Indus Valley Times

ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ଭଉଣୀ ମାନଙ୍କୁ ନେଇ ମା’କନକଦୂର୍ଗା ନିଜ ସାହିରେ ଭ୍ରମଣ କରାଇଲେ , ବକାସୁର ବଧ ଦେଖିବାକୁ ପ୍ରବଳ ଭିଡ଼

 Breaking News

ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ଭଉଣୀ ମାନଙ୍କୁ ନେଇ ମା’କନକଦୂର୍ଗା ନିଜ ସାହିରେ ଭ୍ରମଣ କରାଇଲେ , ବକାସୁର ବଧ ଦେଖିବାକୁ ପ୍ରବଳ ଭିଡ଼

ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ଭଉଣୀ ମାନଙ୍କୁ ନେଇ ମା’କନକଦୂର୍ଗା ନିଜ ସାହିରେ ଭ୍ରମଣ କରାଇଲେ , ବକାସୁର ବଧ ଦେଖିବାକୁ ପ୍ରବଳ ଭିଡ଼
May 27
23:08 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

ବାଲିଗୁଡା, ୨୭/୫: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ମଙ୍ଗଳବାର ୨୨ ଦିନରେ ପହଞ୍ଚି ଥିବା ବେଳେ ନଗର ପରିଭ୍ରମଣ ୧୬ ଦିନରେ ପହଞ୍ଚିଛି ।
ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ ତମାମ ପୂଜକ ମାନଙ୍କ ଦ୍ୱାରା ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ଚାଲିଥିବା ବେଳେ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଦିନକୁ ଦିନ ଭକ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ଅସ୍ଥାୟୀ

ପୀଠ ରେ ମା ‘ପାଟଖଣ୍ଡା ଙ୍କ ସମେତ ମା’ କନକ ଦୁର୍ଗା, ମା’ ଡେଙ୍ଗସିଲ, ମା’ ବରାଳଦେବୀ, ମା ମହାମାୟୀ ଓ ମା’ ଦକ୍ଷିଣ କାଳୀ ବିରାଜ ମାନ ଅଛନ୍ତି ।
ବିଶେଷ କରି ପ୍ରତିଦିନ ସକାଳ ଓ ସନ୍ଧ୍ୟା କାଳୀନ ଆଳତୀ ସମୟରେ ଶହ ଶହ ଭକ୍ତଙ୍କ ସମାଗମ ହେଉଛି ।
ପଞ୍ଚ ଦେବୀ ସହ ମା’ଦକ୍ଷିଣ କାଳୀ ଙ୍କୁ ଦର୍ଶନ କରିବାକୁ ଅଞ୍ଚଳର ପ୍ରତ୍ୟେକ ପରିବାର ର ଦୂର ଦୁରାନ୍ତରେ ଥିବା ବନ୍ଧୁ ବାନ୍ଧବ ଙ୍କ ସୁଅ ଛୁଟିବାରେ ଲାଗିଲାଣି, ଏଣୁ ସପରିବାରେ ଆସି ମା ‘ଙ୍କ ଯାତ୍ରା ସହ ମୀନାବଜାର, ଖାଦ୍ୟ ପସରା ଭଳି ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ମନ ମୋହିବା ସୁନିଶ୍ଚିତ ଥିବା ବେଳେ ମାଙ୍କ କୃପା ଭିକ୍ଷା ପାଇଁ ଶ୍ରଦ୍ଧାଳୁ ଉତ୍କଣ୍ଠାର ସହ ଅସ୍ଥାୟୀ ମଣ୍ଡପ କୁ ଆସି ଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ମଙ୍ଗଳବାର ୨୨ ଦିନରେ ନୂଆସାହି ପୂଜା କମିଟି ଅଞ୍ଚଳ କୁ ପରିଭ୍ରମଣ କରି ଆସିଥିଲେ ।
ଏହି ଅବସରରେ ସନ୍ଧ୍ୟା ଆଳତୀ ପରେ ପରେ ଏକ ବିରାଟ ପଟୁଆରରେ ଆଦିବାସୀ ଡାକୁଲ ନୃତ୍ୟ, ଅଷ୍ଟ କାଳୀ, ଅଘୋରୀ ବାବା ଙ୍କ ନୃତ୍ୟ, ରାମ ଲକ୍ଷ୍ମଣ ସୀତା, ପରଭା ନୃତ୍ୟ, ଦୁଲଦୁଲି, ଛାପା ନୃତ୍ୟ, ସଂକୀର୍ତନ ମଣ୍ଡଳୀ, ବକାସୁର ବଧ ସହ ବିଭିନ୍ନ ବାଜା ବାଜଣା, ନୃତ୍ୟ ଗୀତରେ ଅସ୍ଥାୟୀ ପୀଠ ଠାରୁ ବାହାରି ଗାନ୍ଧୀ ଛକ, ପୂର୍ତ୍ତ ବିଭାଗ କାର‌୍ୟ୍ୟାଳୟ, ରେଭିନ୍ୟୁ ବଙ୍ଗଳା, ଜଗନ୍ନାଥ ମନ୍ଦିର, ତ୍ରିବେଦୀ ପାର୍କ ଛକ, ବଜାର ଛକ, ପାଟଖଣ୍ଡା ମନ୍ଦିର ଓ ମାର୍କେଟ, ହାଟପଦା ମାର୍କେଟ, ପାଟଖଣ୍ଡା ସାହି ଛକ, ବସଷ୍ଟାଣ୍ଡର ସମ୍ମୁଖ, ବୁଡ଼ାଗୁଡା ରାସ୍ତା ଛକ, କଳ୍ପନା ଛକ ଦେଇ ନୁଆସାହିରେ ପ୍ରବେଶ କରି ଅସ୍ଥାୟୀ ପୂଜା ମଣ୍ଡପକୁ ମା’ ମାନଙ୍କୁ ପାଛୋଟି ନେଇଥିଲେ ।
ଉକ୍ତ ପୂଜା ମଣ୍ଡପ ରେ ପହଞ୍ଚିବା ପରେ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ପରେ ସାହି ର ସମସ୍ତ ଭକ୍ତ ବିଶେଷ କରି ମହିଳା ଭକ୍ତ ମାନେ ଉପସ୍ଥିତ ରହି ମା’ ଙ୍କ ଶୁଭାଶ୍ରିବାଦ ଭିକ୍ଷା କରିଥିଲେ ।
ଶେଷରେ ଅନ୍ନ ପ୍ରସାଦ ବଣ୍ଟନ ର ବ୍ୟବସ୍ଥା କରାଯାଇଥିଲା । ବୁଧବାର ଦିନ ମା’ପାଟଖଣ୍ଡା ଙ୍କ ନିଜସ୍ୱ ସାହି ପାଟଖଣ୍ଡା ସାହିକୁ କୁ ନିଜ ଭଉଣୀ ମାନଙ୍କୁ ନେଇ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଗୁରୁବାର ମା’ ଙ୍କ ବିଶ୍ରାମ ଦିବସ ରହିଛି ।
ଆଗାମୀ ଦିନରେ ହେବାକୁ ଥିବା ପ୍ରତ୍ୟେକ ସାହିରେ ଆକର୍ଷଣୀୟ ମେଢ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଆକର୍ଷଣୀୟ ପୂଜା ମଣ୍ଡପ ସାଙ୍ଗକୁ ଅସ୍ଥାୟୀ ମଣ୍ଡପ ତୋରଣର ନିର୍ମାଣ କାର‌୍ୟ୍ୟ ଭକ୍ତଙ୍କୁ ବେଶ ଖୋରାକ ଯୋଗାଉଛି ।
