Indus Valley Times

ଆଶୀର୍ବାଦ,ପୃଷ୍ଠପୋଷକତା ସହାୟତା ରାଶି ଓ ଶିଶୁ ଯତ୍ନ ଅନୁଷ୍ଠାନ ପକ୍ଷରୁ ଦଶମ ଓ ଦ୍ଵାଦଶ ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଓ ଛାତ୍ରୀ ଙ୍କ ପାଇଁ ବୈଷୟିକ ପାଠ୍ୟକ୍ରମର ପରାମର୍ଶ ଶିବିର ଅନୁଷ୍ଠିତ

 Breaking News

ଆଶୀର୍ବାଦ,ପୃଷ୍ଠପୋଷକତା ସହାୟତା ରାଶି ଓ ଶିଶୁ ଯତ୍ନ ଅନୁଷ୍ଠାନ ପକ୍ଷରୁ ଦଶମ ଓ ଦ୍ଵାଦଶ ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଓ ଛାତ୍ରୀ ଙ୍କ ପାଇଁ ବୈଷୟିକ ପାଠ୍ୟକ୍ରମର ପରାମର୍ଶ ଶିବିର ଅନୁଷ୍ଠିତ

ଆଶୀର୍ବାଦ,ପୃଷ୍ଠପୋଷକତା ସହାୟତା ରାଶି ଓ ଶିଶୁ ଯତ୍ନ ଅନୁଷ୍ଠାନ ପକ୍ଷରୁ ଦଶମ ଓ ଦ୍ଵାଦଶ ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଓ ଛାତ୍ରୀ ଙ୍କ ପାଇଁ ବୈଷୟିକ ପାଠ୍ୟକ୍ରମର ପରାମର୍ଶ ଶିବିର ଅନୁଷ୍ଠିତ
May 31
19:58 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୩୧/୫ : ଲର୍କିପାଲି ସ୍ଥିତ ସରକାରୀ ପଲିଟେକନିକ୍ କଲେଜ ର ସଭାଗୃହ ଠାରେ ଜିଲ୍ଲା ଶିଶୁସୁରକ୍ଷା ୟୁନିଟ,ସରକାରୀ ପଲିଟେକନିକ୍ କଲେଜ ଓ ଅଗ୍ରଣୀ ସ୍ୱେଚ୍ଛା ସେବୀ ଅନୁଷ୍ଠାନ ଅରୁଣା ର ଆୟୋଜନ କ୍ରମେ କରୋନା ସମୟରେ ପିତୃ ମାତୃକୁ ହରାଇଥିବା ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଶିଶୁ ,ପୃଷ୍ଠପୋଷକତା ରାଶି ପାଉଥିବା ଶିଶୁ,ସ୍ଵତନ୍ତ୍ର ସୁରକ୍ଷା ରେ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା, ଦ୍ଵାଦଶରେ ଉତ୍ତୀର୍ଣ୍ଣ ହୋଇଥିବା ଥିବା ଛାତ୍ର ଛାତ୍ରୀ ଙ୍କ ପାଇଁ ବୈଷୟିକ ଶିକ୍ଷା ର ଉପକାରିତା ଓ ନିଯୁକ୍ତି ଭିତ୍ତିକ ପାଠ୍ୟକ୍ରମ ଉପରେ ଏକ ବୃତ୍ତି ଭିତ୍ତିକ ପରାମର୍ଶ ଅନୁଷ୍ଟିତ ହୋଇଯାଇଛି।ଏହି ଅବସରରେ ପଲିଟେକନିକ୍ କଲେଜର ଅଧ୍ୟକ୍ଷ ଶ୍ରଦ୍ଧାନନ୍ଦ ବେହୁରା ଉପସ୍ଥିତରହି ବୈଷୟିକଶିକ୍ଷା ଉପରେ ସମ୍ୟକ୍ ଧାରଣା ଦେଇଥିଲେ। ସେ କହିଥିଲେ ବୈଷୟିକ ଶିକ୍ଷ୍ୟା ଏକ ନିଯୁକ୍ତି ଭିତ୍ତିକ ଶିକ୍ଷା।ଏହି ପାଠ୍ୟକ୍ରମରେ ନିଜର କେରିଅର୍ କୁ ସୁଦୃଢ କରିପାରିବେ ବୋଲି ମତାମତ ପ୍ରଦାନ କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।ଛାତ୍ରୀ ମାନଙ୍କ ପାଇଁ ସୁଦକ୍ଷା ଯୋଜନା ରାଜ୍ୟ ସରକାର ଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ।ଏହି ଅବସର ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଅବସ୍ଥାପିତ ଥିବା ଅରୁଣା ର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଉପସ୍ଥିତ ରହି ଗ୍ରୀନ ପାସେଜ୍ ସାର୍ଟିଫିକେଟ ର ଉପକାରିତା ଉପରେ ଜଣାଇବା ସହ ମାତୃ ପିତୃ କୁ ହରାଇଥିବା ଶିଶୁ ଙ୍କୁ ଯଶୋଦା ଯୋଜନାରେ ସଂଶ୍ଳିଷ୍ଟ କରାଯାଇ ପାରିବ ବୋଲି କହିଥିଲେ।ଏହି କାର‌୍ୟ୍ୟକ୍ରମରେ ୩୨ ଜଣ ଛାତ୍ର ଛାତ୍ରୀ ପଲିଟେକନିକ୍ କଲେଜ ରେ ପଢିବା ପାଇଁ ଅନ ଲାଇନ କରିଥିଲେ।ଏହି ଅବସରରେ ପଲି ଟେକନିକ କଲେଜ ର ହିମାଦ୍ରି କୁମାର ବଳ, ବିଭୁ ପ୍ରସାଦ ଦାସ,ଲୋକେଶ ପଟ୍ଟନାୟକ,ଅନିଲା ଶୁଭଦର୍ଶୀ,ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସୁନ୍ଦର,ସୁଦନ ଖମାରୀ,ବସନ୍ତ ହରପାଲ ଶୁଭମ୍ ଜେନା ପ୍ରମୁଖ ଉପସ୍ଥିତ ଥିଲେ।ପରିଶେଷ ରେ ସାମାଜିକ କର୍ମୀ ହରିବନ୍ଧୁ ରାଉତ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031