Indus Valley Times

କୋମଣ୍ଡ ମାଙ୍କଡ଼ା ଖଣି ଅଡିଓ ଭାଇରାଲ ପ୍ରସଙ୍ଗ;ତଦନ୍ତ ଦାବି କଲେ ସାମ୍ବାଦିକ ଭବନ ସଦସ୍ୟ

 Breaking News

କୋମଣ୍ଡ ମାଙ୍କଡ଼ା ଖଣି ଅଡିଓ ଭାଇରାଲ ପ୍ରସଙ୍ଗ;ତଦନ୍ତ ଦାବି କଲେ ସାମ୍ବାଦିକ ଭବନ ସଦସ୍ୟ

କୋମଣ୍ଡ ମାଙ୍କଡ଼ା ଖଣି ଅଡିଓ ଭାଇରାଲ ପ୍ରସଙ୍ଗ;ତଦନ୍ତ ଦାବି କଲେ ସାମ୍ବାଦିକ ଭବନ ସଦସ୍ୟ
May 28
19:04 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୮ା୫ : ଓଡ଼ଗାଁ ବ୍ଲକ କୋମଣ୍ଡ ବେଆଇନ ମାଙ୍କଡ଼ା ଖଣି କାରବାରକୁ ନେଇ ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ସାମ୍ବାଦିକଙ୍କୁ ଦିଆଯାଉଥିବା କୁହାଯାଇଥିଲା । ଏହା ସହିତ ସାମ୍ବାଦିକଙ୍କ ନାଁରେ ଅଶ୍ଳିଳ ଭାଷା ବ୍ୟବହାର କରାଯାଇଛି ।
ଯାହାକୁ ଆଜି ସାମ୍ବାଦିକ ଭବନ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି । ଏଭଳି ଅପ୍ରାସଙ୍ଗିକ ପ୍ରସଙ୍ଗରେ ସାମ୍ବାଦିକଙ୍କ ନାଁ ଯୋଡ଼ି ସେମାନଙ୍କୁ ବଦନାମ କରାଯାଉଥିବା ସଦସ୍ୟମାନେ ମତ ଦେଇଛନ୍ତି । ଅଡିଓ ଭାଇରାଲ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରିବାକୁ ଦାବି ହୋଇଛି ।
ନୟାଗଡ଼ ସାମ୍ବାଦିକ ଭବନ ସଭାପତି ବୈଦ୍ୟ ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆର୍ଥିକ ଦେଣନେଣ ଓ ଅଡିଓର ସତ୍ୟାସତ୍ୟ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ତଦନ୍ତ କରି ଉନ୍ମୋଚନ କରୁ ବୋଲି ମତ ପ୍ରକାଶ ପାଇଛି ।
ଏନେଇ ଆଜି ସାମ୍ବାଦିକ ଭବନ ସଦସ୍ୟମାନେ ନୟାଗଡ଼ ଆରକ୍ଷୀ ଅଧିକ୍ଷକଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ପଣ୍ଡାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ତତସହିତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ କ୍ଷୀରୋଦ ପଟ୍ଟନାୟକ, ନିହାର ରଞ୍ଜନ ପଟ୍ଟନାୟକ, ଶ୍ରୀକାନ୍ତ ଖଟେଇ, ଗୈାରୀ ଶଙ୍କର ଦାଶ, ବିଭୂତି ଭୂଷଣ ସ୍ୱାଇଁ, ଅମିତ ପଟ୍ଟନାୟକ, ବିଶ୍ୱଜିତ ନାୟକ, ଭାସ୍କର ଚନ୍ଦ୍ର ସ୍ୱାଇଁ, ନବକିଶୋର ମିଶ୍ର, ବିଭୂତି ଭୂଷଣ ମାହାପାତ୍ର, ପ୍ରଦୀପ କୁମାର ପାତ୍ର, ପ୍ରଶାନ୍ତ କୁମାର ଜେନା, ଦେବବ୍ରତ ନାୟକ, ରବୀନ୍ଦ୍ର କୁମାର ଦାଶ, ରାଜ କୁମାର ସାହୁ, ସ୍ୱରୁପ ପଟ୍ଟନାୟକ ପ୍ରମୂଖ ସାମିଲ ହୋଇଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031