ଏଥିରେ ଯାତ୍ରା କମିଟି ସହ ନୁଆସାହି ପୂଜା କମିଟି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।
ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ବିଶ୍ରାମ ଦିବସରେ ମା ‘ ଙ୍କ ନିକଟରେ ମହିଳା ମାନେ ପାଳିଲେ ସାବିତ୍ରୀ ବ୍ରତ
ବାଲିଗୁଡା, ୨୭/୫: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ସୋମବାର ୨୧ ଦିନରେ ପହଞ୍ଚି ଥିବା ବେଳେ ସାବିତ୍ରୀ ଅମାବାସ୍ୟା ଯୋଗୁଁ ମା ‘ମାନେ ଅସ୍ଥାୟୀ ମଣ୍ଡପ ରେ ବିଶ୍ରାମ ନେଉଛନ୍ତି ।
ଅସ୍ଥାୟୀ ପୀଠ ରେ ମା ‘ପାଟଖଣ୍ଡା ଙ୍କ ସମେତ ମା’ କନକ ଦୁର୍ଗା, ମା’ ଡେଙ୍ଗସିଲ, ମା’ ବରାଳଦେବୀ, ମା’ ମହାମାୟୀ ଓ ମା’ ଦକ୍ଷିଣ କାଳୀ ବିରାଜ ମାନ ଅଛନ୍ତି କ୍ଷ ବିଶେଷ କରି ଆଜି ମା’ ଙ୍କ ବିଶ୍ରାମ ଥିବାରୁ କାଳ ଓ ସନ୍ଧ୍ୟା କାଳୀନ ଆଳତୀ ସମୟରେ ଏବଂ ଦିନ ତମାମ ଶହ ଶହ ଭକ୍ତଙ୍କ ସମାଗମ ହୋଇଥିଲା ।
ସାବିତ୍ରୀ ଅମାବାସ୍ୟା ଅବସରରେ ଅଞ୍ଚଳର ଶତାଧିକ ମହିଳା ମାନେ ପ୍ରତ୍ୟୁଷ ରୁ ସ୍ନାନ ଆଦି କାର୍ଯ୍ୟ ସାରି ନୂଆ, ଶାଢୀ ସହ ବିଭିନ୍ନ ସୁହାଗ ଜିନିଷ ପରିଧାନ କରି ବିିଭିନ୍ନ ପ୍ରକାର ଭୋଗ, ଫୁଲ ଆଦି ପୂଜାଚ୍ଚର୍ନା ସହ ଜିନିଷ ନେଇ ଅସ୍ଥାୟୀ ମଣ୍ଡପ ରେ ମା ‘ମାନଙ୍କ ପୂଜା ଵିଧି ଶେଷ ପରେ ଏକତ୍ରିତ ଭାବେ ବ୍ରତ ପାଳନ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ପୁରୋହିତ ଭାବେ ସଞ୍ଜୟ କୁମାର ଦାସ ଦାୟିତ୍ୱ ତୁଲାଉଥିବା ବେଳେ ମୁଖ୍ୟ ପ୍ରଚାରକ ଭାବେ ନୀଳକଣ୍ଠ ମିଶ୍ର, ମୁଖ୍ୟ ସେବାକାରୀ ଭାବେ ସନ୍ତୋଷ କୁମାର ଦାସ ଏବଂ ମୁଖ୍ୟ ସେବକ ଭାବେ ପ୍ରକାଶ ଚନ୍ଦ୍ର ପାଢ଼ୀ ଓ ଶ୍ରୀକାନ୍ତ କୁମାର ପଣ୍ଡା ଉପସ୍ଥିତ ରହି ବ୍ରତ କାର୍ଯ୍ୟ ସୁଚାରୁ ରୂପେ ପରିଚାଳନା କରିଥିଲେ ।
ମଙ୍ଗଳବାର ଦିନ ମା’ କନକ ଦୁର୍ଗା ଙ୍କ ନିଜସ୍ୱ ସାହି ନୂଆସାହି କୁ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ଥିବା ବେଳେ ବୁଧବାର ଦିନ ମା’ପାଟଖଣ୍ଡା ନିଜସ୍ୱ ସାହି ପାଟଖଣ୍ଡା ସାହି କୁ ଆସୁଥିବା ଜଣାପଡିଛି ।
