୍ୟ ରାଷ୍ଟ୍ର ମାନେ ଆତଙ୍କବାଦୀ ଙ୍କ ପ୍ରତି କୋମଳ ମନୋଭାବ ପରିହାର କରି ସେମାନଙ୍କୁ ଦୃଢ଼ ହସ୍ତରେ ଦମନ କରିବା ପାଇଁ ବିଶ୍ଵ ର ବିଭିନ୍ନ କୋଣରୁ ଦାବି ହୋଇଛି ।
ଆତଙ୍କ ବାଦ ସୃଷ୍ଟି ଓ ଏଥିପାଇଁ ସହାୟତା ଘୋର ଉଦବେଗଜନକ ବୋଲି ମେଜର ଜେନେରାଲ ଅତନୁ ପଟ୍ଟନାୟକ ଏକ ମିଳିତ ଆଭାଶୀ ଆଲୋଚନାରେ ପ୍ରକାଶ କରି ଏଥିପାଇଁ ମୋଦୀଙ୍କ ଦୃଢ଼ ପଦକ୍ଷେପ ସ୍ବାଗତ ଯୋଗ୍ୟ ବୋଲି କହିଥିଲେ ।
ଦିଲ୍ଲୀ ଉତ୍କଳ ଅସ୍ମିତା, ରାଷ୍ଟ୍ରୀୟ ହିନ୍ଦୁ ବୋର୍ଡ ଓ ଥିଙ୍କର୍ସ କ୍ଲବ ର ୧୧୯ ତମ ମିଳିତ ଆଭ।ଶୀ ଆଲୋଚନା ବରଦା ଦାସ ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି ।
ଆତଙ୍କ ବାଦ ର ଇତିହାସ, ବିଶ୍ଵ ର ବିଭିନ୍ନ ଘଟଣାବଳୀ କୁ ମେଜର ଜେନେରାଲ ଶ୍ରୀଯୁକ୍ତ ପଟ୍ଟନାୟକ ନିଜର ବହୁ ଅଭିଜ୍ଞତାରୁ ବର୍ଣ୍ଣନା କରିବା ପରେ ଏହାକୁ ସମସ୍ତେ ଘୋର ନିନ୍ଦା କରିଥିଲେ ।
ଏ ଦିଗରେ ଏକ ସ୍ମାରକ ପତ୍ର ପ୍ରଧାନ ମନ୍ତୀ ଓ କେତେକ ଧନୀକ ରାଷ୍ଟ୍ର ଓ ଜାତି ସଙ୍ଘ୍ କୁ ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି ।
ଦିଲ୍ଲୀ ଉତ୍କଳ ଅସ୍ମିତା ର ସଭାପତି ଡାକ୍ତର ଅନିତା ପଣ୍ଡା ସୂଚନା ପ୍ରଦାନ କରି ଥିଲେ । ଲଣ୍ଡନ ରୁ ସୁକାନ୍ତ ମହାନ୍ତି,ରାଇରଙ୍ଗପୁର ରୁ ବିନୋଦ ମହାନ୍ତି, ମୁମ୍ବାଇ ରୁ ଡ଼ ଦେବାଶିଷ ପଣ୍ଡା,କଲିକତାରୁ କୁମାରୀ ଯୋଗମାୟା,ପଣ୍ଡିଚେରୀ ରୁ ମଧୁସୂଦନ ମହାପାତ୍ର, ଆମେରିକାରୁ ଅକ୍ଷୟ ମହାନ୍ତି,ବାହାରିନ ରୁ ସୁବାସ ସାହୁ,ଭଦ୍ରଖ ରୁ ଡ଼ ନନ୍ଦ ନନ୍ଦନ ଦାସ,ଭୁବନେଶ୍ୱର ରୁ ନିମାଇଁ ସ୍ୱାଇଁ,ସମ୍ବଲପୁର ରୁ ସାମ୍ବାଦିକ ସୁବାସ ପାଣିଗ୍ରାହୀ, କଟକ ରୁ କ୍ୟାପଟେନ ସ୍ୱପନ ମିଶ୍ର ପ୍ରଫେସର ଉମାଶଙ୍କର ମିଶ୍ର ,ରାଉରକେଲା ରୁ କୁଶ ଚନ୍ଦ୍ର ସାହୁ,ବେଙ୍ଗାଳୁରୁ ରୁ ବିଭୁ ଦତ୍ତ ମହାନ୍ତି ଆଦି ବିଶିଷ୍ଟ ବ୍ୟକ୍ତି ମାନେ ଆଲୋଚନା ରେ ଯୋଗ ଦେଇ ୩୦ ଧାରା କୁ ପରିବର୍ତ୍ତନ କରିବା ଓ ୩୪୦୦୦ ରୁ ଅଧିକ ଇସଲାମ ମଦ୍ର।ସା ଶିକ୍ଷାନୁଷ୍ଠାନ ରେ ପାଠ୍ୟକ୍ରମ ଢାଞ୍ଚା ରେ ପରିବର୍ତ୍ତନ ପାଇଁ ମତ ପ୍ରକାଶ କରିଥିଲେ ।
ଡ ନିବେଦିତା ଗିରି ଆତଙ୍କବାଦ ର ମୂଳ ଉତ୍ପାଟନ ପାଇଁ ପ୍ରସ୍ତାବ ଦେଇ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଆସନ୍ତା ୧୮ ରବିବାର ଆଧୁନିକ ଓଡ଼ିଶାର ନବ ନିର୍ମାତା ଡ଼ ହରେକୃଷ୍ଣ ମହତାବଙ୍କ ଅବଦାନ ବିଷୟରେ ଆଲୋଚନାରେ ସମସ୍ତେ ଯୋଗଦେବାକୁ ବରଦା ଦାସ ନିବେଦନ ଜଣାଇଥିଲେ । ଆଗ୍ରହୀ ଲୋକେ ୟୁ ଟ୍ୟୁବ୍ ରେ ଏହି ଶିକ୍ଷଣୀୟ ଆଲୋଚନତିକୁ ଶୁଣି ପାରିବେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31