Indus Valley Times

ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ରାଜ୍ୟପାଳ

 Breaking News

ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ରାଜ୍ୟପାଳ

ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ରାଜ୍ୟପାଳ
May 23
10:40 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୨୩/୫: ଓଡିଶାର ରାଜ୍ୟପାଳ ଡ଼ଃ ହରି ବାବୁ କାମଭାମପତି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।
ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡିକର ସମୀକ୍ଷା କରିଛନ୍ତି ।
ଜିଲ୍ଲାରେ ଯୋଜନା ଗୁଡ଼ିକର କାର୍ଯ୍ୟାନ୍ୱୟନର ଅଗ୍ରଗତି ସମୀକ୍ଷା କରି ରାଜ୍ୟପାଳ ଯୋଜନା ଗୁଡ଼ିକ ବିଷୟରେ ଏବଂ ସେମାନେ କିପରି ଏହାର ଲାଭ ପାଇପାରିବେ ସେ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ବୈଠକ ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ରାଜ୍ୟପାଳ କହିଥିଲେ ଯେ ଜିଲ୍ଲାରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାର କାର୍ଯ୍ୟାନ୍ୱୟନ ସନ୍ତୋଷଜନକ ଏବଂ ବିଭିନ୍ନ ପଦକ୍ଷେପ ଏବଂ ବିକାଶ ପ୍ରୟାସରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ଅବଦାନକୁ ସ୍ୱୀକାର କରି ପ୍ରଶଂସା କରିଛନ୍ତି।
ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂହ, ଖୋର୍ଦ୍ଧା ବିଧାୟକ,ପ୍ରଶାନ୍ତ କୁମାର ଜଗଦ୍ଦେବ, ଜ଼ିଲ୍ଲାପାଳ ଚଞ୍ଚଳା ରାଣା, ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ, ସାଗରୀକା ନାଥ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଏବଂ କାର୍ଯ୍ୟର୍ବାହୀ ଅଧିକାରୀ, ଜ୍ୟୋତି ଶଙ୍କର ସାହୁଙ୍କ ସମେତ ବରିଷ୍ଠ ଜ଼ିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ରାଜ୍ୟପାଳ ଜିଲ୍ଲାର ଉନ୍ନତି ଏବଂ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ନାଗରିକ, ବୁଦ୍ଧିଜୀବୀ, ବିଭିନ୍ନ ସମ୍ପ୍ରଦାୟର ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ। ପରେ ଖୋର୍ଦ୍ଧା ପୌରପାଳିକା ଅନ୍ତର୍ଗତ ୱାର୍ଡ ନମ୍ବର-୪ ର ପି.ଏମ.ଏ.ୱାଇ. (ସହରାଞ୍ଚଳ) ହିତାଧିକାରୀଙ୍କ ଘର ଏବଂ ଖୋର୍ଦ୍ଧା ପଞ୍ଚାୟତ ସମିତି ଅନ୍ତର୍ଗତ କୁମ୍ଭିଲୋ ଗ୍ରାମର ପି.ଏମ.ଏ.ୱାଇ. (ଗ୍ରାମୀଣ) ହିତାଧିକାରୀଙ୍କ ଘରକୁ ଯାଇ ବୁଲି ଦେଖିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31