Indus Valley Times

ରାସ୍ତା ବିଲ୍ ପାଇଁ ଲାଞ୍ଚ ନେଇ ଧରା ପଡ଼ିଲେ କନିଷ୍ଠ ଯନ୍ତ୍ରୀ

 Breaking News

ରାସ୍ତା ବିଲ୍ ପାଇଁ ଲାଞ୍ଚ ନେଇ ଧରା ପଡ଼ିଲେ କନିଷ୍ଠ ଯନ୍ତ୍ରୀ

ରାସ୍ତା ବିଲ୍ ପାଇଁ ଲାଞ୍ଚ ନେଇ ଧରା ପଡ଼ିଲେ କନିଷ୍ଠ ଯନ୍ତ୍ରୀ
May 17
19:31 2025

ଭଦ୍ରକ, ୧୭/୫: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ଦାସ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏକ ବିଲ୍ ପାସ କରିଦେବାକୁ କଣ୍ଟ୍ରାକ୍ଟରଙ୍କଠାରୁ ୧୦ ହଜାର ଟଙ୍କା ନେବାବେଳେ ଭିଜିଲାନ୍ସ ଧରିଛି । ତାଙ୍କ ନିକଟରୁ ସମସ୍ତ ଟଙ୍କା ଜବତ କରାଯାଇଛି ।
ଏକ ରାସ୍ତା କାମ ପାଇଁ କଣ୍ଟ୍ରାକ୍ଟର୍ ଜଣକ ବିଲ୍ ପାସ୍ କରି ଦେବାକୁ ଜେଇ ଅଶୋକ ଦାସଙ୍କୁ କହିଥିଲେ । ମାତ୍ର ବିଲ୍ ପାସ କରିବାକୁ ମନା କରି ଦେଇଥିଲେ । ବଦଳରେ ସେ ୧୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ କଣ୍ଟ୍ରାକ୍ଟର୍ ଜଣକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ ।
ଭିଜିଲାନ୍ସ ସମ୍ପୃକ୍ତ ଜେଇଙ୍କ ଧରିବାକୁ ଯୋଜନା ପ୍ରସ୍ତୁତ କରିଥିଲା । ପୂର୍ବ ଯୋଜନା ମୁତାବକ କଣ୍ଟ୍ରାକ୍ଟର ଜେଇଙ୍କୁ ଟଙ୍କା ଦେଉଥିବାବେଳେ ଭିଜିଲାନ୍ସ ମାଡ଼ି ବସିଥିଲା ।
ସେ ନେଇଥିବା ଲାଞ୍ଚ ଟଙ୍କା ଜବତ କରାଯିବା ପରେ ତାଙ୍କ ହାତ ଏବଂ ପ୍ୟାଣ୍ଟ ପକେଟକୁ ପାଣିରେ ଧୋଇବା ପରେ ରାସାୟନିତ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ପରବର୍ତ୍ତୀ ସମୟରେ ଜେଇ ସତ ମାନିଥିଲେ । ଭିଜିଲାନ୍ସ ତାଙ୍କୁ ଗିରଫ କରି ବନ୍ତ ଛକରେ ଥିବା ଭଡ଼ା ଘର ଏବଂ ସାନବାର୍ଚ୍ଛି ଗ୍ରାମରେ ଥିବା ପୈତୃକ ଘରେ ଚଢ଼ଉ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031