Indus Valley Times

ପାରାଦୀପ ବନ୍ଦର ଅଭିମୁଖେ ଆସୁଛି ତୈଳବାହୀ ଜାହାଜ, ୨୧ ଜଣ ପାକିସ୍ତାନୀ କ୍ରିଉ ମେମ୍ବର ଥିବା ସୂଚନା

 Breaking News

ପାରାଦୀପ ବନ୍ଦର ଅଭିମୁଖେ ଆସୁଛି ତୈଳବାହୀ ଜାହାଜ, ୨୧ ଜଣ ପାକିସ୍ତାନୀ କ୍ରିଉ ମେମ୍ବର ଥିବା ସୂଚନା

ପାରାଦୀପ ବନ୍ଦର ଅଭିମୁଖେ ଆସୁଛି ତୈଳବାହୀ ଜାହାଜ, ୨୧ ଜଣ ପାକିସ୍ତାନୀ କ୍ରିଉ ମେମ୍ବର ଥିବା ସୂଚନା
May 14
13:36 2025

ପାରାଦ୍ବୀପ, ୧୪/୫ : ପାରାଦ୍ବୀପ ବନ୍ଦରରେ ୨୧ ପାକିସ୍ତାନୀ ନାଗରିକ । ଦକ୍ଷିଣ କୋରିଆରୁ ୧୩୫ ଟନ୍ ଅଶୋଧିତ ତୈଳ ନେଇ ପାରାଦ୍ବୀପକୁ ଆସିବାକୁ ଥିବା ଜାହାଜରେ ଏହି ପାକିସ୍ତାନୀ ନାଗରିକ ମାନେ ରହିଥିବା ସୂଚନା ରହିଛି ।
ପାରାଦୀପ ଉପକୂଳ ଠାରୁ ୨୦ କିମି ଦୂରରେ ଥିବା ସିଙ୍ଗଲ ପଏଣ୍ଟ ମୋରିଂ ସିଷ୍ଟମରେ ଲାଗିବ ଏହି ଜାହାଜ । ପାରାଦ୍ବୀପ ଏସ୍.ପି.ଏମ୍ ବର୍ଥ ରେ ଲାଗିବ ଏମ୍.ଭି. ତୈଳବାହୀ ଜାହାଜ \’ଏକତଟି ସିରେନ୍ -୨-\’ । ତେବେ ଜାହାଜରୁ ତୈଳ କଢାଯିବା ପର୍ଯ୍ୟନ୍ତ ବନ୍ଦର ପ୍ରଶାସନ , ଇମିଗ୍ରେସନ, କୋଷ୍ଟଗାର୍ଡ ଓ ମେରାଇନ ପୋଲିସ ତରଫରୁ ସତର୍କତା ଅବଲମ୍ବନ କରାଯିବ । ପାକିସ୍ତାନୀ ନାଗରିକଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯିବ । ଜାହାଜ ଲାଗିବା ନେଇ ପାରାଦୀପ ବନ୍ଦର ଡିଟିଆର୍ (ଡେଲି ଟ୍ରାଫିକ ରିପୋର୍ଟ )\’ ରୁ ସୂଚନା ରହିଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031