Indus Valley Times

ରବି ଧାନକିଣିବା ପାଇଁ ମଣ୍ଡି ଉଦଘାଟନ: ଜୁନ ୩୦ ପର୍ଯ୍ୟନ୍ତ ଧାନ କିଣାଯିବ

 Breaking News

ରବି ଧାନକିଣିବା ପାଇଁ ମଣ୍ଡି ଉଦଘାଟନ: ଜୁନ ୩୦ ପର୍ଯ୍ୟନ୍ତ ଧାନ କିଣାଯିବ

ରବି ଧାନକିଣିବା ପାଇଁ ମଣ୍ଡି ଉଦଘାଟନ: ଜୁନ ୩୦ ପର୍ଯ୍ୟନ୍ତ ଧାନ କିଣାଯିବ
June 01
20:21 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୭/୫: କନ୍ଧମାଳ ଜିଲ୍ଲାରେ ପ୍ରଥମ ଥର ପାଇଁ ବାଲିଗୁଡା ବ୍ଲକ ର ଲଣ୍ଡାଗାଁ ଠାରେ ଖରିଫ ଋତୁ ୨୦୨୪-୨୫ ଧାନ କିଣିବା ପାଇଁ ମଣ୍ଡି ମଞ୍ଜୁର ହୋଇଛି । ଜିଲ୍ଲା ସମବାୟ ସମୂହ ନିବନ୍ଧକ ଙ୍କ ଜରିଆରେ ରବି ଧାନ କିଣିବା ପାଇଁ ମଣ୍ଡି ଶୁଭାରମ୍ଭ ହୋଇଛି ।
ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ସମବାୟ ସମୂହ ନିବନ୍ଧକ ତୃପ୍ତି କଲ୍ୟାଣ ସେଠୀ , ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନେଦ୍ରିୟ ମିଶ୍ର ,ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ଦିଲ୍ଲୀପ କୁମାର ପାଣିଗ୍ରାହୀ ,ସହ ସମବାୟ ସମୂହ ନିବନ୍ଧକ ସୁକାନ୍ତ ପାଢୀ ,ଯୋଗାଣ ଅଧିକାରୀ ସୁବାଷ ବିଶ୍ଵାଳ , ଆରଏମସି ସମ୍ପାଦକ ସଞ୍ଜୟ ପଟ୍ଟନାୟକ, ସୁଡ୍ରା ଲ୍ୟାମ୍ପ ଏମଡି ଶ୍ୟାମଳ କୁମାର ବେହେରା ସମେତ ଅଗ୍ରଣୀ ଚାଷୀ ଦେବେନ୍ଦ୍ର କୁଦାଇ, ଅଭିରାମ ରଣା , ମୋତିଲାଲ ରାଣା ,ଓ ଗଣେଷ ରଣା ପ୍ରମୁଖ ଉପସ୍ଥିତ ଥିଲେ ।
ସୁଡ୍ରା ଲ୍ୟାମ୍ପ ଜରିଆରେ ଲଣ୍ଡାଗାଁ ଲ୍ୟାମ୍ପ ଗୋଦାମ ରେ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଧାନ ସଂଗ୍ରହ କରାଯିବ ବୋଲି କୁହାଯାଇଛି । ଏହି ମଣ୍ଡିରେ ଲଣ୍ଡାଗାଁ ଓ ଖମନଖୋଲ ପଞ୍ଚାୟତ ର ଘୋଡାବାଲି,ଜରଲାବନ୍ଧ, ,ମୁଠାବାଲି ,ଲଣ୍ଡାଗାଁ ,ଖଇରା ବାଡି ,ତଳିପଡା,କର୍ଣୀବେଢା,ଶିଙ୍ଗୁଲଗାଁ ,କାଚାରଲାଇ ମୌଜାରେ ରହିଥିବା ଚାଷୀ ଚାଷ କରିଥିବା ଧାନ ବିକ୍ରି କରିପାରିବେ ।
ଚଳିତ ବର୍ଷ ୧୭୪ ଜଣ ଚାଷୀ ପଞ୍ଜୀକୃତ କରିଥିବା ବେଳେ ଚାଷୀଙ୍କଠାରୁ ୨୫ ଶହରୁ ୩ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ହେବା ଲକ୍ଷ୍ୟ ରଖାଯାଇଛି ।
ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟ ସହ ୮ଶହ ଟଙ୍କା ସବ୍‌ସିଡି ମଧ୍ୟ ପାଇବେ ବୋଲି କହିଛନ୍ତି ବାଲିଗୁଡା ଉପଖଣ୍ଡ ଯୋଗାଣ ଅଧିକାରୀ ଦିଲ୍ଲୀପ କୁମାର ପାଣିଗ୍ରାହୀ । ଯାହା ଚାଷୀଙ୍କୁ ଆଶ୍ୱସ୍ତ କରିଛି। ଉକ୍ତ ଅଞ୍ଚଳର ଚାଷୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି , ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଓ ପୂର୍ବତନ ବିଧାୟକ କରେନ୍ଦ୍ର ମାଝିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ବାଲୁକା ଶିଳ୍ପୀରେ ଖୋଦିତ ମା’ ପାଟଖଣ୍ଡା ଙ୍କ ପ୍ରତିଛବି ରେ ଭକ୍ତ ବିମୋହିତ
ବାଲିଗୁଡା, ୧/୬: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ରବିବାର ୨୭ ଦିନରେ ପହଞ୍ଚି ଥିବା ବେଳେ ନଗର ପରିଭ୍ରମଣ ୨୦ ଦିନରେ ପହଞ୍ଚିଛି ।
ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ ତମାମ ପୂଜକ ମାନଙ୍କ ଦ୍ୱାରା ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ଚାଲିଥିବା ବେଳେ ଚଳିତ ମାସ ୬ତାରିଖ ଦିନ ମା’ ମାନେ ନିଜ ନିଜ ପୀଠ କୁ ପ୍ରତ୍ୟାବର୍ତନ ହେବାକୁ ଥିବା ବେଳେ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ସମେତ ସମଗ୍ର ଅଞ୍ଚଳରେ ଏକ ଧାର୍ମିକ ପରିବେଶ ସୃଷ୍ଟି ହୋଇ ଶେଷ ପର୍ଯ୍ୟାୟ ହୋଇଯାଉଥିବାରୁ ଭକ୍ତ ଙ୍କ ଭିଡ଼ ଲାଗି ରହୁଛି ।
ଅସ୍ଥାୟୀ ପୀଠରେ ମା ‘ପାଟଖଣ୍ଡା ଙ୍କ ସମେତ ମା’ କନକ ଦୁର୍ଗା, ମା’ ଡେଙ୍ଗସିଲ, ମା’ ବରାଳଦେବୀ, ମା’ ମହାମାୟୀ ଓ ମା’ ଦକ୍ଷିଣ କାଳୀ ବିରାଜ ମାନ ଅଛନ୍ତି ।
ବିଶେଷ କରି ପ୍ରତିଦିନ ସକାଳ ଓ ସନ୍ଧ୍ୟା କାଳୀନ ଆଳତୀ ସମୟରେ ଶହ ଶହ ଭକ୍ତଙ୍କ ସମାଗମ ହେଉଛି । ରବିବାର ୨୭ ଦିନରେ ନୁଆସାହି ସ୍ଥିତ ଗୁଣ୍ଡିଚା ମାର୍ଗ ପୂଜା କମିଟି ଅଞ୍ଚଳ କୁ ମା ‘ମାନଙ୍କ ଆଗମନ ଦୃଷ୍ଟି ରୁ ଗୁଣ୍ଡିଚା ମାର୍ଗ ପୂଜା କମିଟି ତରଫରୁ ଅଞ୍ଚଳ ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ରାସ୍ତା ର ଦୁଇ ପାର୍ଶ୍ଵ ରେ ଆଲୋକ ମାଳା ସହ ବିଭିନ୍ନ ପ୍ରକାର ହାତୀ, ବାଘ, ପକ୍ଷୀ ଏବଂ ରାମ ଅବତାରରେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଓ ମହାବୀର ହନୁମାନ ଙ୍କ ପ୍ରତିମୂର୍ତ୍ତି ଦର୍ଶନ ସହ ବାଲୁକା ଶିଳ୍ପୀ ଙ୍କ କାରୁକାର୍ଯ୍ୟ ରେ ମା’ପାଟଖଣ୍ଡା ଙ୍କ ପ୍ରତିଛବି ସବୁଠାରୁ ବିଶେଷ ଆକର୍ଷଣୀୟ ହୋଇ ଥିବାରୁ ଭକ୍ତ ବିମୋହିତ ହେବା ସହ ବିଭିନ୍ନ ସେଲଫି ପଏଣ୍ଟ ଗୁଡିକ ରେ ଖଚା ଖଚ ଭିଡ଼ ଲାଗି ରହିଥିଲା ।
