Indus Valley Times

ଲୋକସେବା ଭବନର କନଭେନସନ ସେଣ୍ଟରରେ ଦୁଇ ଦିନିଆଁ ରାଜସ୍ବ ଅଧିକାରୀମାନଙ୍କ ରାଜ୍ୟ ସ୍ତରୀୟ ସମ୍ମିଳନୀ ଓ କର୍ମଶାଳା ଅନୁଷ୍ଠିତ

 Breaking News

ଲୋକସେବା ଭବନର କନଭେନସନ ସେଣ୍ଟରରେ ଦୁଇ ଦିନିଆଁ ରାଜସ୍ବ ଅଧିକାରୀମାନଙ୍କ ରାଜ୍ୟ ସ୍ତରୀୟ ସମ୍ମିଳନୀ ଓ କର୍ମଶାଳା ଅନୁଷ୍ଠିତ

ଲୋକସେବା ଭବନର କନଭେନସନ ସେଣ୍ଟରରେ ଦୁଇ ଦିନିଆଁ ରାଜସ୍ବ ଅଧିକାରୀମାନଙ୍କ ରାଜ୍ୟ ସ୍ତରୀୟ ସମ୍ମିଳନୀ ଓ କର୍ମଶାଳା ଅନୁଷ୍ଠିତ
June 06
21:22 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୬/୬ : ଲୋକସେବା ଭବନ ର କନଭେନସନ ସେଣ୍ଟର ରେ ଦୁଇ ଦିନିଆଁ ରାଜସ୍ବ ଅଧିକାରୀ ମାନଙ୍କ ରାଜ୍ୟ ସ୍ତରୀୟ ସମ୍ମିଳନୀ ଓ କର୍ମଶାଳା ଜୁନ ୪ ତାରିଖ ଏବଂ ୫ ତାରିଖ ରେ ଅନୁଷ୍ଠିତ ହୋଇଯାଇଛି । ରାଜସ୍ବ କ୍ଷେତ୍ର ରେ ଉଲ୍ଲେଖନୀୟ ସଫଳତା ପାଇଁ ତଥା ଉତ୍ତମ ସେବା ଯୋଗାଇବା
କ୍ଷେତ୍ର ରେ ବୌଦ୍ଧ ଜ଼ିଲ୍ଲା ଭଲ ପ୍ରଦର୍ଶନ କରିଥିବା ରୁ ବୌଦ୍ଧ ଜ଼ିଲ୍ଲା ପ୍ରଶାସନ କୁ ସମ୍ବର୍ଦ୍ଧିତ କରିଥିଲେ ଉପ – ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂ ଦେଓ ଏବଂ ରାଜସ୍ବ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଝାରୀ ।
ଏହି କର୍ମଶାଳା ରେ ବୌଦ୍ଧ ଜ଼ିଲ୍ଲା ପ୍ରଶାସନ ପକ୍ଷ ରୁ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପ ଜ଼ିଲ୍ଲାପାଳ ପ୍ରବୀଣ କୁମାର ବଣୁଆ, ତହସିଲଦାର, ବୌଦ୍ଧ ଶ୍ରୀମତୀ ଅନିତା କୁମାରୀ ସାହୁ, ତହସିଲଦାର, ହରଭଙ୍ଗା ଶ୍ରୀଯୁକ୍ତ ବଳଦେବ ବେହେରା ଏବଂ ତହସିଲଦାର, କଣ୍ଟାମାଲ ଶ୍ରୀମତୀ ଶ୍ୱେତପଦ୍ମା ଯୋଷୀ ଉକ୍ତ ଦୁଇ ଦିନିଆଁ କର୍ମଶାଳା ରେ ଉପସ୍ଥିତ ରହି ଅତିଥି ମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ।
ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସଦଭାବନା ଗୃହରେ ବିଶ୍ୱ ପରିବେଶ ଦିବସ ପାଳନ ପରେ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଏହି ପୁରସ୍କାର ର ଶ୍ରେୟ ସମସ୍ତ ରାଜସ୍ବ ଅଧିକାରୀ ଏବଂ କର୍ମଚାରୀ ଙ୍କୁ ଦେବା ସହ ଆହୁରି ଭଲ କାମ କରି ସଫଳତାର ଶୀର୍ଷ ରେ ପହଂଚିବା ପାଇଁ ଆହ୍ୱାନ କରିଥିଲେ ।
ଏହି ଅବସର ରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସମସ୍ତ ଡେପୁଟି କଲେକ୍ଟର, ସହକାରୀ ଜ଼ିଲ୍ଲାପାଳ, ସମସ୍ତ ଟ୍ରେନିଂ ଅଫିସର ଏବଂ ଅନ୍ୟ ରାଜସ୍ବ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031