Indus Valley Times

୧୩ ଦିନରେ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ମା’ ମହାମାୟୀ ନିଜ ୫ଭଉଣୀଙ୍କୁ ନେଇ ନିଜ ସାହି ବୁଲିଲେ

 Breaking News

୧୩ ଦିନରେ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ମା’ ମହାମାୟୀ ନିଜ ୫ଭଉଣୀଙ୍କୁ ନେଇ ନିଜ ସାହି ବୁଲିଲେ

୧୩ ଦିନରେ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ମା’ ମହାମାୟୀ ନିଜ ୫ଭଉଣୀଙ୍କୁ ନେଇ ନିଜ ସାହି ବୁଲିଲେ
May 18
20:49 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୮/୫ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଦିନକୁ ଦିନ ଭକ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ଅସ୍ଥାୟୀ ପୀଠ ରେ ମା ‘ପାଟଖଣ୍ଡା ଙ୍କ ସମେତ ମା’ କନକ ଦୁର୍ଗା, ମା’ ଡେଙ୍ଗସିଲ, ମା’ ବରାଳଦେବୀ, ମା’ ମହାମାୟୀ ଓ ମା’ ଦକ୍ଷିଣ କାଳୀ ବିରାଜ ମାନ ଅଛନ୍ତି ।
ପ୍ରତିଦିନ ସକାଳ ଓ ସନ୍ଧ୍ୟା କାଳୀନ ଆଳତୀ ସମୟରେ ଶହ ଶହ ଭକ୍ତଙ୍କ ସମାଗମ ହେଉଛି ।
ରବିବାର ୧୩ ଦିନରେ ମା’ ମହାମାୟୀ ଙ୍କ ମନ୍ଦିର ସାହି ଭଗମୁଣ୍ଡା ସାହିକୁ ନିଜ ୫ ଭଉଣୀ ଙ୍କୁ ନେଇ ସାହି ପରିଭ୍ରମଣ କରି ଆସିଥିଲେ ।
ଏହି ଅବସରରେ ସନ୍ଧ୍ୟା ଆଳତୀ ପରେ ପରେ ଏକ ବିରାଟ ପଟୁଆର ରେ ଅସ୍ଥାୟୀ ପୀଠ ଠାରୁ ବାହାରି ଗାନ୍ଧୀ ଛକ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ, ଉପଜିଲ୍ଲାପାଳ ଙ୍କ ବାସ ଭବନ, କଲ୍ୟାଣ ମଣ୍ଡପ ଛକ, ଇଲେକ୍ଟ୍ରି ସାହି ଛକ, ମା ମହାମାୟୀ ମନ୍ଦିର ଦେଇ ଭଗମୁଣ୍ଡା ସାହି ସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ପହଞ୍ଚି ଥିଲେ ।
ଉକ୍ତ ପୂଜା ମଣ୍ଡପ ରେ ପହଞ୍ଚିବା ପରେ ସାହି ର ସମସ୍ତ ଭକ୍ତ ବିଶେଷ କରି ମହିଳା ଭକ୍ତ ମାନେ ଉପସ୍ଥିତ ରହି ମା’ ଙ୍କ ଶୁଭାଶ୍ରିବାଦ ଭିକ୍ଷା କରିଥିଲେ । ଶେଷରେ ଅନ୍ନ ପ୍ରସାଦ ବଣ୍ଟନ ର ବ୍ୟବସ୍ଥା କରାଯାଇଥିଲା ।
ଏକ ମାସ ଧରି ଚାଲିବାକୁ ଥିବା ଏହି ଯାତ୍ରା ଟାଉନର ଭିନ୍ନ ଭିନ୍ନ ସାହିରେ ପର୍ଦାର୍ପଣ କରିବେ । ସୋମବାର ଦିନ ନୂଆସାହି ସ୍ଥିତ ବୁଡ଼ାଗୁଡା ରାସ୍ତାରେ ସାହି ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି ।
ଆଗାମୀ ଦିନରେ ହେବାକୁ ଥିବା ପ୍ରତ୍ୟେକ ସାହିରେ ଆକର୍ଷଣୀୟ ମେଢ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଆକର୍ଷଣୀୟ ପୂଜା ମଣ୍ଡପ ସାଙ୍ଗକୁ ଅସ୍ଥାୟୀ ମଣ୍ଡପ ତୋରଣର ନିର୍ମାଣ କାର‌୍ୟ୍ୟ ଭକ୍ତଙ୍କୁ ବେଶ ଖୋରାକ ଯୋଗାଉଛି ।