ଆଗାମୀ ଦିନରେ ହେବାକୁ ଥିବା ପ୍ରତ୍ୟେକ ସାହିରେ ଆକର୍ଷଣୀୟ ମେଢ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଆକର୍ଷଣୀୟ ପୂଜା ମଣ୍ଡପ ସାଙ୍ଗକୁ ଅସ୍ଥାୟୀ ମଣ୍ଡପ ତୋରଣର ନିର୍ମାଣ କାର୍ଯ୍ୟ ଭକ୍ତଙ୍କୁ ବେଶ ଖୋରାକ ଯୋଗାଉଛି । ଏଥିରେ ଯାତ୍ରା କମିଟି ସହ ସମିତି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।
ବାଲିଗୁଡା ରେ ପବିତ୍ର ସାବିତ୍ରୀ ଅମାବାସ୍ୟା ପାଳିତ
ବାଲିଗୁଡା, ୨୭/୫: କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଗାଁ ଠାରୁ ଆରମ୍ଭ କରି ସହରରେ ନିଷ୍ଠାର ସହ ପବିତ୍ର ସାବିତ୍ରୀ ଅମାବାସ୍ୟା ପାଳିତ ହୋଇଯାଇଛି କ୍ଷ ଏହି ଅବସରରେ ମହିଳାମାନେ ପ୍ରତ୍ୟୁଷ ରୁ ସ୍ନାନ ଆଦି କାର‌୍ୟ୍ୟ ସାରି ନୂଆ, ଶାଢୀ ସହ ବିଭିନ୍ନ ସୁହାଗ ଜିନିଷ ପରିଧାନ କରି ବିିଭିନ୍ନ ପ୍ରକାର ଭୋଗ,ଫୁଲ ଆଦି ପୂଜାଚ୍ଚର୍ନା ସହ ଜିନିଷ ନେଇ ବିଭିନ୍ନ ଦେବାଳୟରେ ପୂଜାର୍ଚ୍ଚନା କରିଥିବା ବେଳେ କିଛି ମହିଳା ଘରେ ମଧ୍ୟ ବ୍ରତ ପାଳନ କରିଥିଲେ ।
ଘରକୁ ପୁରୋହିତ ଆସି ବ୍ରତ କଥା ପଢିବା ସହ ପୂଜାର୍ଚ୍ଚନା କରିଥିଲେ ।
ଏହି ଦିନ ପ୍ରତ୍ୟେକ ହିନ୍ଦୁ ସଧବା ନାରୀ ନିଜ ସ୍ୱାମୀଙ୍କର ସୁନ୍ଦର ସ୍ୱାସ୍ଥ୍ୟ ଓ ନିରାମୟ ଦୀର୍ଘ ଜୀବନ ଲାଗି ଉପବାସ କରି ସ୍ୱାମୀଙ୍କ ଶୁଭ ମନାସି ଫଳ ଆହାର କରନ୍ତି ।
ଏ ନେଇ ବାଲିଗୁଡାରେ ଶ୍ରୀଜଗନ୍ନାଥ ମନ୍ଦିର ସହ ବିରୁପାକ୍ଷ ମନ୍ଦିର, ରାମେଶ୍ୱର ମନ୍ଦିର, ଧବଳେଶ୍ୱର ମନ୍ଦିର, ଖଡଗେଶ୍ୱର ମନ୍ଦିର, ଶିବ ମନ୍ଦିର ଭଳି ବିଭିନ୍ନ ଦେବାଳୟ ପରିସରରେ ମହିଳାମାନେ ସାମୁହିକ ସାବିତ୍ରୀ ବ୍ରତ ପାଳନ କରିବା ସହ ପୂଜାର୍ଚ୍ଚନା କରିଥିଲେ ।
ସଧବା ନାରୀ ମାନେ ସ୍ୱାମୀଙ୍କ ମଙ୍ଗଳ ମନାସି ଏହି ବ୍ରତ କରୁଥିବା ବେଳେ ସାବିତ୍ରୀ ବ୍ରତ ପୂଜା ସରିଯିବା ପରେ ସମବେତ ବ୍ରତୀ ଓ ଜନସାଧାରଣଙ୍କୁ ସାମୁହିକ ପ୍ରସାଦ ବଣ୍ଟନ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031