Indus Valley Times

ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା, ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

 Breaking News

ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା, ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା, ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ
June 11
19:32 2025

କୋରାପୁଟ,୧୧/୬: କୋରାପୁଟସ୍ଥିତ ଶାବର ଶ୍ରୀକ୍ଷେତ୍ର ଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସ୍ନାନଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ସକାଳେ ମନ୍ଦିର ପରିସରରେ ଥିବା ସୁନା କୂଅରୁ ଗଙ୍ଗା ମାତାଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ଶହେ ଆଠ କଳସୀରେ ଜଳ ସଂଗ୍ରହ କରାଯାଇ ସ୍ନାନ ବେଦିକୁ ଅଣାଯାଇଥିଲା ତାପରେ ହୋମଯଜ୍ଞ କରାଯାଇ ରୀତିନୀତି ଅନୁସାରେ ମହାପ୍ରଭୁଙ୍କୁ୧୦୮ କଳସ ସୁଶୋଭିତ ଜଳରେ ସ୍ନାନ କରାଯାଇଥିଲା।
ପରେ ଅପରାହ୍ନ ୩ ଟାରେ ମହାପ୍ରଭୁଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା। ପରେ ଭକ୍ତମାନେ ଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶାବର ଶ୍ରୀକ୍ଷେତ୍ର ମନ୍ଦିର ପରିଚାଳନା କମିଟିର ସଭାପତି ଜିଲାପାଳ ଭି କୀର୍ତି ଭାସନ, ଭାରପ୍ରାପ୍ତ ସମ୍ପାଦକ ଭବାନୀ ଆଚାର୍ଯ୍ୟ, ପୂର୍ବତନ ସମ୍ପାଦକ ଡ଼ଃ ଜଗବନ୍ଧୁ ସାମଲଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ରହି ଏହି ଦୁଲ୍ଲଭ କାର୍ଯ୍ୟ ସମ୍ପାଦନରେ ସହଯୋଗ କରିଥିଲେ। ପୋଲିସ ପ୍ରଶାସନ ପକ୍ଷରୁ ସ୍ନାନଯାତ୍ରା ନେଇ ହଜାର ହଜାର ଭକ୍ତଙ୍କ ଭିଡ଼ ଓ ଶାନ୍ତି ଶୃଙ୍ଖଳା ଦୃଷ୍ଟିକୁ ନେଇ ମଦିରରେ ବ୍ୟାପକ ପୋଲିସ ମୃତୟନ କରାଯାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031