ଏହି ଅବସରରେ ସନ୍ଧ୍ୟା ଆଳତୀ ପରେ ପରେ ଏକ ବିରାଟ ପଟୁଆରରେ ସମ୍ବଲପୁରୀ ନିଶାନ, ସାଇଜାତ, ଭୁବନେଶ୍ୱରର ଝୋଟି କାରୁକାର୍ଯ୍ୟ, ଗଞ୍ଜାମ ପ୍ରସିଦ୍ଧ ବାଘ ଷଣ୍ଢ ନୃତ୍ୟ, ସହ ବିଭିନ୍ନ ବାଜା ବାଜଣା, ନୃତ୍ୟ ଗୀତରେ ଅସ୍ଥାୟୀ ପୀଠ ଠାରୁ ବାହାରି ଗାନ୍ଧୀ ଛକ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ, ରେଭିନ୍ୟୁ ବଙ୍ଗଳା, ଶ୍ରୀଜଗନ୍ନାଥ ମନ୍ଦିର, ତ୍ରିବେଦୀ ପାର୍କ ଛକ, ବଜାର ଛକ, ପାଟଖଣ୍ଡା ମନ୍ଦିର ଓ ମାର୍କେଟ, ହାଟପଦା ମାର୍କେଟ, ପାଟଖଣ୍ଡା ସାହି ଛକ, ବସଷ୍ଟାଣ୍ଡ ସମ୍ମୁଖ ରାସ୍ତା, ବୁଡ଼ାଗୁଡା ରାସ୍ତା ଛକ, ନୂଆସାହି ଛକ ଦେଇ ଗୁଣ୍ଡିଚା ମାର୍ଗ ରେ ପ୍ରବେଶ କରି ଅସ୍ଥାୟୀ ପୂଜା ମଣ୍ଡପକୁ ମା’ ମାନଙ୍କୁ ପାଛୋଟି ନେଇଥିଲେ ।
ଉକ୍ତ ପୂଜା ମଣ୍ଡପରେ ପହଞ୍ଚିବା ପରେ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ପରେ ମାର୍ଗ ଅଞ୍ଚଳ ର ସମସ୍ତ ଭକ୍ତ ବିଶେଷ କରି ମହିଳା ଭକ୍ତ ମାନେ ଉପସ୍ଥିତ ରହି ମା\’ ଙ୍କ ଶୁଭାଶ୍ରିବାଦ ଭିକ୍ଷା କରିଥିଲେ ।
ଶେଷରେ ଅନ୍ନ ପ୍ରସାଦ ବଣ୍ଟନ ର ବ୍ୟବସ୍ଥା କରାଯାଇଥିଲା । ଏହି ଯାତ୍ରା ଆରମ୍ଭ ହେବାର ୨୬ଦିନ ପରେ ରବିବାର ଗୁଣ୍ଡିଚା ମାର୍ଗ ଅଞ୍ଚଳ ର ଏକ ଭିନ୍ନ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ରେ ସାଜସଜ୍ଜା, ଆଲୋକ ତୋରଣ ସହ ବିଭିନ୍ନ ପ୍ରକାର ଆକର୍ଷଣୀୟ କାର୍ଯ୍ୟକ୍ରମକୁ ଭକ୍ତ ବେଶ ପ୍ରଶଂସା ସାଉଁଟି ଥିଲେ ।
ସୋମବାର ଦିନ ସୁନାପାଙ୍ଗା ଅଞ୍ଚଳ କୁ ମା’ ଙ୍କ ଆଗମନ ଥିବା ବେଳେ ମଙ୍ଗଳବାର ଦଣ୍ଡପଦର ଅଞ୍ଚଳ କୁ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି ।
ଆଗାମୀ ଦିନରେ ହେବାକୁ ଥିବା ପ୍ରତ୍ୟେକ ସାହିରେ ଆକର୍ଷଣୀୟ ମେଢ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଆକର୍ଷଣୀୟ ପୂଜା ମଣ୍ଡପ ସାଙ୍ଗକୁ ଅସ୍ଥାୟୀ ମଣ୍ଡପ ତୋରଣର ନିର୍ମାଣ କାର୍ଯ୍ୟ ଭକ୍ତଙ୍କୁ ବେଶ ଖୋରାକ ଯୋଗାଉଛି ।
ଏଥିରେ ଯାତ୍ରା କମିଟି ସହ ଗୁଣ୍ଡିଚା ମାର୍ଗ ପୂଜା କମିଟି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।
ବିଜୁ ସେତୁ ଯୋଜନାରେ ଦବିଲା ପୋଲ: ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଅଭିଯୋଗ

ବାଲିଗୁଡା, ୧/୬: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗ୍ରାମ୍ୟ ନିର୍ମାଣ ବିଭାଗରେ ଦିନକୁ ଦିନ ବ୍ୟାପକ ଦୁର୍ନିତୀ ଓ ଅନିୟମିତତା ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି ।
ସେଥି ମଧ୍ୟରେ ବିନା ପିସିରେ କୌଣସି କାର୍ଯ୍ୟ ହେଉନଥିବା ବେଳେ ଯନ୍ତ୍ରୀ ଓ ଠିକାଦାର ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ନିର୍ମାଣ ହେଉଥିବା କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ହେଉଥି ବା ମଧ୍ୟ ଅଭିଯୋଗ ହେଉଛି।
ଏ ସମ୍ପର୍କ ରେ ଗୁହାରୀ କଲେ ଶୁଣିବାକୁ କିଏ ନାହାନ୍ତି । ବିଭାଗରେ ସ୍ଥାୟୀ ଅଧିକ୍ଷଣ ଯନ୍ତ୍ରୀ ନ ଥିବାରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଦାୟିତ୍ଵ ରେ ଥିବା ଜଣାପଡିଛି । ସେ କୁଆଡେ଼ ମଧ୍ୟ କାମ ଦେଖିବାକୁ ଯାଉ ନଥିବା ଶୁଣିବାକୁ ମିଳୁଛି ଓ ଘରେ ବସି ପିସି ନେଇ ବିଲ ଦସ୍ତଖତ କରୁଥିବା କୁହାଯାଉଛି ।
ଫଳରେ ନବ ନିର୍ମିତ ବିଜୁ ସେତୁ ପାର୍ଶ୍ବ ମାଟି ଧୋଇ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, ବାଲିଗୁଡ଼ା ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ୨୦୨୩-୨୪ ବର୍ଷ ରେ ବାଟାଗୁଡା ପଞ୍ଚାୟତ ଅନ୍ତର୍ଗତ ତାଗାକିଆ-ଜାଡିପଡା ମଧ୍ୟରେ ନାଳ ଉପରେ ତିନି କୋଟି ଟଙ୍କା ବ୍ୟୟରେ ବିଜୁ ସେତୁ ଯୋଜନାରେ ଏକ ପୋଲ ଓ ରାସ୍ତା ନିର୍ମାଣ ହୋଇଥଲା ।
ତେବେ ଦୁଇ ଦିନ ତଳେ ଅଦିନିଆ ବର୍ଷାରେ ପୋଲ ପାର୍ଶ୍ବ ମାଟି ଧୋଇ ହୋଈଯିବା ଫଳରେ ପୋଲ ପ୍ରତି ବିପଦ ସୃଷ୍ଟି ହୋଇଛି ।
ବ୍ୟାପକ ମାତ୍ରାରେ ପିସି କାରବାର ଯୋଗୁଁ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ଏଭଳି ସ୍ଥିତି ହୋଇଥିଡବା ଜଣାପଡ଼ିଛି । ପିସି ପାଇଁ କୁଆଡେ଼ ବିଭାଗରେ ଯନ୍ତ୍ରୀ ଓ ଠିକାଦାର ମଧ୍ୟରେ ବିଭିନ୍ନ ସମୟରେ “ତୁ ତୁ ‘ମେ\’ମେ ସହ ଯୁକ୍ତିତର୍କ,ପାଟିତୁଣ୍ଡ, ହାତାହାତି ହେବା ମଧ୍ୟ ଆଲୋଚନା ହେଉଛି ।
ଏଇ ନିକଟରେ ବିଭାଗୀୟ ଦାୟିତ୍ବରେ ଥିଦବା ଏସ ଇ ଙ୍କ ଅନ୍ୟତ୍ର ବଦଳି ହୋଇଥିତବାରୁ ସେ ଠିକାଦାର ଙ୍କୁ କାମ ଦେବାକୁ କହି ଆଗୁଆ ପିସି ନେଉଥିୀବା ଆଲୋଚନା ହେଉଛି ।