ଠାକୁରାଣୀ ଯାତ୍ରା ଉପଲକ୍ଷେ ସ୍ଥାନୀୟ ସି.ଟି.କଲେଜ ରୋଡ଼ ରେ ଥିବା ନୀଳଗିରି ଫାର୍ମ ନିକଟ ଯାତ୍ରା ପଡିଆ ରେ ମୀନାବଜାର, ଖାଦ୍ୟ ପସରା ଭଳି ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ମନ ମୋହିବା ସୁନିଶ୍ଚିତ ଥିବା ବେଳେ ମା\’ଙ୍କ କୃପା ଭିକ୍ଷା ପାଇଁ ଶ୍ରଦ୍ଧାଳୁ ଉତ୍କଣ୍ଠାର ସହ ଅସ୍ଥାୟୀ ମଣ୍ଡପ କୁ ଆସି ଦର୍ଶନ କରୁଥିବା ଦେଖିବାକୁ ମିଳୁଛି ।
ଏହି ଯାତ୍ରା ମଇ ୬ ତାରିଖରୁ ଆରମ୍ଭ ହୋଇ ରବିବାର ୧୩ ଦିନରେ ପହଞ୍ଚି ଥିବା ବେଳେ ରବିବାର ନଗର ଭ୍ରମଣ କାର୍ଯ୍ୟକ୍ରମ ନବମ ଦିନରେ ପହଞ୍ଚିଛି । ଏହା ଜୁନ ୫ ତାରିଖରେ ଶେଷ ହେବ ।
ଏକ ମାସ ବ୍ୟାପୀ ମା’ ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ। ଏ ନେଇ ସମଗ୍ର ବାଲିଗୁଡା ସହର ଉତ୍ସବମୁଖର ହୋଇଉଠିଛି।
ଗଦ୍ରିଙ୍ଗିଆ ଘାଟିରେ ୨୪ ଘଣ୍ଟା ନ ହେଉଣୁ ପୁଣି ଏକ କାଠ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ
ବାଲିଗୁଡା, ୧୮/୫: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ୫୯ ନଂ ଜାତୀୟ ରାଜପଥର ଗଦ୍ରିଙ୍ଗିଆ ଘାଟିରେ ୨୪ ଘଣ୍ଟା ନ ହେଉଣୁ ପୁଣି ଏକ କାଠ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକର ଚାଳକ ବାଲିଗୁଡ଼ା ମେଡିକାଲ ଚିକିତ୍ସିତ ହୋଇଥିବା ସୂଚନା ମିଳିଛି ।
ସୂଚନା ଯୋଗ୍ୟ ଯେ ଭବାନୀପାଟଣା ଠାରୁ ଖୋର୍ଦ୍ଧା ଜିଲ୍ଲାକୁ ଉକ୍ତ ଟ୍ରକ କାଠ ସାମଗ୍ରି ନେଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।
ବାରମ୍ବାର ଗଦ୍ରିଙ୍ଗିଆ ଘାଟିରେ ଦୁର୍ଘଟଣା ଘଟୁଥ‌ିବା ସହ ଯାତ୍ରୀ କ୍ଷତିଗ୍ରସ୍ତ ହୋଇ ହନ୍ତସନ୍ତ ହେଉଥିବା ସୂଚନା ମିଳିଛି । ସ୍ଥାନୀୟ ପ୍ରଶାସନ ଓ ଜାତୀୟ ରାଜପଥ ର ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ସୂଚନା ଯୋଗ୍ୟ ଯେ, ଏହି ସ୍ଥାନରେ ହିଁ ରବିବାର ଏକ ଥଣ୍ଡା ପାନୀୟ ଜଳ ଟ୍ରକ ଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା କ୍ଷ ଗଦ୍ରିଙ୍ଗିଆ ଘାଟି ନିକଟରେ ଏକ ବୁଲାଣି ରହିଅଛି ସେହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ହେଉଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପ୍ରକାରେ ବିହିତ ପଦକ୍ଷେପ ନେଉ ନ ଥିବାରୁ ଅସନ୍ତୋଷ ଦେଖିବାକୁ ମିଳୁଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031