Indus Valley Times

ସ୍ନାନ ପୂର୍ଣ୍ଣିମାରେ ବରିଷ୍ଠ ସେବାୟତଙ୍କୁ ହତ୍ୟା, ଘର ଭିତରେ ମାରି ଦାଣ୍ଡ ଦୁଆରେ ଫିଙ୍ଗିଦେଲେ ମୃତଦେହ

 Breaking News

ସ୍ନାନ ପୂର୍ଣ୍ଣିମାରେ ବରିଷ୍ଠ ସେବାୟତଙ୍କୁ ହତ୍ୟା, ଘର ଭିତରେ ମାରି ଦାଣ୍ଡ ଦୁଆରେ ଫିଙ୍ଗିଦେଲେ ମୃତଦେହ

ସ୍ନାନ ପୂର୍ଣ୍ଣିମାରେ ବରିଷ୍ଠ ସେବାୟତଙ୍କୁ ହତ୍ୟା, ଘର ଭିତରେ ମାରି ଦାଣ୍ଡ ଦୁଆରେ ଫିଙ୍ଗିଦେଲେ ମୃତଦେହ
June 11
18:31 2025

ପୁରୀ, ୧୧/୬ : ମହାପ୍ରଭୁଙ୍କ ସ୍ନାନଯାତ୍ରା ଚାଲିଥିବା ବେଳେ ପୁରୀରେ ଜଣେ ବରିଷ୍ଠ ସେବାୟତଙ୍କୁ ହତ୍ୟା କରାଯାଇଛି। ଗୁଡ଼ିଆସାହିରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ଜଗନ୍ନାଥ ଦୀକ୍ଷିତ (୮୩)।
ସୂଚନା ଅନୁସାରେ ଟାଉନ୍ ଥାନା ଅଧୀନ ଗୁଡ଼ିଆସାହିରେ ମହାପ୍ରଭୁଙ୍କ ବରିଷ୍ଠ ସେବାୟତ ଜଗନ୍ନାଥ ଦୀକ୍ଷିତ ରୁହନ୍ତି। ଆଜି ସ୍ନାନଯାତ୍ରା ଥିବାରୁ ପରିବାର ଲୋକେ ଅପରାହଣ୍‌ରେ ଘରେ ନଥିବା ବେଳେ ଜଗନ୍ନାଥ ଦୀକ୍ଷିତ ଏକାକୀ ଥିଲେ। ଏହି ସମୟରେ ପଡ଼ୋଶୀ ନାରାୟଣ ପାଟ୍ଟଯୋଶୀ ଆସିଥିଲେ। ସେ ଟଙ୍କା ନେଣଦେଣକୁ ନେଇ ଜଗନ୍ନାଥ ଦୀକ୍ଷିତଙ୍କ ସହିତ ଯୁକ୍ତିତର୍କ କରିଥିଲେ। ଆକ୍ରମଣ କରି ହତ୍ୟା କରିଥିଲେ। ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ପରିବାର ଲୋକେ ଆସି ଦେଖିଲା ବେଳକୁ ଜଗନ୍ନାଥ ଦୀକ୍ଷିତଙ୍କ ମୃତଦେହ ଘର ଅଗଣାରେ ପଡ଼ିଥିଲା। ସେମାନେ ଏନେଇ ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିଛି। ପୋଷ୍ଟମର୍ଟମ ପାଇଁ ପଠାଇଛି। ଏକ ମାମଲା ରୁଜୁ କରି ଅଭିଯୁକ୍ତର ଭାଇ ଅଟକ ରଖି ପଚରାଉଚୁରା କରୁଛି।
ସୂଚନାଯୋଗ୍ୟ, ପୁରୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆଜି ମହାପ୍ରଭୁଙ୍କର ସ୍ନାନଯାତ୍ରା ଜାରି ଥିବା ବେଳେ ହତ୍ୟାକାଣ୍ଡଜନିତ ଖବର ଗଣମାଧ୍ୟମକୁ ଆସିଛି। ସମ୍ଭବତଃ ଏଭଳି ଅଘଟଣା ପୁରୀ ଇତିହାସରେ ପ୍ରଥମ ଥର ଘଟିଛି। ସହରବାସୀ ଆଜିଭଳି ଦିନରେ ଭକ୍ତିଭାବରେ ନିୟୋଜିତ ଥିବା ବେଳେ ରକ୍ତପାତ ହୋଇଛି, ତାହା ପୁଣି ସ୍ନାନଯାତ୍ରା ଦିନ। ପୁରୀରେ ଏହି ସ୍ବତନ୍ତ୍ର ଦିନ ପାଇଁ ୭୦ ପ୍ଲାଟୁନ ପୁଲିସ ମୁତୟନ ଥିବା ବେଳ ଅଭିଯୁକ୍ତ ଏହାକୁ ଖାତିର କରିନାହିଁ। ବରଂ ଦିନ ଦିପହରରେ ହତ୍ୟାକାଣ୍ଡ କରି ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହୋଇଛି। ଏହି ଭଳି ଏକ ହତ୍ୟାକାଣ୍ଡ ଘଟଣା ପରେ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଗନ୍ନାଥ ପ୍ରେମୀଙ୍କ ମନରେ ଭିନ୍ନ ଚିନ୍ତାଧାରା ସୃଷ୍ଟି କରିଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031