ଏ ସମ୍ପର୍କ ରେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା । ଏଥି ପ୍ରତି ଦୁର୍ନିତି ନିବାରଣ ବିଭାଗ ପକ୍ଷରୁ ଵିଧିବଧ ଭାବେ ନିରପେକ୍ଷ ତଦନ୍ତ କରି ଦୁର୍ନୀତି ଗସ୍ତ ଯନ୍ତ୍ରୀ ଓ ଠିକାଦାର ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ହେଉଛି ।
ପଞ୍ଚାୟତ ଅର୍ଥ ଆତ୍ମସାତ ଘଟଣା ରେ ପିଇଓ, ଜିଆରଏସ ନିଲମ୍ବିତ
ବାଲିଗୁଡ଼ା, ୧/୬ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ଅନ୍ତର୍ଗତ ଦୁର୍ଗାପଙ୍ଗା ପଞ୍ଚାୟତରେ ମନରେଗା କାର୍ଯ୍ୟର ଫଲ୍ସ ବିଲ ପାଣ୍ଠି, ଚତୁର୍ଦଶ ଅର୍ଥକମିଶନ ପାଣ୍ଠି, ପଞ୍ଚଦଶ ଅର୍ଥ କମିଶନ ପାଣ୍ଠି ଆତ୍ମସାତ ଘଟଣା ରେ କନ୍ଧମାଳ ଜିଲ୍ଲାପାଳ ଙ୍କ ଛାଟ ବାଜିଛି ।
ସୂଚନାନୁସାରେ, କୋଟଗଡ ବ୍ଲକରେ ୨୦୨୨-୨୩ରେ ମନରେଗା ରେ ବ୍ୟାପକ ଦୁର୍ନୀତି ନେଇ ଗତବର୍ଷ ଜୁନ ପହିଲା ରେ କେନ୍ଦ୍ର ସରକାରଙ୍କ ମେଟେରିଆଲ ବିଲ ପୈଠ ପରେ ବ୍ୟାପକ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା,ତାସହ କୋଟଗଡ ବିଡିଓ ଶୁଭକାନ୍ତ ନାୟକଙ୍କ ଦୁର୍ଗାପଙ୍ଗା ପଂଚାୟତ ରେ ପ୍ରାୟ ଦେଢ଼ କୋଟି ଅର୍ଥ ର ହିସାବ ମିଳୁ ନ ଥିବା ନେଇ ଉପରିସ୍ଥ ଜିଲ୍ଲା ଅଧିକାରୀଙ୍କୁ ପତ୍ର ଦ୍ୱାରା ତଦନ୍ତ କରିବାକୁ ସୁପାରିଶ କରାଯାଇଥିବା ଜାଣିବାକୁ ମିଳିଥିଲା ।
ସେବେଠାରୁ କୋଟଗଡ ବ୍ଲକର ଦୁର୍ଗାପଙ୍ଗା ପଂଚାୟତ ର କର୍ମଚାରୀ ଓ ସରପଞ୍ଚଙ୍କୁ ବିଭାଗୀୟ ଅଧିକାରୀଙ୍କ ତନାଘନା ଦେଖିବାକୁ ମିଳିଥିଲା ଓ ଭିଜିଲାନ୍ସ ମଧ୍ୟ ବାରମ୍ବାର କୋଟଗଡ ଆସି ତଥ୍ୟ ପ୍ରମାଣ ଯୋଗାଡ଼ କରି ଫେରିଥିବା ଦେଖିବାକୁ ମିଳିଥିଲା ।
କିନ୍ତୁ ତଦନ୍ତ ରେ ଶିଥିଳତା ଦେଖାଦେବାରୁ ବାରମ୍ବାର ଗଣମାଧ୍ୟମରେ ଶିରୋନାମା ପାଲଟିଥିଲା । ଆଉ ଗତ ୨୯/୫/୨୫ରେ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ ପତ୍ର ସଂଖ୍ୟା ୬୮୮ ଅନୁଯାୟୀ ବିଷ୍ଣୁ ଚରଣ ବେହେରା ତତକାଳୀନ ପିଇଓଙ୍କୁ ନିଲମ୍ବନ ଆଦେଶ ସହ ଗତ ୨୮/୫/୨୫ରେ ଜିଲ୍ଲାପରିଷଦ କନ୍ଧମାଳ କାର୍ଯ୍ୟାଳୟ ଜିଲ୍ଲାପାଳ ତଥା ଡିପିସି ମନରେଗା ବିଭାଗ ଦ୍ୱାରା କାର୍ଯ୍ୟାନୁଷ୍ଠାନ ପତ୍ର ସଂଖ୍ୟା ୨୦୯୮ ଅନୁଯାଇ ତତକାଳୀନ ଦୁର୍ଗାପଙ୍ଗା ଜିଆରଏସ ଓ ବର୍ତମାନ ବେଲଘର ଗୁମାପଂଚାୟତ ର ଏଡିଓ ବଳରାମ ସେଠୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିବା ନିଲମ୍ବନ ପତ୍ରରୁ ଜଣାପଡିଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031