Indus Valley Times

ଜୁନ୍ ୧୨ ନୁହେଁ, ୨୦ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ

 Breaking News

ଜୁନ୍ ୧୨ ନୁହେଁ, ୨୦ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ

ଜୁନ୍ ୧୨ ନୁହେଁ, ୨୦ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ
June 07
12:18 2025

ଭୁବନେଶ୍ୱର, ୭/୬ : ଆସନ୍ତା ୨୦ ତାରିଖରେ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିବେ । ଆସନ୍ତା ଜୁନ୍ ୧୨ ନୁହେଁ ୨୦ ତାରିଖରେ ମୋଦୀ ଆସିବେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ରାଜ୍ୟରେ ବିଜେପି ସରକାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ପ୍ରଥମ ବାର୍ଷିକୀ ପାଳନ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଆସିବେ।
ଆସନ୍ତା ଜୁନ୍ ୧୨ରେ ମୋହନ ସରକାରଙ୍କୁ ବର୍ଷେ ପୂରିବ। ଏନେଇ ଜନତା ମଇଦାନରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆସନ୍ତା ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଏହି ସମାରୋହ ଚାଲିବ। ଏହି କାର୍ଯ୍ୟକ୍ରମରେ ଗତ ବର୍ଷ ବିଜେପି ସରକାର ଦାୟିତ୍ୱ ଗ୍ରହଣ କରିବା ପରଠାରୁ ତାଙ୍କର ସଫଳତା ପ୍ରଦର୍ଶନ କରାଯିବ।
ମିଳିଥିବା ସୂଚନା ଅନୁଯାୟୀ, ଏହି ଉତ୍ସବରେ ଏକ ପ୍ରଦର୍ଶନ ରିପୋର୍ଟ କାର୍ଡ, ବିଷୟବସ୍ତୁ ଡକ୍ୟୁମେଣ୍ଟାରୀ ଏବଂ ମହିଳା ସଶକ୍ତିକରଣ, ଯୁବ ବିକାଶ, ଆଦିବାସୀ କଲ୍ୟାଣ ଏବଂ କୃଷକଙ୍କ ସମସ୍ୟା ଉପରେ କେନ୍ଦ୍ରିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହେବ ।
ରାଜ୍ୟରେ ପ୍ରଥମ ଥର ବିଜେପି ସରକାର ଗଢିଥିଲା । ନିର୍ଵାଚନ ସମୟରେ ବିଜେପି ଦେଇଥିବା ସମସ୍ତ ପ୍ରତିଶ୍ରୁତିକୁ ମଧ୍ୟ ପୂରଣ କରିବାରେ ଲାଗିଛି । ମହିଳାଙ୍କ ସଶକ୍ତିକରଣ କରିବା, ଲକ୍ଷପତି ଦିଦି ସୃଷ୍ଟି କରିବା, ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଭାଇ ଯୋଜନା କାର‌୍ୟ୍ୟକାରୀ ହୋଇଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031